ETV Bharat / state

ବର୍ଷା ପାଣି ପଶି ପୋଡିଗଲା କମ୍ପ୍ୟୁଟର, ୪ ଦିନ ହେଲା ବନ୍ଦ ପଡିଛି ଜିଲ୍ଲା ପଞ୍ଜୀକରଣ କାର୍ଯ୍ୟାଳୟ

author img

By

Published : Jul 26, 2021, 5:37 PM IST

ବର୍ଷା ପାଣି ପସି ପୋଡିଗଲା କମ୍ପ୍ୟୁଟର, ୪ ଦିନ ହେଲା ବନ୍ଦ ପଡିଛି ଜିଲ୍ଲା ପଞ୍ଜୀକରଣ
ବର୍ଷା ପାଣି ପସି ପୋଡିଗଲା କମ୍ପ୍ୟୁଟର, ୪ ଦିନ ହେଲା ବନ୍ଦ ପଡିଛି ଜିଲ୍ଲା ପଞ୍ଜୀକରଣ

ବୌଦ୍ଧ ଜିଲ୍ଲା ପଞ୍ଜୀକରଣ କାର୍ଯ୍ୟାଳୟରେ କାମ ଠପ । ବର୍ଷା ପାଣି ପଶି ସଟ-ସର୍କିଟରେ ପୋଡିଗଲା ସବୁ କମ୍ପ୍ୟୁଟର । ଅଧିକ ପଢନ୍ତୁ...

ବୌଦ୍ଧ: ବର୍ଷା ଯୋଗୁଁ ରେଜିଷ୍ଟ୍ରେସନ କାର୍ଯ୍ୟାଳୟରେ ପଶିଗଲା ପାଣି, ସଟ-ସର୍କିଟରେ ପୋଡିଗଲା କମ୍ପ୍ୟୁଟର । ଫଳରେ ୪ ଦିନ ହେଲା ବନ୍ଦ ପଡିଛି ଜିଲ୍ଲା ପଞ୍ଜୀକରଣ କାର୍ଯ୍ୟାଳୟ । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲାରେ । ଜିଲ୍ଲାର ଦୂର ଦୂରାନ୍ତରୁ ଆସୁଥିବା ହିତାଧିକାରୀମାନେ ଜମିବାଡ଼ି ରେଜିଷ୍ଟ୍ରେସନ ନକରି ପାରି ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହୋଇ ଫେରି ଯାଇଉଥିବା ଦେଖିବାକୁ ମିଳୁଛି ।

ବର୍ଷା ପାଣି ପଶି ପୋଡିଗଲା କମ୍ପ୍ୟୁଟର, ୪ ଦିନ ହେଲା ବନ୍ଦ ପଡିଛି ଜିଲ୍ଲା ପଞ୍ଜୀକରଣ କାର୍ଯ୍ୟାଳୟ

ସୂଚନା ଅନୁସାରେ, ଗତ ଶୁକ୍ରବାର ଜିଲ୍ଲାରେ ହୋଇଥିବା ପ୍ରବଳ ବର୍ଷା ଯୋଗୁଁ ବୌଦ୍ଧ ସହରର ବିଭିନ୍ନ ବସ୍ତି ସମେତ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ବର୍ଷା ପାଣି ପଶି ଯାଇଛି । ଏଥିରେ ପ୍ରଭାବିତ ହୋଇଛି ଜିଲ୍ଲା ପଞ୍ଜୀକରଣ କାର୍ଯ୍ୟାଳୟ । କାର୍ଯ୍ୟାଳୟ ଭିତରେ ପଶି ଯିବାରୁ କମ୍ପ୍ୟୁଟର ସବୁ ସଟ-ସର୍କିଟରେ ପୋଡି ଯାଇଥିବା ସୂଚନା ମିଳିଛି । ଫଳରେ ଶୁକ୍ରବାର ଠାରୁ ଜମିବାଡ଼ି ରେଜିଷ୍ଟ୍ରେସନ କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି ।

କେବଳ ଏତିକି ନୁହେଁ, ସଟସର୍କିଟ ଯୋଗୁଁ ଅଫିସର ବିଭିନ୍ନ କାନ୍ଥ ଗୁଡିକରେ ବିଦ୍ୟୁତ ପ୍ରବାହିତ ହେଉଥିବା ଜଣା ପଡିବାପରେ କର୍ମଚାରୀମାନେ ଭୟଭୀତ ହୋଇ ପଡିଛନ୍ତି । କମ୍ପ୍ୟୁଟର ଅଚଳ ହେବା ପରେ ପଞ୍ଜୀକରଣ ସମ୍ପର୍କିତ ସମସ୍ତ କାମ ଠପ ହୋଇଯାଇଛି । ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଜିଲ୍ଲାବାସୀ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.