ETV Bharat / state

ସମସ୍ୟା ଘେରରେ ବୌଦ୍ଧର ଉପାନ୍ତ ଅଞ୍ଚଳ, ଅଭିଯୋଗ ପରେ ବି ଶୁଣୁନି ପ୍ରଶାସନ

author img

By

Published : Jun 9, 2022, 2:48 PM IST

ସମସ୍ୟା ଘେରରେ ବୌଦ୍ଧର ଉପାନ୍ତ ଅଞ୍ଚଳ, ଅଭିଯୋଗ ପରେ ବି ଶୁଣୁନି ପ୍ରଶାସନ
ସମସ୍ୟା ଘେରରେ ବୌଦ୍ଧର ଉପାନ୍ତ ଅଞ୍ଚଳ, ଅଭିଯୋଗ ପରେ ବି ଶୁଣୁନି ପ୍ରଶାସନ

ମହାଲିକପଡ଼ା ପଞ୍ଚାୟତ ସହ କୁଶଙ୍ଗ, ତଳଗାଁ, ଆଢେଣୀଗଡ଼, ଛତରଙ୍ଗ ଭଳି ପଞ୍ଚାୟତର ଅନେକ ଗ୍ରାମକୁ ଆଜି ଯାଏଁ ରାସ୍ତା ନିର୍ମାଣ ହୋଇ ପାରୁନାହିଁ । ବାରମ୍ବାର ଅଭିଯୋଗ ପରେ ବି ଫଳ ଶୂନ । ଅଧିକ ପଢନ୍ତୁ

ବୌଦ୍ଧ: ପ୍ରହସନ ପାଲଟିଛି ପୁଳାପୁଳା ଯୋଜନା । ବୌଦ୍ଧ ଉପାନ୍ତ ଅଞ୍ଚଳରେ ପହଞ୍ଚି ପାରୁନି ସରକାରଙ୍କ ବିକାଶର ଗାଡି । ରାସ୍ତା ନଥିବାରୁ ଯାତାୟତ କରିବାରେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଲୋକେ । ବୌଦ୍ଧ ଜିଲ୍ଲା ୯ ନମ୍ବର ଜୋନ୍‌ ଅନ୍ତର୍ଗତ ମହାଲିକପଡ଼ା ପଞ୍ଚାୟତ ସହ କୁଶଙ୍ଗ, ତଳଗାଁ, ଆଢେଣୀଗଡ଼, ଛତରଙ୍ଗ ଭଳି ପଞ୍ଚାୟତର ଅନେକ ଗ୍ରାମକୁ ଆଜି ଯାଏଁ ରାସ୍ତା ନିର୍ମାଣ ହୋଇ ପାରୁନାହିଁ ।

ସମସ୍ୟା ଘେରରେ ବୌଦ୍ଧର ଉପାନ୍ତ ଅଞ୍ଚଳ, ଅଭିଯୋଗ ପରେ ବି ଶୁଣୁନି ପ୍ରଶାସନ

ଏହିସବୁ ଉପାନ୍ତ ଅଞ୍ଚଳରେ ପାନୀୟଜଳ, ସ୍ବାସ୍ଥ୍ୟସେବା, ଜଳସେଚନ, ବିଦ୍ୟୁତ, ଡାକସେବା ଆଦି ବିପର୍ଯ୍ୟସ୍ତ ହୋଇପଡ଼ିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବୌଦ୍ଧ ଜିଲ୍ଲାର ମହାଲିକପଡା ପଞ୍ଚାୟତରେ ଆଜି ପର୍ଯ୍ୟନ୍ତ ମୋବାଇଲ ନେଟୱାର୍କ ସଂଯୋଗ ହୋଇ ପାରୁନାହିଁ । ଏନେଇ ବାରମ୍ବାର ଦାବି କରାଯାଉଥିଲେ ସୁଦ୍ଧା କୌଣସି ସୁଫଳ ମିଳୁନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.