ETV Bharat / state

ରାସ୍ତା ନିର୍ମାଣକୁ ପୁରିନି ବର୍ଷେ, ଉଠିଲାଣି ପିଚୁ

author img

By

Published : Aug 27, 2022, 6:04 PM IST

ରାସ୍ତା ନିର୍ମାଣକୁ ପୁରିନି ବର୍ଷେ, ଉଠିଲାଣି ପିଚୁ
ରାସ୍ତା ନିର୍ମାଣକୁ ପୁରିନି ବର୍ଷେ, ଉଠିଲାଣି ପିଚୁ

ରାସ୍ତା ନିର୍ମାଣର ବର୍ଷେ ବିତିନି କିନ୍ତୁ ରାସ୍ତାଟି ଖାଲଖମାରେ ପରିପୂର୍ଣ୍ଣ ହୋଇଗଲାଣି । ଏଭଳି ଏକ ଘଟଣା ମଧ୍ୟ ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲାରେ । ଯାହାକୁ ନେଇ ସ୍ଥାନୀୟବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । ଅଧିକ ପଢନ୍ତୁ

ବୌଦ୍ଧ: ଗମନାଗମନର ବିକାଶ ପାଇଁ ସରକାର ମାଳ ମାଳ ଯୋଜନା କରୁଛନ୍ତି । ପକ୍କା ରାସ୍ତା ନିର୍ମାଣ ପାଇଁ ମଧ୍ୟ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସରକାର । ହେଲେ ବିଭାଗୀୟ ଅଧିକାରୀଙ୍କ ମନମାନୀ ଯୋଗୁଁ ରାସ୍ତା ନିର୍ମାଣକୁ ବର୍ଷେ ନ ପୁରୁଣୁ କାନା ଫାଟି ଆଁ କରୁଛି । ଏଭଳି ଏକ ଘଟଣା ମଧ୍ୟ ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲାରେ । ଯାହାକୁ ନେଇ ସ୍ଥାନୀୟବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି ।

ରାସ୍ତା ନିର୍ମାଣକୁ ପୁରିନି ବର୍ଷେ, ଉଠିଲାଣି ପିଚୁ

ରାସ୍ତା ନିର୍ମାଣର ବର୍ଷେ ବିତିନି । କିନ୍ତୁ ରାସ୍ତାରେ ଖାଲଖମାରେ ପରିପୂର୍ଣ୍ଣ ହୋଇଗଲାଣି । ଏହି ରାସ୍ତାରେ ପ୍ରତ୍ୟେକ ବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ ହେଉଥିଲେ ମଧ୍ୟ ଏହାର ସ୍ଥାୟିତ୍ବ ଓ ମାନକୁ ନେଇ ସ୍ଥାନୀୟ ଲୋକେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି । ବୌଦ୍ଧ ଜିଲ୍ଲା ଆରଡ଼ି ବିଭାଗର ବହିରା ଛକ ଠାରୁ ଝାରମୁଣ୍ଡା ଦେଇ ଟିକରପଡା ପର୍ଯ୍ୟନ୍ତ ଯାଇଥିବା ଡୁମୁଡୁମା ରାସ୍ତା ସମ୍ପୂର୍ଣ୍ଣ ବିପଦ ଶଙ୍କୁଳ ହୋଇ ପଡିଛି ।

ଏହାବି ପଢନ୍ତୁ: ଜବରଦଖଲରେ ଜାତୀୟ ରାଜପଥ, ବୌଦ୍ଧରେ ବଢୁଛି ସଡକ ଦୁର୍ଘଟଣା

ଗତ ପ୍ରାୟ ବର୍ଷେ ତଳେ ଏହି ରାସ୍ତା ଆରଡି ବିଭାଗ ଦ୍ବାର ନିର୍ମାଣ ହୋଇଥିଲାବେଳେ, ଗୋଛାପଡା ପଞ୍ଚାୟତରେ ଥିବା ଏକାଧିକ ଷ୍ଟୋନ କ୍ରସର ଭାରିଜାନ ଚଳାଚଳ ଯୋଗୁଁ ରାସ୍ତାର ଅନେକ ସ୍ଥାନ ଖାଲଖମା ହୋଇ ଯାଇଛି । ଏହି ରାସ୍ତା ଉପରେ ପାଞ୍ଚରୁ ଉର୍ଦ୍ଧ୍ବ ପଞ୍ଚାୟତର ଅଧିବାସୀ ନିର୍ଭରଶୀଳ ଥିବାବେଳେ ପ୍ରତ୍ୟେକ ଦିନ ରାସ୍ତାରେ ଶହ ଶହ ଗାଡି ମୋଟର ଯାତାୟାତ କରିଥାଏ ।

କିନ୍ତୁ ବର୍ତ୍ତମାନ ଉକ୍ତ ରାସ୍ତା ବିପଦପୂର୍ଣ୍ଣ ହୋଇଥିବାରୁ ଏହି ରାସ୍ତା ନିର୍ମାଣ ଶୈଳୀକୁ ନେଇ ସ୍ଥାନୀୟ ଲୋକେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ତୁରନ୍ତ ଏ ଦିଗରେ ଆରଡ଼ି ବିଭାଗର ଅଧିକାରୀ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ଦାବି ହୋଇଛି । ତେବେ ଦେଖିବାକୁ ବାକି ରହିଲା କେବେ ଏ ରାସ୍ତାର ମରାମତି କାର୍ଯ୍ୟ କରୁଛି ଆରଡି ବିଭାଗ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.