ETV Bharat / state

ବିକାଶର ବାଟ ଓଗାଳିଛି ପାହାଡି ଝରଣା, ଅପହଞ୍ଚ ସରକାରୀ ଯୋଜନା

author img

By

Published : Nov 12, 2022, 10:06 AM IST

Updated : Nov 12, 2022, 12:44 PM IST

ବିକାଶର ବାଟ ଓଗାଳିଛି ପାହାଡି ଝରଣା, ଅପହଞ୍ଚ ସରକାରୀ ଯୋଜନା
ବିକାଶର ବାଟ ଓଗାଳିଛି ପାହାଡି ଝରଣା, ଅପହଞ୍ଚ ସରକାରୀ ଯୋଜନା

ବୌଦ୍ଧର ଏକାଧିକ ପଞ୍ଚାୟତରେ ଅପହଞ୍ଚ ସରକାରୀ ଯୋଜନା । ଗାଁକୁ ନାହିଁ ରାସ୍ତା । ପାନୀୟ ଜଳ ଠାରୁ ଆରମ୍ଭ କରି ଶିକ୍ଷା, ସ୍ବାସ୍ଥ୍ୟ ଭଳି ମୌଳିକ ସୁବିଧାରୁ ବଞ୍ଚିତ ଲୋକେ । ଅଧିକ ପଢନ୍ତୁ

ବୌଦ୍ଧ: ଉପାନ୍ତ ଅଞ୍ଚଳରେ ଅପହଞ୍ଚ ସରକାରୀ ଯୋଜନା । ଗାଁକୁ ନାହିଁ ରାସ୍ତା । ପାଣି ପାଇଁ ପାହାଡି ଝରଣା ପାଲଟିଛି ଭରସା । ଶିକ୍ଷାଠୁ ଆରମ୍ଭ କରି ସ୍ବାସ୍ଥ୍ୟ, ପାନୀୟ ଜଳ ଓ ବିଦ୍ୟୁତ ଭଳି ମୌଳିକ ସମସ୍ୟା ମଧ୍ୟରେ ଘେରି ରହିଛନ୍ତି ଅପନ୍ତରା ଅଞ୍ଚଳବାସୀ(Basic amenities still a daydream for many villages) । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଏକାଧିକ ଗ୍ରାମଗୁଡିକରେ ଏହି ସମସ୍ୟା ଦେଖିବାକୁ ମିଳିଛି । ଅଞ୍ଚଳର ବିକାଶରେ ପାହାଡି ଝରଣା ମୁଖ୍ୟ ପ୍ରତିବନ୍ଧକ ସାଜିଥିବା ବେଳେ ୧୦ରୁ ଉର୍ଦ୍ଧ୍ବ ପଞ୍ଚାୟତରେ ସରକାରଙ୍କ ବିକାଶମୂଳକ ଯୋଜନା ପହଞ୍ଚି ପାରୁନଥିବା ଅଭିଯୋଗ ହୋଇଛି ।

ବିକାଶର ବାଟ ଓଗାଳିଛି ପାହାଡି ଝରଣା, ଅପହଞ୍ଚ ସରକାରୀ ଯୋଜନା

ଉପାନ୍ତ ଅଞ୍ଚଳ କଥା ଛାଡନ୍ତୁ, ସଦର ମହକୁମାର ଚତୁର୍ପାଶ୍ବରେ ଥିବା ଗ୍ରାମରେ ସରକାରଙ୍କ କଲ୍ୟାଣକାରୀ ଯୋଜନା ଠିକରେ ପହଞ୍ଚି ପାରୁନାହିଁ । ବୌଦ୍ଧ ଜିଲ୍ଲାର ୨୨ ଗୋଟି ପଞ୍ଚାୟତକୁ ନେଇ ଗଠିତ ହରଭଙ୍ଗା ବ୍ଲକ । କିନ୍ତୁ ହରଭଙ୍ଗା ବ୍ଲକର ମହାଲିକପଡା, ତଳଗାଁ, କୁଶଙ୍ଗ, ଛତରଙ୍ଗ, ଆଢେଣୀଗଡ ଭଳି ଉପାନ୍ତ ଅଞ୍ଚଳର ଶତାଧିକ ଗ୍ରାମରେ ସରକାରଙ୍କ ବିକାଶମୂଳକ ଯୋଜନା ଠିକରେ ପହଞ୍ଚି ପାରୁନାହିଁ(Lack Of Basic Facilities In Boudha Village) । ଏସବୁ ଦୁର୍ଗମ ଅଞ୍ଚଳରେ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ, ବିଦ୍ୟୁତ ଭଳି ମୌଳିକ ସୁବିଧା ଅପହଞ୍ଚ ହୋଇ ରହିଥିବା ବେଳେ ସଦର ମହକୁମାର ଚତୁର୍ପାଶ୍ବର ଅବସ୍ଥା କହିଲେ ନସରେ ।

ବିକାଶର ବାଟ ଓଗାଳିଛି ପାହାଡି ଝରଣା, ଅପହଞ୍ଚ ସରକାରୀ ଯୋଜନା
ବିକାଶର ବାଟ ଓଗାଳିଛି ପାହାଡି ଝରଣା, ଅପହଞ୍ଚ ସରକାରୀ ଯୋଜନା

ଏହାମଧ୍ୟ ପଢନ୍ତୁ: ହେତୁବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଜଗନ୍ନାଥ ସେନାର ବିକ୍ଷୋଭ

ହରଭଙ୍ଗା ବ୍ଲକ ମୁଖ୍ୟାଳୟ ଚାରିଛକର ଚତୁର୍ପାଶ୍ବରେ ଥିବା ଘୋଡାଡିଆଁ, କାଲିମାଟି, ପିଚୁକୁଡି, ଡିଗିସିରା, ବାହାଲି ଭଳି ଅନେକ ଗ୍ରାମ ବର୍ଷର ଅଧିକାଂଶ ସମୟ ବାହ୍ୟ ଜଗତରୁ ବିଛିନ୍ନ ହୋଇ ରହିଥାଏ । ଦୀପତଳ ଅନ୍ଧାର ଭଳି ଏସବୁ ଅଞ୍ଚଳର ଅଧିବାସୀ ସରକାରୀ ଯୋଜନାର ଢେର ଦୂରରେ ଥିବା ଅଭିଯୋଗ ହୋଇଛି । ତୁରନ୍ତ ଏ ଦିଗରେ ବୌଦ୍ଧ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ଦାବି ହୋଇଛି ।

ଇଟିଭି ଭାରତ, ବୌଦ୍ଧ

Last Updated :Nov 12, 2022, 12:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.