ETV Bharat / state

ହେତୁବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଜଗନ୍ନାଥ ସେନାର ବିକ୍ଷୋଭ

author img

By

Published : Nov 11, 2022, 11:00 PM IST

ମହାପ୍ରଭୁଙ୍କ ପ୍ରତି ହେତୁବାଦୀଙ୍କ ଅପମାନ ସୂଚକ ମନ୍ତବ୍ୟ ପ୍ରସଙ୍ଗ । କାର୍ଯ୍ୟାନୁଷ୍ଠନ ଦାବିରେ ପୁରୀରେ ଜଗନ୍ନାଥ ସେନା ପକ୍ଷରୁ ବିକ୍ଷୋଭ । ଅଧିକ ପଢନ୍ତୁ

ହେତୁବାଦିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବୀରେ ଜଗନ୍ନାଥ ସେନା ପକ୍ଷରୁ ବିକ୍ଷୋଭ
ହେତୁବାଦିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବୀରେ ଜଗନ୍ନାଥ ସେନା ପକ୍ଷରୁ ବିକ୍ଷୋଭ

ପୁରୀ: ମହାପ୍ରଭୁଙ୍କ ପ୍ରତି ହେତୁବାଦୀଙ୍କ ବିବାଦୀୟ ମନ୍ତବ୍ୟ । ଏନେଇ କାର୍ଯ୍ୟାନୁଷ୍ଠାନ ଦାବିରେ ଜଗନ୍ନାଥ ସେନା ପକ୍ଷରୁ ବିକ୍ଷୋଭ । ଅନ୍ୟପଟେ ଏହାକୁ ନେଇ ଜଗନ୍ନାଥ ପ୍ରେମୀ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ଚୁପ୍ ବସିବାକୁ ନେଇ ଜଗନ୍ନାଥ ସେନା ଆପତ୍ତି ଉଠାଇଛି ।

ସୂଚନା ଅନୁଯାୟୀ, ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣରେ ଚିକେନ ବିରିୟାନୀ ଖାଇବା ସହ ସାମୁହିକ ଭୋଜନ ଆୟୋଜନ କରିଥିଲା। ଏହାକୁ ନେଇ ହେତୁବାଦୀ ସଙ୍ଗଠନକୁ ବିରୋଧ କରାଯାଇଛି। ତେବେ ହେତୁବାଦୀ ସଙ୍ଗଠନ ର କର୍ମକର୍ତ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମହା ପ୍ରସାଦ ପ୍ରତି ଅପମାନ ସୂଚକ ମନ୍ତବ୍ୟ ଦେବା କୁ ନେଇ ପୁରୀ ରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଜଗନ୍ନାଥ ସେନା ପକ୍ଷରୁ ହେତୁ ବାଦି ସଙ୍ଗଠନ ବିରୋଧ ରେ କାର୍ଯ୍ୟନୁଷ୍ଠାନ ଦାବିରେ ପୁରୀ ରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରଯାଇଛି।

ହେତୁବାଦିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବୀରେ ଜଗନ୍ନାଥ ସେନା ପକ୍ଷରୁ ବିକ୍ଷୋଭ

ତେବେ ଏନେଇ ତୁରନ୍ତ ଶ୍ରୀମନ୍ଦିର ପ୍ରଶାସନ ହେତୁବାଦୀଙ୍କ ବିରୋଧରେ ଏତଲା ଦେଇ କାର୍ଯ୍ୟନୁଷ୍ଠାନ ନେବା ନେଇ ସରକାରଙ୍କୁ ଅବଗତ କରିବାକୁ ଜଗନ୍ନାଥ ସେନା ଦାବି କରିଛି । ସେହିପରି ସରକାର ତୁରନ୍ତ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତି ଅପମାନ ଦେଉଥିବା ବ୍ୟକ୍ତି ବିଶେଷ, ଅନୁଷ୍ଠାନ ବିରୋଧ ରେ କାର୍ଯ୍ୟନୁଷ୍ଠାନ ପାଇଁ ସ୍ଵତନ୍ତ୍ର ଆଇନ ଆଣିବାକୁ ଜଗନ୍ନାଥ ସେନା ଦାବି କରିଛି ।

ତେବେ ବିଜ୍ଞାନର ଦ୍ବାହି ଦେଇ ହେତୁବାଦୀ ମାନେ ଯେଭଳି ହିନ୍ଦୁ ଧର୍ମ ରୀତିନୀତିକୁ ତାଛଲ୍ୟ କରୁଛନ୍ତି । ଅନ୍ୟଧର୍ମକୁ ମଧ୍ୟ ସେଭଳି ହେତୁବାଦୀ ମାନଙ୍କର ଯଦି ଦମ୍ ଅଛି କରି ଦେଖାନ୍ତୁ ବୋଲି ଜଗନ୍ନାଥ ସେନା ଚ୍ୟାଲେଞ୍ଜ କରିଛି। ବିଦେଶରୁ ମିସନାରୀ ସଙ୍ଗଠନ ଠାରୁ ଆର୍ଥିକ ସାହାଯ୍ୟ ପାଇ ହିନ୍ଦୁ ଧର୍ମ ବିରୋଧରେ ଯେଭଳି ହେତୁବାଦୀ ମାନେ କାର୍ଯ୍ୟ କରି ଚାଲିଛନ୍ତି । ଏହା ପଛରେ ଥିବା କାରଣକୁ ବାହାର କରିବା ପାଇଁ ସରକାର ତଦନ୍ତ କରନ୍ତୁ ବୋଲି ଜଗନ୍ନାଥ ସେନା ଦାବି କରିଛି । ମହାପ୍ରଭୁ ଙ୍କ ପ୍ରତି ଆଗାମୀ ଦିନରେ ଅପମାନ କରାଗଲେ ଦୃଢ ବିରୋଧ ହେବ ବୋଲି ଜଗନ୍ନାଥ ସେନା ଚେତାବନୀ ଦେଇଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.