ETV Bharat / state

ବାଉଁଶ ଓ ମାଟି କାରିଗରଙ୍କୁ ସହଯୋଗ କରିବ ବିଧାନସଭା ହାଉସ କମିଟି

author img

By

Published : Sep 8, 2022, 5:13 PM IST

ବାଉଁଶ ଓ ମାଟି କାରିଗରଙ୍କୁ ସହଯୋଗ କରିବ ବିଧାନସଭା ହାଉସ କମିଟି
ବାଉଁଶ ଓ ମାଟି କାରିଗରଙ୍କୁ ସହଯୋଗ କରିବ ବିଧାନସଭା ହାଉସ କମିଟି

ଦୁର୍ଦ୍ଦିନରେ ବୌଦ୍ଧର ବାଉଁଶ କାରିଗର । ଶହ ଶହ ବେତେରା ସଂପ୍ରଦାୟ ବର୍ତ୍ତମାନ ବାଉଁଶ ଅଭାବରୁ ଏହି କୌଳିକ ବୃତ୍ତିରୁ ମୁହଁ ଫେରାଉଛନ୍ତି । ତେବେ ବାଉଁଶ କାରିଗର ସହିତ କୁମ୍ଭକାରମାନଙ୍କ ବୃତ୍ତିରେ ଥିବା ଲୋକଙ୍କୁ ବିଧାନସଭା ହାଉସ କମିଟି ସହଯୋଗ କରିବେ ବୋଲି ସୂଚନା ମିଳିଛି । ଅଧିକ ପଢନ୍ତୁ

ବୌଦ୍ଧ: ଦୁର୍ଦ୍ଦିନରେ ବାଉଁଶ କାରିଗର । ବାଉଁଶ ତିଆରି ଜିନିଷ ବିକ୍ରୀ ନହୋଇ ପଡିରହୁଛି । କିଣିବାକୁ ଗ୍ରାହକଙ୍କ ମନରେ ଆଗ୍ରହ ନାହିଁ । ଶହ ଶହ ବେତେରା ସଂପ୍ରଦାୟ ବର୍ତ୍ତମାନ ବାଉଁଶ ଅଭାବରୁ ଏହି କୌଳିକ ବୃତ୍ତିରୁ ମୁହଁ ଫେରାଉଛନ୍ତି । ତେବେ ବାଉଁଶ କାରିଗର ସହିତ କୁମ୍ଭକାରମାନଙ୍କ ବୃତ୍ତିରେ ଥିବା ଲୋକଙ୍କୁ ବିଧାନସଭା ହାଉସ କମିଟି ସହଯୋଗ କରିବେ ବୋଲି ସୂଚନା ମିଳିଛି ।

ବାଉଁଶ ଓ ମାଟି କାରିଗରଙ୍କୁ ସହଯୋଗ କରିବ ବିଧାନସଭା ହାଉସ କମିଟି

ପ୍ରାଚୀନ ପାରମ୍ପରିକ ବୃତ୍ତି ସହିତ ଜଡିତ ବାଉଁଶ ଓ କୁମ୍ଭକାର କଳାକାର । ବୌଦ୍ଧ ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକର ଅନେକ ସ୍ଥାନରେ ବେତେରା ନାମକ ଏକ ସଂପ୍ରଦାୟ ବାଉଁଶରୁ ପ୍ରସ୍ତୁତ ଭୋଗା, ଡାଲା, ଟୋକେଇ, ଟୁପା ଓ ଆହୁରି ଅନେକ ସାମଗ୍ରୀ ପ୍ରସ୍ତୁତ କରି ଗୁଜୁରାଣ ମେଣ୍ଟାଇଥାନ୍ତି । କିନ୍ତୁ ପରିବର୍ତ୍ତିତ ସମୟରେ ବାଉଁଶର ଅଭାବ ସାଙ୍ଗକୁ ଜଙ୍ଗଲ ବିଭାଗର କଟକଣା ଭିତରେ ଏହି ପାରମ୍ପରିକ ବୃତ୍ତି ବର୍ତ୍ତମାନ ବନ୍ଦ ହେବାକୁ ବସିଛି । ଫଳରେ ବର୍ତ୍ତମାନ ସେମାନେ ଏହି ପାରମ୍ପରିକ ବୃତ୍ତିରୁ ମୁହଁ ଫେରାଉଛନ୍ତି । ଉଭୟ ବନଖଣ୍ଡ ବିଭାଗ ଓ କର୍ପୋରେସନ କେହି ମଧ୍ୟ ଏହି ବୃତ୍ତିକୁ ପ୍ରୋତ୍ସାହନ ପ୍ରଦାନ କରୁନାହାନ୍ତି । ସେହିପରି ଜିଲ୍ଲାର ବିଭିନ୍ନ ସ୍ଥାନରେ କୁମ୍ଭକାର ମାନେ ବସବାସ କରି ନିଜ ପାରମ୍ପରିକ ବୃତ୍ତିକୁ ବଞ୍ଚାଇ ରଖିଥିବା ବେଳେ ଏମାନଙ୍କୁ କୌଣସି ସରକାରୀ ପ୍ରୋତ୍ସାହନ ମିଳୁନାହିଁ ।

ଏହା ମଧ୍ୟ ପଢନ୍ତୁ:କମୁଛି ବାଉଁଶ ସାମଗ୍ରୀ ଚାହିଦା, ସଙ୍କଟରେ କାରୀଗରଙ୍କ ବେଉସା

ବୁଧବାର ରାଜ୍ୟ ବିଧାନସଭାର ହାଉସ କମିଟି ବୌଦ୍ଧ ଜିଲ୍ଲା ଗସ୍ତରେ ଆସିଥିବା ବେଳେ ସ୍ଥାନୀୟ ବାପୁଜୀ ନଗରଠାରେ ବାଉଁଶ ଓ ମାଟି କାରିଗରଙ୍କୁ ଭେଟି ଆଲୋଚନା କରିଥିଲେ । କମିଟିର ଅଧ୍ୟକ୍ଷ ନରସିଂହ ମିଶ୍ରଙ୍କ ସହିତ ଜଙ୍ଗଲ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଓ କଣ୍ଟାମାଳ ବିଧାୟକ ମହୀଧର ରଣା ବୌଦ୍ଧ ଜିଲ୍ଲା ପ୍ରଶାସନ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀଙ୍କୁ ଏମାନଙ୍କୁ କିଭଳି ସରକାରଙ୍କ କଲ୍ୟାଣକାରୀ ଯୋଜନାରେ ସାମିଲ କରାଯିବ ସେନେଇ ପରାମର୍ଶ ଦେଇଥିଲେ । ବାଉଁଶ କାରିଗରଙ୍କୁ ସୁଲଭ ମୂଲ୍ୟରେ ବାଉଁଶ ଯୋଗାଇ ଦିଆଯିବ ବୋଲି ମଧ୍ୟ ଜଙ୍ଗଲ ମନ୍ତ୍ରୀ ଆଶ୍ବସନା ଦେଇଥିଲେ ।

ଏନେଇ ବାଉଁଶ କାରି ଗର କହିଛନ୍ତି ଯେ, "ଆମର କୌଳିକ ବୃତ୍ତି ବାଉଁଶରୁ ବିଭିନ୍ନ ଘରକରଣା ସାମଗ୍ରୀ ପ୍ରସ୍ତୁତ କରିବା । କିନ୍ତୁ ବାଉଁଶ ନମିଳିବା ହେତୁ ଆମେ କାମ କରିପାରୁନାହୁଁ । ଫଳରେ ପରିବାର ପ୍ରତିପୋଷଣ ଆମେ କରିପାରୁନାହୁଁ । ବୁଧବାର ରାଜ୍ୟ ବିଧାନସଭାର ହାଉସ କମିଟି ବୌଦ୍ଧ ଜିଲ୍ଲା ଗସ୍ତରେ ଆସିଥିବା ବେଳେ ସ୍ଥାନୀୟ ବାପୁଜୀ ନଗରଠାରେ ବାଉଁଶ ଓ ମାଟି କାରିଗରଙ୍କୁ ଭେଟି ଆଲୋଚନା କରିଥିଲେ । ଆମକୁ ସମସ୍ତ ପ୍ରକାର ସୁବିଧା ଯୋଗାଇବା ପାଇଁ ପ୍ରତିଶୃତି ଦେଇଛନ୍ତି ।"

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.