ETV Bharat / state

ପ୍ରଶାସନିକ ଅଧିକାରୀଙ୍କୁ ରାକ୍ଷୀ ବାନ୍ଧିଲେ ଛାତ୍ରୀ ଓ ଅଙ୍ଗନବାଡ଼ି କର୍ମୀ

author img

By ETV Bharat Odisha Team

Published : Aug 30, 2023, 7:05 PM IST

ବୌଦ୍ଧରେ ଧୁମଧାମରେ ପାଳିତ ହେଲା ରାକ୍ଷୀ ପୂର୍ଣ୍ଣିମା
ବୌଦ୍ଧରେ ଧୁମଧାମରେ ପାଳିତ ହେଲା ରାକ୍ଷୀ ପୂର୍ଣ୍ଣିମା

ଜିଲ୍ଲାପାଳ, ଏସ୍‌ପି ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କୁ ରାକ୍ଷୀ ବାନ୍ଧିଲୋ ଅଙ୍ଗନୱାଡି କର୍ମୀଙ୍କ ଓ ଛାତ୍ରୀ । ଅଧିକ ପଢନ୍ତୁ

ବୌଦ୍ଧରେ ଧୁମଧାମରେ ପାଳିତ ହେଲା ରାକ୍ଷୀ ପୂର୍ଣ୍ଣିମା

ବୌଦ୍ଧ: ଦୁର୍ଗମ ଅଞ୍ଚଳର ଅଙ୍ଗନୱାଡି କର୍ମୀଙ୍କ ହାତରୁ ରାକ୍ଷୀ ପିନ୍ଧିଲେ ଜିଲ୍ଲାପାଳ, ଏସପି ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ । ଏଥିସହିତ ଉପାନ୍ତ ଅଞ୍ଚଳରେ ବୃକ୍ଷର ସୁରକ୍ଷା ପାଇଁ ବ୍ୟାପକ ବୃକ୍ଷ ରୋପଣ ସହିତ ବୃକ୍ଷକୁ ରାକ୍ଷୀ ବାନ୍ଧି ସୁରକ୍ଷା କମନା କଲେ ଭଉଣୀମାନେ । ବୌଦ୍ଧରେ ଏପରି ନିଆରା ଢଙ୍ଗରେ ରାକ୍ଷୀ ପୂର୍ଣ୍ଣିମା ପାଳନ ହୋଇଛି ।

ଭାଇଭଉଣୀଙ୍କ ପବିତ୍ର ବନ୍ଧନର ଉତ୍ସବ ରାକ୍ଷୀ ପୂର୍ଣ୍ଣିମା । ଏଥିପାଇଁ ଗାଁ ଠାରୁ ସହର ସବୁଆଡ଼େ ଉତ୍ସବର ମାହୋଲ ସୃଷ୍ଟି ହୋଇଛି । ଭାଇର ହାତରେ ସ୍ନେହର ଡୋରୀ ବାନ୍ଧି ଭଉଣୀ ଭାଇର ଦୀର୍ଘାୟୁ କାମନା କରୁଥିବା ବେଳେ ଭାଇ ସୁରକ୍ଷା ଦେବାକୁ ପ୍ରତିଜ୍ଞା କରିଥାଏ । ଏହି ପବିତ୍ର ଦିନକୁ ବୌଦ୍ଧରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ରାକ୍ଷୀ ପୂର୍ଣ୍ଣିମା ଅବସରରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ବିଭିନ୍ନ ସ୍ଥାନରେ ଥିବା ଧାର୍ମିକ ପୀଠରେ ଠାକୁରଙ୍କୁ ରାକ୍ଷୀ ବନ୍ଧା ଯିବା ସହିତ ଗାଈଗୋରୁଙ୍କୁ ମଧ୍ୟ ରାକ୍ଷୀ ବନ୍ଧା ଯାଇଥିଲା । ଜିଲ୍ଲାର ବିଭିନ୍ନ ସ୍ଥାନରେ ଆନନ୍ଦ ଉଲ୍ଲାସର ସହିତ ରକ୍ଷା ବନ୍ଧନ ଉତ୍ସବର ପାଳନ କରାଯାଇଛି ।

ଜିଲ୍ଲାର ବିଭିନ୍ନ ଦେବାଳୟରେ ଆଜି ରାକ୍ଷୀ ପୂର୍ଣ୍ଣିମା ପାଳନ କରାଯାଇଛି । ବିଭିନ୍ନ ସ୍ଥାନରେ ନିଆରା ଢଙ୍ଗରେ ଭାଇଭଉଣୀଙ୍କ ଏହି ପବିତ୍ର ଉତ୍ସବକୁ ପାଳନ କରାଯାଇଥିଲା । ତେବେ ଦୁର୍ଗମ ଅଞ୍ଚଳ ଗୁନ୍ଦୁଳିଆଠାରେ ଅଙ୍ଗନୱାଡ଼ି କର୍ମୀମାନେ ନିଆରା ଭାବରେ ରାକ୍ଷୀ ପୂର୍ଣ୍ଣିମା ଉତ୍ସବ ପାଳନ କରିଥିଲେ । ଏହାଛଡ଼ା ଆଜିର ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଅଙ୍ଗନବାଡ଼ି କର୍ମୀମାନେ ଗୁନ୍ଦୁଳିଆଠାରେ ପହଞ୍ଚି ଥିବା ଜିଲ୍ଲାପାଳ ନୃସିଂହ ଚରଣ ସ୍ବାଇଁ ଓ ଏସ୍‌ପି ରାଜ ପ୍ରସାଦ ତଥା ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀମାନଙ୍କୁ ରାକ୍ଷୀ ବାନ୍ଧିଥିଲେ । ଏହାସହ ଏକ ଛୋଟ ପାରମ୍ପରିକ ଖାଦ୍ୟ ପ୍ରଦର୍ଶନ କରିଥିଲେ । ଗର୍ଭବତୀ ଓ ଶିଶୁଙ୍କ ପାଇଁ ଉପଯୁକ୍ତ ପୋଷଣରେ ଭରା ଭଳି କି ଭଳି ପାରମ୍ପରିକ ତଥା ସୁଷମ ଖାଦ୍ୟ ପ୍ରଦର୍ଶନ କରିଥିଲେ ।

ଅଧିକ ପଢନ୍ତୁ..Raksha Bandhan 2023: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରାକ୍ଷୀ ବାନ୍ଧିଲେ ସ୍କୁଲ ଛାତ୍ରୀ

ସେହିପରି ବଣ ଜଙ୍ଗଲ ଅଧ୍ୟୁଷିତ ଗୁନ୍ଦୁଳିଆ ଅଞ୍ଚଳରେ ବୃକ୍ଷର ସୁରକ୍ଷା ପାଇଁ ସମସ୍ତଙ୍କୁ ଆହ୍ଵାନ ଦିଆଯାଇଥିଲା । ଏହି ଅବସରରେ ଜିଲ୍ଲାପାଳ, ଏସପି, ବ୍ଲକ ଅଧ୍ୟକ୍ଷ ଓ ଅନ୍ୟାନ୍ୟ ଅତିଥି ବୃକ୍ଷରେ ରକ୍ଷା ବନ୍ଧନ କରିଥିଲେ । ଏହାଛଡ଼ା ଗୁନ୍ଦୁଳିଆ ଆଦିବାସୀ ଛାତ୍ରୀ ନିବାସର ଛାତ୍ରୀମାନେ ସ୍କୁଲ ପରିସରରେ ପହଞ୍ଚି ଥିବା ଅତିଥିମାନଙ୍କ ହାତରେ ରାକ୍ଷୀ ବାନ୍ଧିବା ସହିତ ମିଠା ଖୁଆଇଥିଲେ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.