Raksha Bandhan 2023: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରାକ୍ଷୀ ବାନ୍ଧିଲେ ସ୍କୁଲ ଛାତ୍ରୀ

By ETV Bharat Odisha Team

Published : Aug 30, 2023, 12:59 PM IST

thumbnail

ନୂଆଦିଲ୍ଲୀ: ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଭାଇ ଭଉଣୀଙ୍କ ସ୍ନେହ, ସୁରକ୍ଷାର ପର୍ବ ରକ୍ଷା ବନ୍ଧନ । ଭାଇ ହାତରେ ସ୍ନେହର ଡୋରୀ ବାନ୍ଧିଛି ଭଉଣୀ । ଭାଇ ହାତରେ ରାକ୍ଷୀ ଭିଡି ସୁରକ୍ଷାର ପ୍ରତିଶ୍ରୁତି ନେଇ ଭଉଣୀ । ଏନେଇ ଚଳ ଚଞ୍ଚଳ ପୁରପଲ୍ଲୀ । ପବିତ୍ର ରକ୍ଷୀ ପୂର୍ଣ୍ଣିମା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ରାକ୍ଷୀ ପିନ୍ଧିଛନ୍ତି । ନୂଆଦିଲ୍ଲୀରେ କିଛି କୁନି କୁନି ସ୍କୁଲ ଛାତ୍ରୀ ପ୍ରଧାନମନ୍ତ୍ରୀଙ୍କ ହାତରେ ରାକ୍ଷୀ ଭିଡିଛନ୍ତି । ପିଲାଙ୍କୁ ହାତରୁ ରାକ୍ଷୀ ପିନ୍ଧି ପ୍ରଧାନମନ୍ତ୍ରୀ ବେଶ ଖୁସି ଅନୁଭବ କରିଛନ୍ତି । ଏହି ସମୟରେ ପିଲାଙ୍କ ସହ ପ୍ରଧାନମନ୍ତ୍ରୀ କିଛି ଆଲୋଚନା କରୁଥିବା ଦେଖିବାକୁ ମିଳୁଛି । ପ୍ରାୟ 50ରୁ ଅଧିକ ସ୍କୁଲ ଛାତ୍ରୀ ପ୍ରଧାନମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ । ପ୍ରଧାନମନ୍ତ୍ରୀଙ୍କ ଫଟୋ ଥିବା ଏକ ରାକ୍ଷୀ ମଧ୍ୟ ତାଙ୍କ ହାତରେ ଦେଖିବାକୁ ମିଳିଛି। ଦେଖନ୍ତୁ ସେହି ସମୟର ଭିଡିଓ ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.