ETV Bharat / state

ଚାକିରିରୁ ଅବସର ପରେ ‘ଇଟିଭି ଭାରତ’ ସହ ସ୍ମୃତି ବାଣ୍ଟିଲେ ବୌଦ୍ଧ ଏସପି

author img

By

Published : Jul 1, 2021, 8:16 AM IST

ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ନିଜର ଅବସର ଗ୍ରହଣ ସମୟରେ ଜିଲ୍ଲାର ଆଇନଶୃଙ୍ଖଳା ପରିସ୍ଥିତିର ମୁକାବିଲା ତଥା ଅନେକ ଅପ୍ରୀତିକର ପରିସ୍ଥିତିକୁ ସଫଳତାର ସହ ମୁକାବିଲା କଥାକୁ ମନେ ପକାଇଥିଲେ । ଅବସର ଗ୍ରହଣ ପରେ ନିଜ ଶୁଭେଚ୍ଛୁଙ୍କ କରିଛନ୍ତି ରକ୍ତ ଦାନ । ଅଧିକ ପଢନ୍ତୁ...

ଚାକିରିରୁ ଅବସର ଗ୍ରହଣ ପରେ ସ୍ମୃତି ବର୍ଣ୍ଣନା କଲେ ବୌଦ୍ଧ ଏସପି
ଚାକିରିରୁ ଅବସର ଗ୍ରହଣ ପରେ ସ୍ମୃତି ବର୍ଣ୍ଣନା କଲେ ବୌଦ୍ଧ ଏସପି

ବୌଦ୍ଧ: ଅବସର ଗ୍ରହଣ କଲେ ବୌଦ୍ଧ ଏସପି ଭି ରଘୁନାଥ ରାଓ । ବୌଦ୍ଧ ଆରକ୍ଷୀ ଅଧିକ୍ଷକ ଭାବରେ ସେ 1ବର୍ଷ 10 ମାସ କାର୍ଯ୍ୟ କରିଥିବା ବେଳେ ଜିଲ୍ଲାର ଆଇନ ଶୃଙ୍ଖଳା, ସଡକ ଦୁର୍ଘଟଣା, ଥାନା, ଫାଣ୍ଡି ସମ୍ପର୍କରେ ଇଟିଭି ଭାରତକୁ ନିଜ ଅଭିଜ୍ଞତା ବର୍ଣ୍ଣନା କରିଛନ୍ତି । ଜିଲ୍ଲାରେ ଅଦ୍ୟାବଧି 6ଗୋଟି ଥାନା ଥିବା ବେଳେ ଆଉ ତିନୋଟି ଥାନାର ଆବଶ୍ୟକତା ରହିଛି ।

ଚାକିରିରୁ ଅବସର ଗ୍ରହଣ ପରେ ସ୍ମୃତି ବର୍ଣ୍ଣନା କଲେ ବୌଦ୍ଧ ଏସପି

ଏଥି ସହିତ ଜିଲ୍ଲାରେ ସଡକ ଦୁର୍ଘଟଣା, ଚୋରି, ହତ୍ୟା, ଡକାୟତିକୁ ଅନେକାଂଶରେ ରୋକାଯାଇ ପାରିଥିବା ନେଇ କହିଛନ୍ତି । ଜିଲ୍ଲାବାସୀଙ୍କ ସହଯୋଗରେ ଅନେକ ଅପ୍ରୀତିକର ପରିସ୍ଥିତିକୁ ଏଡାଇ ଦିଆଯାଇଥିବା ସୂଚନା ଦେଇଛନ୍ତି । ସେପଟେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କୁ ରାଜ୍ୟ ସରକାର ଅତିରିକ୍ତ ସଚିବ ପାହ୍ୟାକୁ ଉନ୍ନତି ପ୍ରଦାନ ଯୋଗୁଁ ଜିଲ୍ଲାରେ ଆନନ୍ଦର ଲହରୀ ଖେଳିଯାଇଛି ।

ସେହିପରି ଜଣେ ସ୍ବାସ୍ଥ୍ୟ କର୍ମଚାରୀ ଅବସର ଗ୍ରହଣ ପରେ ନିଜ ଶୁଭେଚ୍ଛୁଙ୍କ ସହ ରକ୍ତ ଦାନ କରିଥିବା ବେଳେ ତାଙ୍କୁ ଉତ୍ସାହିତ କରିବାକୁ କଣ୍ଟାମାଳ ବିଧାୟକ ମହୀଧର ରଣା ଓ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ରକ୍ତଦାନ ଶିବିରରେ ପହଞ୍ଚି ଥିଲେ । ସେପଟେ ଜିଲ୍ଲା ପୋଲିସର ତିନି ଜଣ କନେଷ୍ଟବଳ ରକ୍ତଦାନ କରି ତିନି ଜଣ ଗର୍ଭବତୀ ମହିଳାଙ୍କୁ ସହଯୋଗ କରି ମାନବିକତାର ପରିଚୟ ଦେଇଛନ୍ତି ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.