ETV Bharat / state

ସରିଲା ନୂଆଁଖାଇ,ଆରମ୍ଭ ହେଲା ବନ୍ଧୁ ମିଳନ ଓ ଛାଡଖାଇ ପର୍ବ

author img

By

Published : Sep 3, 2022, 7:36 AM IST

ସରିଲା ନୂଆଁଖାଇ,ଆରମ୍ଭ ହେଲା ବନ୍ଧୁ ମିଳନ ଓ ଛାଡଖାଇ ପର୍ବ
ସରିଲା ନୂଆଁଖାଇ,ଆରମ୍ଭ ହେଲା ବନ୍ଧୁ ମିଳନ ଓ ଛାଡଖାଇ ପର୍ବ

ବୌଦ୍ଧ ଜିଲ୍ଲାର ପୁରପଲ୍ଲୀରେ ଗୁରୁବାର ଆନନ୍ଦ ଉଲ୍ଲାସର ସହିତ ନୂଆଖାଇ ପର୍ବ ପାଳନ ହୋଇଥିବା ବେଳେ ଶୁକ୍ରବାର ଠାରୁ ନୂଆଁଖାଇ ଭେଟଘାଟ ସହିତ ବନ୍ଧୁ ମିଳନ ଓ ଛାଡଖାଇ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ

ବୌଦ୍ଧ: ସରିଲା ନୂଆଁଖାଇ ପର୍ବ । ଆଉ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି ବନ୍ଧୁ ମିଳନ ଓ ଛାଡଖାଇ ଉତ୍ସବ । ବୌଦ୍ଧ ଜିଲ୍ଲାର ପୁରପଲ୍ଲୀରେ ଗୁରୁବାର ଆନନ୍ଦ ଉଲ୍ଲାସର ସହିତ ନୂଆଖାଇ ପର୍ବ ପାଳନ ହୋଇଥିବା ବେଳେ ଶୁକ୍ରବାର ଠାରୁ ନୂଆଖାଇ ଭେଟଘାଟ ସହିତ ବନ୍ଧୁ ମିଳନ ଓ ଛାଡଖାଇ ଆରମ୍ଭ ହୋଇଛି । ବିଶେଷ ଭାବରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅଞ୍ଚଳରେ ଚାରି ଦିନ ଧରି ଏହି ପର୍ବ ପାଳନ କରାଯାଉ ଥିବା ବେଳେ ସରକାରୀ ଛୁଟି ନ ଥିଲେ ମଧ୍ୟ ଶୁକ୍ରବାର କଣ୍ଟାମାଳ ବ୍ଲକର ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ରାସ୍ତାଘାଟରେ ଅଘୋଷିତ କର୍ଫ୍ୟୁ ଭଳି ଖାଲି ରହିଥିଲା ।

ସରିଲା ନୂଆଁଖାଇ,ଆରମ୍ଭ ହେଲା ବନ୍ଧୁ ମିଳନ ଓ ଛାଡଖାଇ ପର୍ବ

ବନ୍ଧୁ ମିଳନ କାର୍ଯ୍ୟକ୍ରମରେ କଣ୍ଟାମାଳ ବିଧାୟକ ମହୀଧର ରଣା ଯୋଗଦେଇ ସମସ୍ତଙ୍କୁ ସ୍ବାଗତ କରିଥିଲେ । ଘରେ ଘରେ ପିଠାପଣା ସହିତ ଭୋଜିଭାତର ଆସର ଚାରି ଦିନ ଧରି ଚାଲିବ ବୋଲି ସୂଚନା ମିଳିଛି । ସେପଟେ ନୂଆଁଖାଇ ଅବସରରେ ବୌଦ୍ଧ ଜିଲ୍ଲାର ଜଣେ ମହିଳାଙ୍କୁ ରାଜ୍ୟ ବିଜେଡି ମହିଳା ଦଳରେ ମିଳିଛି ଦାୟିତ୍ବ । ଜିଲ୍ଲା ଗୋଛାପଡା ପଞ୍ଚାୟତର ସମିତି ସଭ୍ୟା ଶ୍ରଦ୍ଧାଞ୍ଜଳି ବାରିକଙ୍କୁ ରାଜ୍ୟ ମହିଳା ବିଜେଡି ଦଳର କାର୍ଯ୍ୟକାରୀ ସଦସ୍ୟ ଭାବରେ ଗ୍ରହଣ କରାଯାଇଛି । ଏନେଇ ଶ୍ରଦ୍ଧାଞ୍ଜଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କଣ୍ଟାମାଳ ବିଧାୟକ ମହୀଧର ରଣାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ଏହାବି ପଢନ୍ତୁ: Nuakhai 2022: ବୌଦ୍ଧରେ ନୂଆଁଖାଇ ଧୁମ୍‌, ଆନନ୍ଦ ଉଲ୍ଲାସରେ ପାଳିଲେ ନୂଆଁଖାଇ

ସୂଚନା ଥାଉକି, ନୂଆଁଖାଇ ପଶ୍ଚିମ ଓଡିଶାର ଏକ ପାରମ୍ପରିକ ପର୍ବ । ପାଞ୍ଜି ଅନୁସାରେ ଏହା ଭାଦ୍ରବ ମାସର ଶୁକ୍ଳ ପଞ୍ଚମୀ ତିଥିରେ ପାଳିତ ହୋଇଥାଏ । ଧାନ ଅମଳର ଖୁସିରେ ଚାଷୀମାନେ ଏହାକୁ ପାଳନ କରିଥାନ୍ତି । ବର୍ଷା ଶେଷ ହେବାପରେ ଶରତ ଋତୁ ଧରା ପୃଷ୍ଠରେ ଅବତରଣ କରେ । ଏହି ସମୟରେ ଚାଷୀ ଜମିରେ ବେଉଷଣ କାର୍ଯ୍ୟ ଆରମ୍ଭ କରିଥାଏ ପରେ ସହଳ ଅମଳକ୍ଷମ ଧାନ ଗର୍ଭଧାରଣ କରି କେଣ୍ଡା ପକେଇବାର କାର୍ଯ୍ୟ କରିଥାଏ । ଚାଷୀ ପ୍ରଥମକରି ଅମଳକ୍ଷମ ଧାନକୁ ଇଷ୍ଟଦେବୀଙ୍କଠାରେ ସମର୍ପଣ କରିବା ହିଁ ନବାନ୍ନ ଭକ୍ଷଣ । ଏହାକୁ ପଶ୍ଚିମ ଓଡ଼ିଶାର ଆଞ୍ଚଳିକ ଭାଷାରେ ନୂଆଁଖାଇ କୁହାଯାଏ । ନୂଆଁଖାଇ ପାଳନ ନିମନ୍ତେ ପୂର୍ବରୁ "ଲଗନ" ବା "ତିଥି" ନିର୍ଣ୍ଣୟ କରି ପୂଜା ଆଦି ସହ ଆରିସା ପିଠା ଭୋଗ କରାଯାଇଥାଏ ।

ନୂଆଁଖାଇ ଏକ ଗଣପର୍ବ । ଗ୍ରାମ ବା ସହରର ପଡ଼ା ଅଞ୍ଚଳରେ ନୂଆଁଖାଇ ଦିନ ନବାନ୍ନ ଦେଇ ପୂଜା ବିଧି ସମାପ୍ତ ହେବା ପରେ ପରିବାରର ମୁଖ୍ୟଙ୍କ ହାତରୁ ସମସ୍ତେ ନବାନ୍ନ ଭୋଗ ଗ୍ରହଣ କରନ୍ତି । ତାହା ଖାଇ ସାରି ପରିବାରର ସମସ୍ତ ବ୍ୟକ୍ତି ନିଜର ବୟସ୍କମାନଙ୍କୁ ଭୂମିଷ୍ଠ ପ୍ରଣାମ ସହ ଆଶୀର୍ବାଦ ଗ୍ରହଣ କରନ୍ତି । ପରେ ପିଠା ପଣା ସହ ନବାନ୍ନ ଭୋଜି ଖାଇ ସାରିବା ପରେ ଗ୍ରାମରେ ଥିବା ସମସ୍ତ ବୟୋଜ୍ୟେଷ୍ଠ ମାନଙ୍କୁ ଭେଟି ପ୍ରଣାମ କରିଥାନ୍ତି । ଏହି ସମୟରେ ଗ୍ରାମ ବା ପଡ଼ାର ଲୋକ ମାନେ ନିଜ ଭିତରେ ପୂର୍ବରୁ ଥିବା ଭେଦ ଭାବ ଭୁଲି ଯାଆନ୍ତି । ପରିବାର ମଧ୍ୟରେ ଥିବା ମତଭେଦ ମଧ୍ୟ ଏହି ସମୟରେ ସମାଧାନ ହୋଇଥାଏ । ସମସ୍ତେ ପୁଣି ଏକଜୁଟ ହୋଇ ରହନ୍ତି । ଏହା ନୂଆଁଖାଇ ପର୍ବର ଏକ ବିଶେଷତା । ନୂଆଁଖାଇ ପରଦିନକୁ ନୂଆଁଖାଇବାସି ବୋଲି କୁହାଯାଏ । ଏହି ଦିନଟିକୁ ମଉଜ ମଜଲିସର ଦିନ ଭାବେ ପାଳନ କରାଯାଏ । ନୂଆଁଖାଇ ଦିନ ନିଜର ଇଷ୍ଟଦେବୀଙ୍କୁ ଭୋଗଲାଗି କରାଯାଉଥିବାରୁ ସେଦିନ ପ୍ରାୟତଃ କେହି ଆମିଷ ଭକ୍ଷଣ କରି ନ ଥାନ୍ତି । ହେଲେ ନୂଆଁଖାଇ ବାସି ଦିନ ଆମିଷ ଖାଇଥାନ୍ତି ।

ଇଟିଭି ଭାରତ,ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.