ETV Bharat / state

ଜନ୍ମଦିନ ପାଳନ କରିବା ହେଲା କାଳ, ନଦୀରେ ବୁଡି ଛାତ୍ରଙ୍କ ମୃତ୍ୟୁ

author img

By

Published : Jul 8, 2022, 3:52 PM IST

ସାଳନ୍ଦୀ ନଦୀରେ ଅଘଟଣ । ସାଙ୍ଗର ଜନ୍ମଦିନ ପାଳନ କରିବାକୁ ଯାଇ ବୁଡିଗଲେ ଯୁବକ । ଏଭଳି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି ଭଦ୍ରକ ବ୍ଲକ କାଉପୁର ଦେଇ ପ୍ରବାହିତ ସାଳନ୍ଦୀ ନଦୀରେ । ଅଧିକ ପଢନ୍ତୁ

ଜନ୍ମଦିନ ପାଳନ କରିବା ହେଲା କାଳ, ନଦୀରେ ବୁଡି ଛାତ୍ରଙ୍କ ମୃତ୍ୟୁ
ଜନ୍ମଦିନ ପାଳନ କରିବା ହେଲା କାଳ, ନଦୀରେ ବୁଡି ଛାତ୍ରଙ୍କ ମୃତ୍ୟୁ

ଭଦ୍ରକ: ସାଳନ୍ଦୀ ନଦୀରେ ଅଘଟଣ । ସାଙ୍ଗର ଜନ୍ମଦିନ ପାଳନ କରିବାକୁ ଯାଇ ବୁଡିଗଲେ ଯୁବକ । ଏଭଳି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି ଭଦ୍ରକ ବ୍ଲକ କାଉପୁର ଦେଇ ପ୍ରବାହିତ ସାଳନ୍ଦୀ ନଦୀରେ । ମୃତ ଯୁବକ ହେଲେ ସୌମ୍ୟ ରଞ୍ଜନ ସେନାପତି ।

ଜନ୍ମଦିନ ପାଳନ କରିବା ହେଲା କାଳ, ନଦୀରେ ବୁଡି ଛାତ୍ରଙ୍କ ମୃତ୍ୟୁ

ସୂଚନାଅନୁସାରେ, ସୋମ୍ୟ ରଞ୍ଜନ ନିଜର 5 ଜଣ ସାଙ୍ଗ ମାନଙ୍କ ସହିତ କାଉପୁର ଯାଇ ଦେବରକୁଣ୍ଡ ଘାଟ ପାଖରେ ସ୍ନାନ କରୁଥିଲେ। ଏତିକି ବେଳେ ତାଙ୍କର ଗୋଡ଼ ନଦୀ ଭିତରକୁ ଖସିଯିବାରୁ ସେ ନିଖୋଜ ହୋଇଯାଇଥିଲେ। ଅନ୍ୟମାନେ ତାଙ୍କୁ ଉଦ୍ଧାର କରିବାକୁ ପାଟି କରି ପାଖ ଲୋକ ମାନଙ୍କୁ ଡାକିଥିଲେ। ତେବେ ସୌମ୍ୟ ରଞ୍ଜନକୁ ଖୋଜାଖୋଜି କରି ପାଇବାକୁ ବିଳମ୍ବ ହୋଇ ଯାଇଥିଲା। ପରେ ତାଙ୍କୁ ନଦୀରୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରି ତୁରନ୍ତ 108 ଆମ୍ବୁଲାନ୍ସ ଯୋଗେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.