ଲଗାଣ ବର୍ଷାର ପ୍ରଭାବ; ଗେଙ୍ଗୁଟି ନଦୀ ବନ୍ଧରେ 200 ଫୁଟର ଫାଟ

author img

By

Published : Sep 27, 2021, 1:02 PM IST

ଲଗାଣ ବର୍ଷାର ପ୍ରଭାବ; ଗେଙ୍ଗୁଟି ନଦୀ ବନ୍ଧରେ 200 ଫୁଟର ଫାଟ

ଲଗାଣ ବର୍ଷା ଓ ବନ୍ୟା ପରେ ଫାଟିଲା ନଦୀବନ୍ଧ । ଭଦ୍ରକ ରାମେଶ୍ୱରପୁର ମଳିକ ସାହି ଠାରେ ନଦୀ ବନ୍ଧରେ ଫାଟ ସୃଷ୍ଟି ହୋଇଛି । ଅଧିକ ପଢନ୍ତୁ...

ଭଦ୍ରକ: ଲଗାଣ ବର୍ଷା ଓ ବନ୍ୟା ପରେ ଫାଟିଲା ନଦୀବନ୍ଧ । ଭଦ୍ରକ ଜିଲ୍ଲା ଧାମନଗର ବ୍ଳକ ଦଳାଙ୍ଗ ପଞ୍ଚାୟତ ରାମେଶ୍ୱରପୁର ମଳିକ ସାହି ଠାରେ ନଦୀ ବନ୍ଧରେ ଫାଟ ସୃଷ୍ଟି ହୋଇଛି । ଗେଙ୍ଗୁଟି ନଦୀରେ ପ୍ରାୟ 200 ଫୁଟ ଫାଟ ସୁଷ୍ଟି ହେଇଥିବା ସୂଚନା ମିଳିଛି । ପୂର୍ବରୁ ମଧ୍ୟ ସମାନ ସ୍ଥାନରେ ନଦୀ ବନ୍ଧ ଫାଟିବା ସହ ବନ୍ଧ ଧସିଯାଇଥିଲା । ଯାହାକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡିଛନ୍ତି ।

ଲଗାଣ ବର୍ଷାର ପ୍ରଭାବ; ଗେଙ୍ଗୁଟି ନଦୀ ବନ୍ଧରେ 200 ଫୁଟର ଫାଟ

ପ୍ରକାଶ ଥାଉକି, ବାରମ୍ବାର ମରାମତି ସତ୍ତ୍ୱେ ବନ୍ଧ ଧସୁଛି । ତେବେ ମରାମତି ବେଳେ ନୂଆ ମାଟି ପକାଇବା ସହ ଠିକ ଭାବେ ରୋଲିଂ ହେଉନଥିବା ଯୋଗୁ ନଦୀ ବନ୍ଧରେ ଫାଟ ସୃଷ୍ଟି ହେଉଥିବା ଅନୁମାନ କରାଯାଉଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.