ଗ୍ରାମାଞ୍ଚଳ ପୋଲିସ ପକ୍ଷରୁ ଯୁବକଙ୍କ ନିକଟରୁ ବନ୍ଧୁକ ସହ ଗୁଳି ଜବତ

author img

By

Published : Sep 23, 2021, 10:51 PM IST

ଗ୍ରାମାଞ୍ଚଳ ପୋଲିସ ପକ୍ଷରୁ ଯୁବକଙ୍କ ନିକଟରୁ ବନ୍ଧୁକ ସହ ଗୁଳି ଜବତ

ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ ଜଣେ ଯୁବକଙ୍କ ନିକଟରୁ ବନ୍ଧୁକ ସହ ଜବତ ହୋଇଛି 6 ରାଉଣ୍ଡ ଜୀବନ୍ତ ଗୁଳିି । ଯୁବକ ଜଣକ ବାଇକ ଯୋଗେ ଦ୍ରୁତ ଗତିରେ ବାରିପଦା ଆଡୁ ଭଦ୍ରକ ଆସୁଥିଲେ । ଅଧିକ ପଢ଼ନ୍ତୁ...

ଭଦ୍ରକ: ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ ଜଣେ ଯୁବକଙ୍କ ନିକଟରୁ ବନ୍ଧୁକ ସହ ଜବତ ହୋଇଛି 6 ରାଉଣ୍ଡ ଜୀବନ୍ତ ଗୁଳିି । ଯୁବକ ଜଣକ ବାଇକ ଯୋଗେ ଦ୍ରୁତ ଗତିରେ ବାରିପଦା ଆଡୁ ଭଦ୍ରକ ଆସୁଥିଲେ । ସେହି ସମୟରେ ରାସ୍ତା ଉପରେ ଛିଡ଼ା ହୋଇଥିବା ଗୋରୁଙ୍କୁ ଧକ୍କା ଦେଇ ଭାରସାମ୍ୟ ହରାଇ ପଡ଼ିଯାଇଥିଲେ ଯୁବକ । ଏହି ସମୟରେ ତାଙ୍କ ନିକଟରୁ ବନ୍ଧୁକ ଓ ଗୁଳି ଗଳି ପଡ଼ିଥିଲା ।

ଗ୍ରାମାଞ୍ଚଳ ପୋଲିସ ପକ୍ଷରୁ ଯୁବକଙ୍କ ନିକଟରୁ ବନ୍ଧୁକ ସହ ଗୁଳି ଜବତ

ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଥିଲା । ଏହାକୁ ନେଇ ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ପହଞ୍ଚି ବନ୍ଧୁକ ସହ ଜୀବନ୍ତ ଗୁୁଳିକୁ ଉଦ୍ଧାର କରିଛିି । ସିସିଟିଭି ଆଧାରରେ ତଦନ୍ତ ଆରମ୍ଭ କରିଛି ପୋଲିସ । ଯୁବକ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି ପୋଲିସ । ତେବେ ଏହି ଘଟଣାକୁ ନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଦିନକୁ ଦିନ ଭଦ୍ରକରେ ଅପରାଧିକ କାର୍ଯ୍ୟକଳାପ ବଢ଼ି ଚାଲିଛି । ଏହାକୁ ନେଇ ଲୋକେ ଅତିଷ୍ଠ ହୋଇ ରହିଛନ୍ତି । ତେବେ ଯୁବକ ଜଣଙ୍କ ବନ୍ଧୁକ କେଉଁଠୁ ଆଣିଲେ ଓ କଣ ପାଇଁ ସେ ପାଖରେ ବନ୍ଧୁକ ରଖିଥିଲେ, ତାହାକୁ ନେଇ ତଦନ୍ତ ଆରମ୍ଭ ହୋଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.