ETV Bharat / state

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠୀ ବିବାଦ, ଏକାଧିକ ଆହତ

author img

By

Published : Aug 29, 2022, 11:31 AM IST

ପୀରହାଟ ଥାନା ଗଦିଦରପୁରରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ । ଏଥିରେ 3 ଜଣ ଆହତ ହୋଇଥିବା ବେଳେ 2 ଗୁରୁତର ହୋଇଛନ୍ତି । ଅଧିକ ପଢନ୍ତୁ

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠୀ ବିବାଦ, ଏକାଧିକ ଆହତ
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠୀ ବିବାଦ, ଏକାଧିକ ଆହତ

ଭଦ୍ରକ: ଜିଲ୍ଲା ପୀରହାଟ ଥାନା ଗଦିଦରପୁରରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ । ଏଥିରେ 3 ଜଣ ଆହତ ହୋଇଥିବା ବେଳେ 2 ଜଣ ଗୁରୁତର ହୋଇଥିବା ଜଣାଯାଇଛି । ସମସ୍ତ ଆହତ ଓ ଗୁରୁତରଙ୍କୁ ତିହିଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତୀ କରାଯାଇଛି ।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠୀ ବିବାଦ, ଏକାଧିକ ଆହତ

ସୂଚନା ମୁତାବକ, ଭଦ୍ରକର ଗଦିଦରପୁରରେ ପୂର୍ବ ଶତ୍ରୃତାକୁ ନେଇ ତୁମୁଳକାଣ୍ତ ଘଟିଛି । ଗୋଟିଏ ଗୋଷ୍ଠୀ ପୂର୍ବ ପ୍ରସ୍ତୁତି ମୁତାବକ ଅନ୍ୟ ଗୋଷ୍ଠୀ ଉପରେ ଆକ୍ରମଣ କରିଥିଲା । ଆକ୍ରମଣ ଓ ପ୍ରତି ଆକ୍ରମଣରେ ୫ ଜଣ ଆହତ ହୋଇଥିଲେ । ସମସ୍ତ ଆହତଙ୍କୁ ପ୍ରଥମେ ତିହିଡି ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଥିଲା । ତେବେ ସେମାନଙ୍କ ମଧ୍ୟରୁ ତାପସ ଦାସ ଓ ପ୍ରମୋଦ ଦାସଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଥିଲା । ପରେ ଏ ଦୁଇ ଜଣଙ୍କ ସମେତ ଅନ୍ୟ ଆହତ ମାନଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଏନେଇ ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

ଏହା ପୂର୍ବରୁ ମଧ୍ୟ ଜିଲ୍ଲାରେ ଆଉ ଏକ ଘଟଣା ପୂର୍ବ ଶତ୍ରୁତାକୁ ନେଇ ଘଟିଥିଲା । ପୂର୍ବ ଶତ୍ରୁତାକୁ ନେଇ ସଂଘବଦ୍ଧ ଭାବେ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଥିଲେ । ଗୁରୁତର ଯୁବକ ଜଣକ ହେଲେ ଭଦ୍ରକ ସହରାଞ୍ଚଳ ଥାନା ଅନ୍ତର୍ଗତ ବିଦାଙ୍ଗ ଅଞ୍ଚଳର ପ୍ରମୋଦ ସାହୁ ।

ଏହାବି ପଢନ୍ତୁ: ପୂର୍ବ ଶତୃତା: ସଂଘବଦ୍ଧ ଭାବେ ଆକ୍ରମଣ କରି ଲୁଟିଲେ

ସୂଚନାନୁସାରେ ଯୁବକ ଜଣକ ନିଜ କାର୍ଯ୍ୟସ୍ଥଳକୁ ଯାଉଥିବା ସମୟରେ ଡାହାଣୀ ଗଡ଼ିଆ ନିକଟରେ ପୂର୍ବ ଯୋଜନା ମୁତାବକ ତିନିରୁ ଚାରି ଜଣ ଯୁବକ ପ୍ରମୋଦଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ । ଧାରୁଆ ମାରଣାସ୍ତ୍ରରେ ପ୍ରମୋଦଙ୍କୁ ଆକ୍ରମଣ କରିବା ପରେ ସେ ତଳେ ପଡି ଯାଇଥିଲେ । ଏହି ସମୟରେ ଦୁର୍ବୃତ୍ତମାନେ ତାଙ୍କ ନିକଟରେ ଥିବା ଟଙ୍କା ଓ ସୁନା ଚେନ ଲୁଟ କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ସ୍ଥାନୀୟ ଲୋକ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ପ୍ରମୋଦଙ୍କୁ ଉଦ୍ଧାର କରି ଭଦ୍ରକ ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ଥିବା ବେଳେ ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୋଲିସର ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।

ଇଟିଭି ଭାରତ,ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.