ETV Bharat / state

ଚାଷୀମୂଲିଆ ସଂଘ ପକ୍ଷର ସାମ୍ବାଦିକ ସମ୍ମିଳନୀ

author img

By

Published : Apr 23, 2022, 12:15 PM IST

ଚାଷୀମୂଲିଆ ସଂଘ ପକ୍ଷରୁ ଭୂମିହୀନ ଓ ଘରଡିହ ବିହୀନ ପରିବାରଙ୍କ ସମସ୍ୟାକୁ ନେଇ ସାମ୍ବାଦିକ ସମ୍ମିଳନୀ
ଚାଷୀମୂଲିଆ ସଂଘ ପକ୍ଷରୁ ଭୂମିହୀନ ଓ ଘରଡିହ ବିହୀନ ପରିବାରଙ୍କ ସମସ୍ୟାକୁ ନେଇ ସାମ୍ବାଦିକ ସମ୍ମିଳନୀ

ଚାଷୀମୂଲିଆ ସଂଘ ଭଦ୍ରକ ଜିଲ୍ଲା କମିଟି ପକ୍ଷରୁ ଭଦ୍ରକ ଜିଲ୍ଲା ଭୂମିହୀନ ଓ ଘରଡିହ ବିହୀନ ପରିବାର ମାନଙ୍କର ସମସ୍ୟାକୁ ନେଇ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ

ଭଦ୍ରକ: ଚାଷୀମୂଲିଆ ସଂଘ ଭଦ୍ରକ ଜିଲ୍ଲା କମିଟି ପକ୍ଷରୁ ଭଦ୍ରକ ଜିଲ୍ଲା ଭୂମିହୀନ ଓ ଘରଡିହ ବିହୀନ ପରିବାର ମାନଙ୍କର ସମସ୍ୟାକୁ ନେଇ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । 2014 ମସିହାରୁ 2022 ପର୍ଯ୍ୟନ୍ତ ଭଦ୍ରକ ଜିଲ୍ଲା ପ୍ରଶାସନର ଅପାରଗତା ଯୋଗୁଁ, ଭୂମିହୀନ ଓ ଘରଡିହ ବିହୀନ ପରିବାର କିପରି ସମସ୍ୟା ଓ ଦୁର୍ଦ୍ଦଶା ଭୋଗୁଛନ୍ତି ଏବଂ ଏନେଇ କିପରି ଭୂମିହୀନ ଓ ଘରଡିହ ପରିବାର ମାନଙ୍କୁ ମିଥ୍ୟା ପ୍ରତିଶୃତି ଦେଇ ପ୍ରତାରଣା କରାଯାଉଛି, ସେନେଇ ଚାଷୀମୂଲିଆ ସଂଘ ଭଦ୍ରକ ଜିଲ୍ଲା ସମ୍ପାଦକ ସୁଶାନ୍ତ ଯେନା ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ।

ଚାଷୀମୂଲିଆ ସଂଘ ପକ୍ଷରୁ ଭୂମିହୀନ ଓ ଘରଡିହ ବିହୀନ ପରିବାରଙ୍କ ସମସ୍ୟାକୁ ନେଇ ସାମ୍ବାଦିକ ସମ୍ମିଳନୀ

ଖବର ଅନୁଯାୟୀ, ଭଦ୍ରକ ଜିଲ୍ଲାର ଭଦ୍ରକ ବ୍ଲକ୍ ସମେତ ଭଣ୍ଡାରିପୋଖରୀ, ତିହିଡ଼ି, ଚାନ୍ଦବାଲି, ବନ୍ତ ବ୍ଳକ ଓ ଅନ୍ୟାନ୍ୟ ବ୍ଲକ୍‌ର ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ରହୁଥିବା ଭୂମିହୀନ ଓ ଘରଡିହ ବିହୀନ ପରିବାର ମାନଙ୍କୁ 1947 ମସିହାରୁ ଆଜି ପର୍ଯ୍ୟନ୍ତ ଘର ଡିହ ପଟ୍ଟା ଖଣ୍ଡେ ମିଳିପାରିନାହିଁ । ବାରମ୍ବାର ଭଦ୍ରକ ଜିଲ୍ଲାର ବିଭିନ୍ନ ତହସିଲ ସମ୍ମୁଖରେ ଧାରଣା, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ହୋଇଥିବା ଘେରାଓ, ଧାରଣା ଓ ପ୍ରତିବାଦ ସମୟରେ ପ୍ରତ୍ୟେକ ଥର ପ୍ରଶାସନ ପକ୍ଷରୁ ପ୍ରତିଶୃତି ଦିଆଯାଉଛି । ହେଲେ ପରବର୍ତ୍ତୀ ସମୟରେ କୌଣସି ସୁଫଳ ମିଳୁନାହିଁ । ଫଳରେ ବଦଳି ପାରୁନାହିଁ ଏହି ଭୂମିହୀନ ଘରଡିହ ବିହୀନ ପରିବାରଙ୍କ ସମସ୍ୟା । ତେବେ ଏନେଇ ଯଥାଶୀଘ୍ର ପ୍ରଶାସନ ପକ୍ଷରୁ ବିହିତ ପଦକ୍ଷେପ ଗ୍ରହଣ କରନଗଲେ, ଆଗାମୀ ଦିନରେ ନ୍ଯାୟ ପାଇଁ ତୀବ୍ର ଆନ୍ଦୋଳନ ହେବ ବୋଲି ଚାଷୀମୂଲିଆ ସଂଘ ପକ୍ଷରୁ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦିଆଯାଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.