ETV Bharat / state

ଭଦ୍ରକକୁ କେନ୍ଦ୍ର ରେଳବାଇ ବିଭାଗର ଅଣଦେଖା, BJDର ସାମ୍ବାଦିକ ସମ୍ମିଳନୀ

author img

By

Published : Dec 29, 2022, 1:21 PM IST

Bhadrak bjd pressmeet
ଭଦ୍ରକକୁ କେନ୍ଦ୍ର ରେଳବାଇ ବିଭାଗର ଅଣଦେଖା

ଭଦ୍ରକ ଜିଲ୍ଲାକୁ କେନ୍ଦ୍ର ରେଳବାଇ ବିଭାଗ ଅଣଦେଖା କରିଥିବା ଅଭିଯୋଗ ଆଣିଛି ଜିଲ୍ଲା ବିଜେଡି । ଜିଲ୍ଲା ପ୍ରତି ବୈମାତୃକ ମନୋଭାବ ବିରୁଦ୍ଧରେ ବିଜୁ ଜନତା ଦଳ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ହୋଇଛି( bjd pressmeet on Negligence of Railway Department) । ଅଧିକ ପଢନ୍ତୁ

ଭଦ୍ରକକୁ କେନ୍ଦ୍ର ରେଳବାଇ ବିଭାଗର ଅଣଦେଖା

ଭଦ୍ରକ: କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ରେଳବାଇ ବିଭାଗର ଭଦ୍ରକ ଜିଲ୍ଲା ପ୍ରତି ବୈମାତୃକ ମନୋଭାବ ବିରୁଦ୍ଧରେ ବିଜୁ ଜନତା ଦଳ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ହୋଇଛି ( bjd pressmeet on Negligence of Railway Department )। ଭଦ୍ରକ ରେଳ ଷ୍ଟେସନରୁ ପୁରୀକୁ ଏକ ମେମୁ ରେଳ ପାଇଁ ଦାବି ହୋଇଥିଲା । ହେଲେ ଭଦ୍ରକ ପରିବର୍ତ୍ତେ ଜଳେଶ୍ବରରୁ ପୁରୀ ପର୍ଯ୍ୟନ୍ତ ଟ୍ରେନ ଚାଲିବ ବୋଲି ରେଳ ବିଭାଗ ପକ୍ଷରୁ ସୂଚନା ମିଳିବା ପରେ ବିଜେଡି ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରତିବାଦ କରାଯାଇଛି ।

ଖବର ଅନୁଯାୟୀ ଭଦ୍ରକ ରେଳ ଷ୍ଟେସନ ଉପରେ ଆଖାପାଖ ପ୍ରାୟ 5 ଗୋଟି ଜିଲ୍ଲାରେ ବସବାସ କରୁଥିବା ସମସ୍ତ ବର୍ଗର ଲୋକ ଭୁବନେଶ୍ବରକୁ ଯାତାୟତ କରିବା ପାଇଁ ନିର୍ଭର କରିଥାନ୍ତି । ଯାହାକୁ ଦୃଷ୍ଟିରେ ରଖି ପ୍ରଥମେ ଏକ ଡିଏମୟୁ ଟ୍ରେନ ଭଦ୍ରକରୁ ଖୋର୍ଦ୍ଧା ପର୍ଯ୍ୟନ୍ତ ଯାଉଥିଲା । ତେବେ ପରବର୍ତ୍ତୀ ସମୟରେ ଏହାକୁ ପଲାସା ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଯାଇଥିଲା । ହେଲେ ପରବର୍ତ୍ତୀ ପର୍ଯ୍ୟାୟରେ ଏହି ଟ୍ରେନର ରହଣୀସ୍ଥଳକୁ ଭଦ୍ରକ ପରିବର୍ତ୍ତେ ବାଲେଶ୍ବରକୁ କରାଯାଇଥିଲା । ଯାହାକୁ ପ୍ରତିବାଦ କରି ଭଦ୍ରକ ଠାରେ ଆନ୍ଦୋଳନ ତୀବ୍ର ହୋଇଥିଲା । ଶେଷରେ ଏକ ମେମୁ ଟ୍ରେନ ଭଦ୍ରକରୁ ପୁରୀ ପର୍ଯ୍ୟନ୍ତ ଯିବ ବୋଲି ରେଳ ଵିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ହେଲେ ପରେ ଏହାକୁ ଚଳିତ ମାସ 29 ତାରିଖରୁ ଭଦ୍ରକ ପରିବର୍ତ୍ତେ ଜଳେଶ୍ବରରୁ ପୁରୀ ପର୍ଯ୍ୟନ୍ତ ଚାଲିବ ବୋଲି ରେଳବିଭାଗ ପକ୍ଷରୁ ସୂଚନା ମିଳିବା ପରେ ବିଜେଡି ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରତିବାଦ କରାଯାଇଛି ।

ଏହା ବି ପଢନ୍ତୁ...ପୋଖରୀ ମାଛ ଭାଗକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ , ୨୧ ଗିରଫ

ଏନେଇ ରେଳ ଵିଭାଗ ପଦକ୍ଷେପ ନନେଲେ ଭଦ୍ରକ ବାସିନ୍ଦାଙ୍କ ସ୍ଵାର୍ଥକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତର କରିବ ଵୋଲି ଵିଜେଡି ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦିଆଯାଇଛି । ଭଦ୍ରକ ଚମ୍ପୁଆ ରେଳ ଷ୍ଟେସନ ପରିସରରେ ଏକ ସମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ, ଭଦ୍ରକ ବିଜୁ ଜନତା ଦଳର ସଭାପତି ଜଗନ୍ନାଥ ସ୍ଵାଇଁଙ୍କ ସମେତ ଅନ୍ୟାନ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ ।

ପ୍ରକାଶ ଥାଉକି ଆଜି (ଗୁରୁବାର) ଭୁବନେଶ୍ବର ଷ୍ଟେସନରେ ପୁରୀ-ଜଳେଶ୍ବର ପାସେଞ୍ଜର ଟ୍ରେନର ଶୁଭାରମ୍ଭ ହୋଇଛି । ଏଥିରେ 8ଟି ବଗି ରହିଛି । ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଏଥିରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରହ୍ଲାଦ ଯୋଶୀ, ସାଂସଦ ପ୍ରତାପ ଷଡଙ୍କୀ ଉପସ୍ଥିତ ଅଛନ୍ତି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.