ETV Bharat / state

ପୋଖରୀ ମାଛ ଭାଗକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ , ୨୧ ଗିରଫ

author img

By

Published : Dec 29, 2022, 8:55 AM IST

ପୂର୍ବ ଶତ୍ରୁତାକୁ ନେଇ ମୁହାଁମୁହିଁ ହେଲେ ଦୁଇ ଗୋଷ୍ଠୀ । ୯ ଜଣ ଆହତ ହୋଇଥିବା ବେଳେ ୨୧ ଜଣଙ୍କୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

face off between two group in khordha
face off between two group in khordha

ମାଛ ଭାଗକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ

ଖୋର୍ଦ୍ଧା: ପୂର୍ବ ଶତ୍ରୁତାରୁ ତୁମୁଳକାଣ୍ଡ । ପୋଖରୀ ମାଛ ଭାଗକୁ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହେବାରୁ ୯ଜଣ ଆହତ ହୋଇଥିବା ବେଳେ ୨୧ ଜଣଙ୍କୁ ଗିରଫ କଲା ପୋଲିସ । ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନା ଅଞ୍ଚଳରେ । ମୁହାଁମୁହିଁ ହୋଇଥିବା ଦୁଇ ଗୋଷ୍ଠୀ ହେଉଛନ୍ତି ଅଟ୍ରି ମାଳିସାହିର ହଟନାଥ ଦେବଙ୍କ ସେବାୟତ ପରିବାର ଏବଂ ମହାନ୍ତି ପରିବାର ।

ମିଳିଥିବା ସୂଚନା ଅନୁଯାୟୀ, ହଟନାଥଦେବଙ୍କ ସେବାୟତ ପରିବାର ଏବଂ ମାହାନ୍ତି ପରିବାର ମଧ୍ୟରେ ପୂର୍ବରୁ ହଟକେଶ୍ୱର ଦେବଙ୍କ ପୋଖରୀ ମାଛ ଭାଗକୁ ନେଇ ପୂର୍ବରୁ ଶତ୍ରୁତା ରହିଥିଲା । ପୋଖରୀ ମାଛମାରି ସେବାୟତଙ୍କ ପରିବାର କାହିଁ କେଉଁ କାଳରୁ ଖାଇ ଆସୁଥିବା ବେଳେ ମହାନ୍ତି ପରିବାର ଭାଗ ନେବାକୁ ଦାବି କରିଥିଲେ । ଏହାକୁ ନେଇ ଉଭୟ ପରିବାର ମଧ୍ୟରେ ବିବାଦ ରହିଥିଲେ ।

ତେବେ ଗତକାଲି ଭାଗବତ ମହାପାତ୍ରଙ୍କ ଭଣଜା ମୁନା ମହାପାତ୍ର ସାଙ୍ଗସାଥି ହୋଇ ଚଣ୍ଡୀ ମନ୍ଦିରରେ ଭୋଜିଭାତ ଆୟୋଜନ କରିଥିଲେ। ମୁନା ମଟର ସାଇକେଲରେ ବାରମ୍ବାର ଯିବାଆସିବା ନେଇ ମହାନ୍ତି ପରିବାର ଗୋଷ୍ଠୀର ଅଶୋକ ମୁନାକୁ ବାରଣ କରିଥିଲେ । ପରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା। ଫଳରେ ଉଭୟ ପକ୍ଷର ୯ଜଣ ଆହତ ହୋଇଥିଲେ ।

ଏନେଇ ମହାନ୍ତି ପରିବାର ଗୋଷ୍ଠୀର ଅଶୋକ ଦାସ ଥାନାରେ ଅଭିଯୋଗ କରିବା ପରେ କେସ ନମ୍ବର ୧୯୯/୨୨ରେ ପୋଲିସ ଏକ ମାମଲା ରୁଜୁ କରିଥିଲା । ସେହିପରି ସେବାୟତ ଗୋଷ୍ଠୀର ଭାଗବତ ମହାପାତ୍ର ତାନାରେ ଅଭିଯୋଗ କରିବା ପରେ କେସ ନମ୍ବର ୨୦୦/୨୨ରେ ମାମଲା ରୁଜୁ କରି ଉଭୟ ପକ୍ଷରୁ ୨୧ଜଣଙ୍କୁ ପୋଲିସ ଗିରଫ ପରେ କୋର୍ଟ ଚାଲାଣ କରିଛି ।

ସେହିପରି ଗତକାଲି ସକାଳ ସମୟରେ ମହାନ୍ତି ପରିବାର ଗୋଷ୍ଠୀର ଲୋକେ ପୋଖରୀକୁ ସ୍ନାନ ପାଇଁ ଯାଇଥିବା ବେଳେ ସେବାୟତ ପରିବାରର ମହିଳା ତାଙ୍କୁ ଆକ୍ଷେପ କରିଥିଲେ । ଏହାପରେ ନଳକୂପରୁ ପାଣି ପାଇଁ ଯାଇଥିବା ସେବାୟତ ଗୋଷ୍ଠୀର ମହିଳାଙ୍କୁ ପ୍ରତିଆକ୍ଷେପ କରିଥିଲେ ମହାନ୍ତି ପରିବାରର ମହିଳା । ଯାହାକୁ ନେଇ ଗ୍ରାମରେ ଉତେଜନା ସୃଷ୍ଟି ହୋଇଥିଲା । ସେବାୟତ ଗୋଷ୍ଠୀର କେତେକ ମହିଳା ବାଘମାରୀ ଥାନାରେ ପହଁଞ୍ଚି ଏନେଇ ଅଭିଯୋଗ ଦେଇଥିବା ବେଳେ ଅନୁରୂପ ଭାବେ ମହାନ୍ତି ଗୋଷ୍ଠୀ ମହିଳା ମଧ୍ୟ ଅଭିଯୋଗ କରିଥିଲେ । ଏହାକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି ।

ଏହା ମଧ୍ୟ ପଢନ୍ତୁ-ଶେଷ ହୋଇଛି BMC କର୍ପୋରେସନ ବୈଠକ, ସାମିଲ ହେଲେ ସାଂସଦ

ଏନେଇ ଜଣେ ମହିଳା ଅଭିଯୋଗକାରିଣୀ କହିଛନ୍ତି ଯେ, ''ପୋଖରି ମାଛ ଧରାକୁ ନେଇ ମହାନ୍ତି ପରିବାର ଓ ଆମ ସେବାୟତ ପରିବାର ମଧ୍ୟରେ ବିବାଦ ଥିଲା । ମୋ ପୁଅ ବଜାରକୁ ଯାଉଥିବା ବେଳେ ତାଙ୍କୁ ମହାନ୍ତି ପରିବାରର ସଦସ୍ୟ ରାସ୍ତା ଅଟକାଇଥିଲେ । ଏହାପରେ ତାକୁ ଏପଟେ ଗାଡି ନଚଲାଇବାକୁ କହିବା ସହ ମାଡ ମାରିଥିଲେ । ଏନେଇ ଥାନାରେ ଆମେ ଅଭିଯୋଗ କରିଥିଲୁ । ''

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.