ETV Bharat / state

ସଂସାର ଉଜାଡିଲା ପରକୀୟା ପ୍ରୀତି: ସନ୍ଦେହ କରୁଥିଲା ସ୍ବାମୀ, ସ୍ତ୍ରୀ ପୋଛିଲା ନିଜ ମଥା ସିନ୍ଦୁର

author img

By

Published : Jul 27, 2023, 1:18 PM IST

man killed by his wife and son in bhadrak
man killed by his wife and son in bhadrak

ସ୍ବାମୀକୁ ଛୁରୀ ଭୁସି ହତ୍ୟା କଲେ ସ୍ତ୍ରୀ ଓ ପୁଅ । ବାଣିତିଆ ପଞ୍ଚାୟତରେ ଘଟିଛି ଏହି ହତ୍ୟାକାଣ୍ଡ । ଅଧିକ ପଢନ୍ତୁ

ସ୍ବାମୀକୁ ଛୁରୀ ଭୁସି ହତ୍ୟା କଲା ସ୍ତ୍ରୀ

ଭଦ୍ରକ: ସ୍ତ୍ରୀର ପରକୀୟା ପ୍ରୀତି ଥିବା ସନ୍ଦେହ କରୁଥିଲା ସ୍ବାମୀ । ବାରମ୍ବାର ବଚସା ଶେଷରେ ନେଲା ଉଗ୍ରରୂପ । ନିଜ ସିନ୍ଦୁରକୁ ନିଜେ ପୋଛି ଦେବାକୁ ପଛାଇଲା ନାହିଁ ସ୍ତ୍ରୀ । ସ୍ବାମୀକୁ ହତ୍ୟା କରିବାକୁ ସ୍ତ୍ରୀ ପ୍ରସ୍ତୁତ କରିଥିଲା ବ୍ଲୁ ପ୍ରିଣ୍ଟ । ଶେଷରେ ନାବାଳକ ପୁଅ ସହ ମିଶି ସ୍ବାମୀକୁ ଛୁରୀ ଭୁସି ହତ୍ୟା କଲା ସ୍ତ୍ରୀ । ଏଭଳି ହତ୍ୟାକାଣ୍ଡ ଘଟିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବାଣିତିଆ ପଞ୍ଚାୟତ ମହଲା ସାହି ଗ୍ରାମରେ । ମୃତକ ଜଣଙ୍କ ହେଉଛନ୍ତି ଉତ୍ତରପ୍ରଦେଶ(ବନାରସ)ର ସୁରେଶ ମହଲା । ତାଙ୍କ ସ୍ତ୍ରୀ ହେଉଛନ୍ତି ସଞ୍ଜୁଲତା ମହଲା । ହତ୍ୟାକାଣ୍ଡ ପରେ ମୃତକଙ୍କ ସ୍ତ୍ରୀ ଓ ପୁଅକୁ ଗଛରେ ବାନ୍ଧି ମାଡ ମାରିଲେ ଗ୍ରାମବାସୀ । ଉଭୟଙ୍କୁ ଉଦ୍ଧାର କରି ପୋଲିସ ଷ୍ଟେସନକୁ ଆଣିଲା ପୋଲିସ ।

ମିଳିଥିବା ସୂଚନା ଅନୁଯାୟୀ, ସୁରେଶ ଓ ସଞ୍ଜୁଲତାଙ୍କ ବିବାହକୁ 20 ବର୍ଷ ହେଲାଣି । ବିବାହ ପରେ ସୁରେଶ ବାଣିତିଆରେ ଘର ଜ୍ବାଇଁ ହୋଇ ରହୁଥିଲେ । କିଛି ଦିନ ତଳେ ସ୍ତ୍ରୀ ସଞ୍ଜୁଲତା କୌଣସି କାରଣରୁ ନାବାଳକ ପୁଅକୁ ନେଇ ଦିଲ୍ଲୀ ପଳାଇ ଯାଇଥିଲେ। ସେଠାରେ ସେ କିଛି ଦିନ ରହିବା ପରେ ଘରକୁ ଫେରିଥିଲେ । ତେଣୁ ଦିଲ୍ଲୀ ଯିବା ଘଟଣାକୁ ନେଇ ସ୍ତ୍ରୀର ପରକୀୟା ପ୍ରୀତି ଥିବା ସନ୍ଦେହ କରୁଥିଲା ସ୍ବାମୀ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ଯାହା ପର ମୁହୂର୍ତ୍ତରେ ଉଗ୍ରରୂପ ଧାରଣ କରିଥିଲା।

ଏହା ମଧ୍ୟ ପଢନ୍ତୁ-ମହିଳାଙ୍କୁ ପେଟ୍ରୋଲ ଢାଳି ହତ୍ୟା କଲେ ଶାଶୁଘର ଲୋକେ !

ପୂର୍ବ ଯୋଜନା ଅନୁଯାୟୀ, ଆଜି(ଜୁଲାଇ 27) ସଞ୍ଜୁଲତା ଏବଂ ତାଙ୍କ ନାବାଳକ ପୁଅ ଘର ଭିତରେ ସୁରେଶଙ୍କୁ ଛୁରୀରେ ଆକ୍ରମଣ କରିଥିଲେ । ଜୀବନ ବିକଳରେ ସୁରେଶ ସେଠାରୁ ଦୌଡ଼ି ପଳାଇ ଆସିଥିଲେ । ହେଲେ କିଛି ବାଟ ଯିବା ପରେ ରାସ୍ତାରେ ପଡି ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଖବର ଗ୍ରାମବାସୀ ମାନେ ଜାଣିବା ପରେ ଉଭୟ ସ୍ତ୍ରୀ ଓ ପୁଅକୁ ଗଛରେ ବାନ୍ଧି ମାଡ ମାରିଛନ୍ତି । ଖବର ପାଇ ଘଟଣାସ୍ଥଳରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ ପହଞ୍ଚି ସ୍ତ୍ରୀ ଓ ପୁଅକୁ ଉଦ୍ଧାର କରି ଥାନାକୁ ଆଣିଥିଲା । ଅନ୍ୟପଟେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଆରମ୍ଭ କରିଛି ।

ଏହି ଘଟଣା ନେଇ ଗ୍ରାମବାସୀ କହିଛନ୍ତି ଯେ, ମୃତ ବ୍ୟକ୍ତି ଜଣଙ୍କ ବନାରସର, ଏଠାରେ 20 ବର୍ଷ ହେଲାଣି ବିବାହ କରି ଘର ଜ୍ବାଇଁ ହୋଇ ରହି ଆସୁଥିଲା । ତାକୁ ତା ସ୍ତ୍ରୀ ଓ ପୁଅ ଛୁରୀ ଭୁସି ହତ୍ୟା କରିଛନ୍ତି । ମୃତକଙ୍କ ସ୍ତ୍ରୀ ଅନ୍ୟ ଜଣେ ଯୁବକଙ୍କୁ ଭଲ ପାଉଛନ୍ତି । ତାର ପ୍ରରୋଚନାରେ ପଡି ସେ ହତ୍ୟାକାଣ୍ଡ ଭିଆଇଛି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.