ETV Bharat / state

ଆୟୁଷ ଡାକ୍ତରଙ୍କ ପ୍ରତିବାଦ, କଳା ବ୍ୟାଚ ପିନ୍ଧି କ୍ଷୋଭ ପ୍ରକାଶ

author img

By

Published : Aug 14, 2020, 10:38 AM IST

Updated : Aug 14, 2020, 10:54 AM IST

ayush doctors protest in bhadrak
ଆୟୁଷ ଡାକ୍ତରଙ୍କ ପ୍ରତିବାଦ, କଳା ବ୍ୟାଚ ପରିଧାନ କରି ଜଣାଇଲେ କ୍ଷୋଭ

ଆୟୁଷ ଡାକ୍ତରଙ୍କ ପ୍ରତିବାଦ । ଆଠ ଦଫା ଦାବି ନେଇ କଳା ବ୍ୟାଚ ପରିଧାନ କରି କାର୍ଯ୍ୟ କରୁଛନ୍ତି । ଅଧିକ ପଢନ୍ତୁ...

ଭଦ୍ରକ: ଆୟୁଷ ଡାକ୍ତରମାନେ ଆଠ ଦଫା ଦାବି ନେଇ କଳା ବ୍ୟାଚ ପରିଧାନ କରି ପ୍ରତିବାଦ କରିଛନ୍ତି । ଏଥିରେ ଭଦ୍ରକର ଆଗରପଡା ମେଡିକାଲରେ କାର୍ଯ୍ୟରତ ଥିବା ଆୟୁଷ ଡାକ୍ତର ମାନେ ମଧ୍ୟ ସାମିଲ ହୋଇଛନ୍ତି । ସୂଚନା ଅନୁଯାୟୀ ଏହି ଡାକ୍ତରମାନେ ଗତ ୨୦୧୩ ମସିହାରେ ସରକାରଙ୍କ ଦ୍ବାରା ନିଯୁକ୍ତି ହୋଇଥିଲେ । ହେଲେ, ଏପର୍ଯ୍ୟନ୍ତ ସେମାନଙ୍କୁ ନିୟମିତ କରାଯାଇ ନଥିବାରୁ ପ୍ରତିବାଦ କରିଛନ୍ତି ।

ଆୟୁଷ ଡାକ୍ତରଙ୍କ ପ୍ରତିବାଦ, କଳା ବ୍ୟାଚ ପରିଧାନ କରି ଜଣାଇଲେ କ୍ଷୋଭ

ସମାନ କାମକୁ ସମାନ ଦରମା, କୋରୋନା ଯୋଦ୍ଧା ଭାବେ ଘୋଷଣା କରାଯିବା, ମାସିକ ବେତନ ସର୍ବନିମ୍ନ ୫୦ ହଜାର ଟଙ୍କାକୁ ବୃଦ୍ଧି କରିବା, ନିୟମିତ ଭାବେ ଜିଲ୍ଲା ଓ ରାଜ୍ୟ ସ୍ତରରେ ଟ୍ରେନିଂ କାର୍ଯ୍ୟକ୍ରମରେ ସାମିଲ କରିବା ଆଦି ଦାବି କରାଯାଇଛି। ତେବେ ସେମାନଙ୍କ ନିଯୁକ୍ତିକୁ ନିୟମିତ କରାଯିବା ଓ ମାସିକ ବେତନ ସର୍ବନିମ୍ନ ୫୦ ହଜାର ଟଙ୍କାକୁ ବୃଦ୍ଧି କରିବା ପ୍ରମୁଖ ଦାବି ରହିଛି । ରାଷ୍ଟ୍ରୀୟ ବାଲ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମର ଆୟୁଷ ଡାକ୍ତର ସଙ୍ଘ ନିର୍ଦ୍ଦେଶ କ୍ରମେ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯାଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Last Updated :Aug 14, 2020, 10:54 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.