ETV Bharat / state

ପୁଣି ଯୌତୁକ ପାଇଁ ବଧୂହତ୍ୟା ଅଭିଯୋଗ

author img

By

Published : Mar 5, 2021, 7:16 PM IST

ପୁଣି ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ
ପୁଣି ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ

ଯୌତୁକ ପାଇଁ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ । ମୃତକ ଭଦ୍ରକ ଗ୍ରାମାଞ୍ଚଳ ଥାନା ଜଗଦଳପୁର ପଞ୍ଚାୟତ ଜହ୍ନିଆ ଗ୍ରାମର ବିଦ୍ୟାଧର ନାୟକଙ୍କ ପତ୍ନୀ ନିହାରିକା ନାୟକ । ଅଧିକ ପଢନ୍ତୁ...

ଭଦ୍ରକ: ଜିଲ୍ଲାର ଗ୍ରାମାଞ୍ଚଳ ଥାନା ଜଗଦଳପୁର ପଞ୍ଚାୟତ ଜହ୍ନିଆ ଗ୍ରାମରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତକ ଉକ୍ତ ଗ୍ରାମର ବିଦ୍ୟାଧର ନାୟକଙ୍କ ପତ୍ନୀ ନିହାରିକା ନାୟକ । ମହିଳା ଜଣକ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଇଥିବାବେଳେ ଏହାକୁ ଖଣ୍ଡନ କରିଛନ୍ତି ମୃତକଙ୍କ ବାପଘର ଲୋକେ । ଯୌତୁକ ପାଇଁ ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ବାପଘର ପକ୍ଷରୁ ଅଭିଯୋଗ ହୋଇଛି । ଅନ୍ୟପଟେ ନିହାରିକାଙ୍କ ମୃତ୍ୟୁ ପରେ ତାଙ୍କ ମୃତଦେହକୁ ଆମ୍ବୁଲାନ୍ସରେ ଡାକ୍ତରଖାନାକୁ ପଠାଇ ତାଙ୍କ ଶାଶୁଘର ଲୋକେ ଫେରାର ହୋଇଯାଇଥିବା ଜଣାପଡିଛି ।

ପୁଣି ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ

ଖବର ଅନୁଯାୟୀ, ଧାମନଗର ଥାନା କାଶିମପୁର ଗାଁର ପ୍ରମୋଦ ନାୟକଙ୍କ ଝିଅ ନିହାରିକା 2017 ମସିହାରେ ସ୍ବର୍ଗତ କୃଷ୍ଣଚନ୍ଦ୍ର ନାୟକଙ୍କ ପୁଅ ବିଦ୍ୟାଧରକୁ ବିବାହ କରିଥିଲେ । ବାହାଘର ବେଳେ ବରପକ୍ଷର ଦାବି ମୁତାବକ ଅଢେଇ ଲକ୍ଷ ଟଙ୍କା, ଦଶ ଭରି ସୁନା ଓ କୋଡିଏ ଭରିର ରୂପା ଅଳଙ୍କାର ଦିଆଯାଇଥିଲା । ତେବେ କିଛି ଦିନ ପରେ ଶାଶୁ ଘର ଲୋକ ଅଧିକ ଏକ ଲକ୍ଷ ଟଙ୍କା ଆଣିବା ପାଇଁ କହି ନିହାରିକାଙ୍କୁ ବାରମ୍ବାର ନିର୍ଯାତନା ଦେଉଥିଲେ ବୋଲି ଜଣାପଡିଛି ।

ଏହି ପ୍ରସଙ୍ଗରେ ବହୁତ ଥର ମଧ୍ୟସ୍ଥିମାନଙ୍କ ସହାୟତାରେ ଆପୋଷ ସମାଧାନ କରାଯାଇଥିଲେ ମଧ୍ୟ ପୁଣି ଯୌତୁକ ଦାବି କରି ନିହାରିକାଙ୍କୁ ଶାଶୁଘର ଲୋକ ମିଶି ହତ୍ୟା କରିଥିବା ତାଙ୍କ ପରିବାର ପକ୍ଷରୁ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଏନେଇ ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି । ମାତ୍ର ଘଟଣାରେ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.