ETV Bharat / state

Panchayat Elections : ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ବର୍ଷାଙ୍କ ମାରାଥନ ପ୍ରଚାର

author img

By

Published : Feb 21, 2022, 8:25 PM IST

Panchayat Elections : ଶେଷ ପର୍ଯାୟ ନିର୍ବାଚନ ପାଇଁ ବର୍ଷାଙ୍କ ମାରାଥନ ପ୍ରଚାର
Panchayat Elections : ଶେଷ ପର୍ଯାୟ ନିର୍ବାଚନ ପାଇଁ ବର୍ଷାଙ୍କ ମାରାଥନ ପ୍ରଚାର

ରାଜ୍ୟରେ ଆସନ୍ତା ୨୪ ତାରିଖରେ ଅନ୍ତିମ ପର୍ଯ୍ୟାୟ ଭୋଟ ଗ୍ରହଣ ଅନୁଷ୍ଠିତ ହେବ । ଏନେଇ ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଧାମନଗର ବ୍ଲକର 4 ଟି ଜୋନରେ ଭୋଟ ଗ୍ରହଣ କରାଯିବ। ଭଦ୍ରକରେ ବିଜୁ ଜନତା ଦଳର ପ୍ରାର୍ଥୀମାନଙ୍କ ସପକ୍ଷରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ନିର୍ବାଚନୀ ପ୍ରଚାର କରିଛନ୍ତି । ଅଧିକ ପଢନ୍ତୁ

ଭଦ୍ରକ : ରାଜ୍ୟରେ ଆସନ୍ତା ୨୪ ତାରିଖରେ ଅନ୍ତିମ ପର୍ଯ୍ୟାୟ ଭୋଟ ଗ୍ରହଣ ଅନୁଷ୍ଠିତ ହେବ । ଏନେଇ ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଧାମନଗର ବ୍ଲକର 4 ଟି ଜୋନରେ ଭୋଟ ଗ୍ରହଣ କରାଯିବ। ତେଣୁ ରାଜନୈତିକ ପାଣିପାଗ ବେଶ ସରଗରମ ରହିଛି ।

Panchayat Elections : ଶେଷ ପର୍ଯାୟ ନିର୍ବାଚନ ପାଇଁ ବର୍ଷାଙ୍କ ମାରାଥନ ପ୍ରଚାର

ଏହାବି ପଢନ୍ତୁ : ସାଂସଦ ଅନୁଭବଙ୍କ ଭାଇ ଅନୁପ୍ରାସଙ୍କ ବିରୋଧରେ ଜମି ଚଞ୍ଚକତା ଅଭିଯୋଗ

ଶେଷ ପର୍ଯ୍ୟାୟ ପ୍ରଚାର ପାଇଁ ଏବେ ସିନେ ତରକା ପ୍ରଚାରକ ନିର୍ବାଚନ ପ୍ରଚାର ମୈଦାନରେ। ଏହି ଅବସରରେ ଆଜି(ସୋମବାର) ପ୍ରଥମେ ଅସୁରାଳି, ପରେ ଧୂସୁରି, ପାଳସାହି ଓ ରଇପୁର ପଞ୍ଚାୟତ ସମେତ ବିଭିନ୍ନ ପଞ୍ଚାୟତରେ ଶାସକ ବିଜୁ ଜନତା ଦଳର ପ୍ରାର୍ଥୀମାନଙ୍କ ସପକ୍ଷରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ନିର୍ବାଚନୀ ପ୍ରଚାର କରିଛନ୍ତି । ବର୍ଷାଙ୍କ ସହ ବିଜେଡି ଦଳର ଅନ୍ୟ ନାରୀନେତ୍ରୀ ଏବଂ କର୍ମୀମାନେ ଏକ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରାରେ ଯାଇ ପ୍ରଚାର କରିବା ସହ ରୋଡ଼ ସୋ କରିଛନ୍ତି ବର୍ଷା । ଦଳୀୟ ପ୍ରାର୍ଥୀ ଏବଂ ସମର୍ଥିତ ପ୍ରାର୍ଥୀଙ୍କୁ ବିଜୟ କରିବା ପାଇଁ ଭୋଟ ମାଗିଛନ୍ତି । ତେବେ ବିଜେପି ଏବଂ କଂଗ୍ରେସ ଦଳ ଅପେକ୍ଷା ଶାସକ ବିଜେଡି ଦଳର ପ୍ରଚାର ଭଦ୍ରକ ଜିଲ୍ଲାରେ ଟିକେ ଆଗରେ ଥିବା ଦେଖିବାକୁ ମିଳିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.