ETV Bharat / state

ପାଣିରେ ବୁଡ଼ି ଯୁବକଙ୍କ ସଲିଳ ସମାଧି

author img

By

Published : Sep 1, 2022, 10:57 PM IST

ପାଣିରେ ବୁଡ଼ି ଯୁବକଙ୍କ ସଲିଳ ସମାଧି
ପାଣିରେ ବୁଡ଼ି ଯୁବକଙ୍କ ସଲିଳ ସମାଧି

ପୋଖରୀରେ ଗାଧୋଉଥିବା ବେଳେ ବୁଡ଼ି ଗଲେ ଯୁବକ । ବଞ୍ଚି ପାରିଲାନି ଜୀବନ । ଅଧିକ ପଢ଼ନ୍ତୁ

ଭଦ୍ରକ : ନଦୀରେ ଗାଧୋଇବା ହେଲା କାଳ । ସାଙ୍ଗ ମାନଙ୍କ ସହ ଗାଧୋଇବା ପାଇଁ ଯାଇ ଆଉ ଫେରିନଥିଲେ ସେକ୍ । ଦୀର୍ଘ ସମୟର ଲଢ଼େଇ ପରେ ନଦୀ ଭିତରୁ ଉଦ୍ଧାର ହେଲା ସେକଙ୍କ ମୃତଦେହ । ଆଉ ପୁଅର ମୃତ୍ୟୁକୁ ଗ୍ରହଣ କରିପାରୁନାହାଁନ୍ତି ପରିବାର ଲୋକେ । ମା' ମୁଣ୍ଡ ପିଟିପିଟି କାନ୍ଦୁଥିବା ବେଳେ ବାପା ପାଲଟିଯାଇଛନ୍ତି ମୁକ ।

ପାଣିରେ ବୁଡ଼ି ଯୁବକଙ୍କ ସଲିଳ ସମାଧି

କେହି କିଛି ବୁଝିବା ଆଗରୁ ସବୁ କିଛି ଶେଷ ହୋଇଯାଇଛି । ପୁଅକୁ ହରାଇ ନିସ୍ତବ୍ଧ ପାଲଟିଯାଇଛି ପୁରା ପରିବାର । ସୂଚନାନୁସାରେ ଭଦ୍ରକ ସହର ନିକଟବର୍ତ୍ତୀ ସାହାପୁର ଘାଟ ନିକଟରେ ଥିବା ସାଳନ୍ଦୀ ନଦୀକୁ ୨ଜଣ ସାଙ୍ଗଙ୍କ ସହ ମିଶି ପୁରୁଣାବଜାର ଅଞ୍ଚଳର ସେକ୍ ସମୀର ଗାଧୋଇବାକୁ ଯାଇଥିଲେ । ସାଙ୍ଗ ମାନଙ୍କ ସହ ଗାଧୋଉଥିବା ବେଳେ ହଠାତ ପାଦ ଖସି ଯାଇଥିଲା ସେକ୍ ସମୀରଙ୍କର ।

ସେକଙ୍କୁ ବଞ୍ଚାଇବାକୁ ଯାଇ ୨ଜଣ ସାଙ୍ଗ ମଧ୍ୟ ବୁଡ଼ିଯାଇଥିଲେ ନଦୀ ଭିତରେ । ହେଲେ ସୌଭାଗ୍ୟବଶତଃ ୨ଜଣ ନଦୀରୁ ସୁସ୍ଥ ଭାବେ ଉଦ୍ଧାର ହୋଇଥିବା ବେଳ ସେକ କିନ୍ତୁ ନଦୀର ଗଭୀରରେ ବୁଡ଼ି ଯାଇଥିଲେ । ଅନେକ ସମୟ ଧରି ଗ୍ରାମବାସୀ ଚେଷ୍ଟା କରିଥିଲେ ମଧ୍ୟ ନଦୀ ଭିତରୁ ସେକଙ୍କୁ ଉଦ୍ଧାର କରିପାରିନଥିଲେ । ଖବରପାଇ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିଲା ।

ପରେ ନଦୀ ଭିତରୁ ସେକଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରିଥିଲେ । ଏହାପରେ ପରିବାର ଲୋକେ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟପକ୍ଷରେ ପୋଲିସ ଏ ସମ୍ପର୍କରେ ଖବରପାଇ ହସ୍ପିଟାଲରେ ପହଞ୍ଚିଥିଲେ । ସେଠାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବାସହ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ ।

ଏହି ଖବର ପ୍ରଚାରିତ ହେବାପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସେପଟେ ଉଦ୍ଧାର ହୋଇଥିବା ୨ଜଣଙ୍କଜୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ପୁଅକୁ ହରାଇ ମା'ର ବୁକୁଫୁଟା କାନ୍ଦ ଦେଖି ଗ୍ରାମବାସୀ ବି ପୁରା ଚୁପ ହୋଇଯାଇଛନ୍ତି । କୁଆଡେ ଗଲୁ ମୋ ଧନ କହି ଛାତି ପିଟି ପିଟି କାନ୍ଦୁଛି ମା' । ଫେରିଆ ମୋ କୋଳକୁ ପୁଅ ।

ମା'ର ଏହି ଯନ୍ତ୍ରଣା ସାଳନ୍ଦୀ ନଦୀ ବା କ'ଣ ବୁଝିବ । ସେପଟେ ମୁଣ୍ଡଖିଆ ସାଳନ୍ଦୀ ନଦୀକୁ ଅଭିଶାପ ଦେଇଚାଲିଛନ୍ତି ବାପା । ମୋ ପୁଅକୁ ଫେରାଇ ଦେ ବାେଲି ନେହୁରା ବି ହେଉଛନ୍ତି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.