ଚିଙ୍ଗୁଡି ଖାଦ୍ୟ ବିକ୍ରି ଆଳରେ ସାଇବର ଠକେଇ, 2ଅଭିଯୁକ୍ତ ଗିରଫ

author img

By

Published : Sep 25, 2022, 8:03 PM IST

ଚିଙ୍ଗୁଡି ଖାଦ୍ୟ ବିକ୍ରି ଆଳରେ ସାଇବର ଠକେଇ, 2ଅଭିଯୁକ୍ତ ଗିରଫ

ଚିଙ୍ଗୁଡି ଖାଦ୍ୟ ବିକ୍ରି ଆଳରେ ସାଇବର ଠକେଇ । ଏନେଇ ଭଦ୍ରକ ଜିଲ୍ଲା ଧାମରା ମେରାଇନ ଥାନା ପକ୍ଷରୁ ତନାଘନା କରାଯିବା ପରେ ମାଷ୍ଟର ମାଇଣ୍ଡ ସମେତ ସହଯୋଗୀ ଗିରଫ । ଅଧିକ ପଢନ୍ତୁ

ଭଦ୍ରକ: ଚିଙ୍ଗୁଡି ଖାଦ୍ୟ ବିକ୍ରି କରିବା ଆଳରେ ସାଇବର ଠକେଇ ଅଭିଯୋଗ । ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାରେ । ଭଦ୍ରକ ଜିଲ୍ଲା ଧାମରା ମେରାଇନ ଥାନା ପକ୍ଷରୁ ତନାଘନା ପରେ ମାଷ୍ଟର ମାଇଣ୍ଡ ସମେତ ସହଯୋଗୀ ଗିରଫ । ତେବେ ଗିରଫ ଅଭିଯୁକ୍ତ ତିହିଡି ଥାନା ଅଧିନ କୋହ୍ଲ ଗାଁର ସ୍ମୃତିରଞ୍ଜନ ବିଶ୍ବାଳ ଓ ଧାମରା ପାଇକ ସାହିର ମଙ୍ଗରାଜ ଦାସ ବୋଲି ଜଣାପଡିଛି ।

ଚିଙ୍ଗୁଡି ଖାଦ୍ୟ ବିକ୍ରି ଆଳରେ ସାଇବର ଠକେଇ, 2ଅଭିଯୁକ୍ତ ଗିରଫ

ସୂଚନା ଅନୁଯାୟୀ, ଉଭୟ ସ୍ମୃତିରଞ୍ଜନ ଓ ମଙ୍ଗରାଜ ବିଭିନ୍ନ ଥାନାଞ୍ଚଳରେ କମ୍ ଦାମରେ ଚିଙ୍ଗୁଡି ଖାଦ୍ୟ ବିକ୍ରି କରିବା ଆଳରେ ଚାଷୀଙ୍କୁ ପ୍ରଲୋଭିତ କରିଥାନ୍ତି । ଚାଷୀମାନେ ଇଚ୍ଛା ପ୍ରକାଶ କରିବା ପରେ ବ୍ୟାଙ୍କ ଅଥବା ଅନଲାଇନ ଜରିଆରେ ପେମେଣ୍ଟ କରିବା ପରେ ଗାଡିରେ ଚିଙ୍ଗୁଡି ଖାଦ୍ୟ ଲୋଡ୍ କରି ଗ୍ରାହକଙ୍କୁ ଫଟୋ ପଠାଇଥାନ୍ତି । ମାତ୍ର ପରେ ଗାଡିରୁ ସାମଗ୍ରୀ ଅନ୍‌ଲୋଡ୍ କରିବା ସହିତ ଫୋନ୍ ବନ୍ଦ କରି ଦେଇଥାନ୍ତି । ଏଭଳି ଅନେକ ଅଭିଯୋଗ ପୋଲିସ ନିକଟରେ ପହଞ୍ଚି ଥିଲା । ଏଥିସହ ମଙ୍ଗରାଜ ଦାସ ପୂର୍ବରୁ ଏକ ହତ୍ୟା ମାମଲାରେ ଅଭିଯୁକ୍ତ ଏବଂ ପୋଲିସ ଆଖିରେ ଧୂଳିଦେଇ ତିହିଡି ଥାନାଧିନ କାଁପଡାରେ ରହୁଥିଲା ।

ଅନ୍ୟପଟେ ସ୍ମୃତିରଞ୍ଜନ ବିଶ୍ବାଳ ସହିତ ମିଶି ଏପରି ଠକେଇ କାର୍ଯ୍ୟ କରୁଥିବା ତଦନ୍ତରୁ ଜଣା ଯାଇଛି । ତେବେ ଏନେଇ ସେମାନଙ୍କ ବିରୋଧରେ ଧାମରା ଓ ମେରାଇନ୍ ଥାନାରେ 420 ଓ ସାଇବର ଠକେଇରେ ମାମଲା ରୁଜୁ କରାଯାଇଛି । ଏଥିସହ ସ୍ମୃତିରଞ୍ଜନକୁ ଏହି ମାମଲାରେ କୋର୍ଟ ଚାଲାଣ କରାଯାଇ ଥିବା ବେଳେ ମଙ୍ଗରାଜକୁ ପୂର୍ବ ହତ୍ୟା ଓ ଏହି ମାମଲାରେ କୋର୍ଟ ଚାଲାଣ କରାଯାଇଛି । ତେବେ ଏମାନଙ୍କୁ ରିମାଣ୍ଡରେ ଆଣି ଏହି ମାମଲାରେ ଅଧିକ ତଦନ୍ତ କରାଯିବ ବୋଲି ଏସଡିପିଓଙ୍କ ଠାରୁ ସୂଚନା ମିଳିଛି ।

ତେବେ ଏନେଇ ଚାନ୍ଦବାଲି ଏସଡିପିଓ ଦେବୀଶଙ୍କର ପ୍ରତାପ କହିଛନ୍ତି," ସେମାନେ କମ୍ ମୂଲ୍ୟରେ ଚିଙ୍ଗୁଡି ଖାଦ୍ୟ ଦେବେ କହି ଲୋକଙ୍କୁ ଫୋନ ରେ ଯୋଗାଯୋଗ କରୁଥିଲେ । ଏନେଇ ଲୋକ ପ୍ରଲୋଭିତ ହୋଇ ଅନଲାଇନ ଜରିଆରେ ପେମେଣ୍ଟ କରିବା ପରେ ଗାଡିରେ ଚିଙ୍ଗୁଡି ଖାଦ୍ୟ ଲୋଡ୍ କରି ଗ୍ରାହକଙ୍କୁ ଫଟୋ ପଠାଇଥାନ୍ତି । ମାତ୍ର ପରେ ଗାଡିରୁ ସାମଗ୍ରୀ ଅନ୍‌ଲୋଡ୍ କରିବା ସହିତ ଫୋନ୍ ବନ୍ଦ କରି ଦେଇଥାନ୍ତି । ଏନେଇ ଅନେକ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା ।"

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.