ବିଜେଡି ଶୋଭାଯାତ୍ରା ସମୟରେ ଗୋଷ୍ଠୀ ସଙ୍ଘର୍ଷ, ୧୪୪ ଧାରା ଜାରି

author img

By

Published : Sep 26, 2022, 10:44 PM IST

Updated : Sep 26, 2022, 10:50 PM IST

ବିଜେଡି ଶୋଭାଯାତ୍ରା ସମୟରେ ଗୋଷ୍ଠୀସଙ୍ଘର୍ଷ, ୧୪୪ ଧାରା ଜାରି

ବିଜେଡି ଶୋଭାଯାତ୍ରା ସମୟରେ ଗୋଷ୍ଠୀ ସଙ୍ଘର୍ଷ, ୧୪୪ ଧାରା ଜାରି । ଭଦ୍ରକରେ ବିଜେଡିରେ ମିଶିଥିବା କାଉନସିଲରଙ୍କ ସ୍ବାଗତ ଶୋଭାଯାତ୍ରା ବେଳେ ଗୋଷ୍ଠୀ ସଙ୍ଘର୍ଷ । ପରିସ୍ଥିତିକୁ ଦୃଷ୍ଟିରେ ରଖି ସମଗ୍ର ପୁରୁଣା ବଜାର ଅଞ୍ଚଳରେ ଆସନ୍ତାକାଲି ସକାଳ ୮ ଟା ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି । ଅଧିକ ପଢ଼ନ୍ତୁ

ଭଦ୍ରକ: ବିଜେଡି ଶୋଭାଯାତ୍ରା ସମୟରେ ଗୋଷ୍ଠୀ ସଙ୍ଘର୍ଷ । ବିଜେଡିରେ ମିଶିଥିବା କାଉନସିଲରଙ୍କ ସ୍ବାଗତ ଶୋଭାଯାତ୍ରା ବେଳେ କିଛି ଯୁବକ ଏହାକୁ ବିରେଧ କରି ପଥର ଫୋପାଡ଼ି ଆକ୍ରମଣ କରିବାରୁ ଅନେକ ବିଜେଡି କର୍ମୀ ଆହତ ହୋଇଛନ୍ତି । ଆଇନ ଶୃଙ୍ଖଳା ରକ୍ଷା କରିବା ପାଇଁ ଉଦ୍ୟମ ବେଳେ ପଥର ମାଡରେ ପୋଲିସ କର୍ମୀ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ସମଗ୍ର ପୁରୁଣା ବଜାର ଅଞ୍ଚଳରେ ଆସନ୍ତାକାଲି ସକାଳ ୮ ଟା ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି ।

ବିଜେଡି ଶୋଭାଯାତ୍ରା ସମୟରେ ଗୋଷ୍ଠୀସଙ୍ଘର୍ଷ, ୧୪୪ ଧାରା ଜାରି

ସୂଚନା ଅନୁଯାୟୀ ବିଜେଡିରେ ମିଶିଥିବା କାଉନସିଲରଙ୍କୁ ଶୋଭାଯାତ୍ରାରେ ନେଉଥିବା ବେଳେ ଭଦ୍ରକ ପୁରୁଣା ବଜାର ଛକ ଠାରେ ଘଟିଛି ଏଭଳି ଘଟଣା । ଭଦ୍ରକ ପୌରପାଳିକାର ୧୪ ନମ୍ବର ୱାର୍ଡର ସ୍ବାଧୀନ କାଉନସିଲର ସେକ ଜେହେରୁଦ୍ଦିନ ଆଜି ବିଜେଡିରେ ଯୋଗ ଦେଇଥିଲେ । ଏହାପରେ ତାଙ୍କୁ ପୁରୁଣା ବଜାରର ବିଜେଡି କର୍ମୀମାନେ ସ୍ବାଗତ କରି ଏକ ଶୋଭାଯାତ୍ରାରେ ନିଜ ଅଞ୍ଚଳକୁ ନେଉଥିଲେ । ଏହି ସମୟରେ ସେହି କାଉନସିଲରଙ୍କୁ ବିରୋଧ କରୁଥିବା କିଛି ଯୁବକ ପ୍ରଥମେ ନାରାବାଜି କରିଥିଲେ । ପରେ ଶୋଭାଯାତ୍ରାକୁ ବିରୋଧ କରି ଠେଲାପେଲା କରିଥିଲେ । ଏପରିକି ସଂପୃକ୍ତ କାଉନସିଲରଙ୍କୁ ପ୍ଲାକାର୍ଡ ଦେଖାଇବା ସହ କଳାପତକା ଦେଖାଇ ବିରୋଧ କରୁଥିବା ଦେଖାଯାଇଛି । ଏହି ଶୋଭାଯାତ୍ରା ସମୟରେ ବ୍ୟାପକ ପୋଲିସ ଫୋର୍ସ ମୃତୟନ ହୋଇଥିଲା । ପୋଲିସ କର୍ମଚାରୀ ଉଭୟ ଗୋଷ୍ଠୀ ବୁଝାଶୁଝା କରୁଥିବା ଦେଖାଯାଇଛି ।

ଏହି ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା ଦାୟିତ୍ବରେ ଥିବା ପୋଲିସ କର୍ମଚାରୀମାନଙ୍କୁ ମଧ୍ୟ ବିରୋଧ ପ୍ରଦର୍ଶନକାରୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ତେବେ ଶୋଭାଯାତ୍ରାକୁ ପୋଲିସ କୌଣସି ମତେ ପାର କରାଇବାରେ ସକ୍ଷମ ହୋଇଥିଲା । ଏହାପରେ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା ପୋଲିସ । କିନ୍ତୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ସମଗ୍ର ପୁରୁଣା ବଜାର ଅଞ୍ଚଳରେ ଆସନ୍ତାକାଲି ସକାଳ ୮ ଟା ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି । ଏନେଇ ଡାକବାଜି ଯନ୍ତ୍ରରେ ଘୋଷଣା କରିବା ସହ ସମସ୍ତଙ୍କୁ ସତର୍କ କରାଇଛି । ବର୍ତ୍ତମାନ ପରିସ୍ଥିତି ଶାନ୍ତ ଥିବା ଜଣାଯାଇଛି ।

ଇଟିଭି ଭାରତ, ଭଦ୍ରକ

Last Updated :Sep 26, 2022, 10:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.