ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟାକରି ଆତ୍ମହତ୍ୟା ରୂପ ଦେଇଥିବା ଅଭିଯୋଗ

author img

By

Published : Sep 14, 2021, 11:48 AM IST

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟାକରି ଆତ୍ମହତ୍ୟା ରୂପ ଦେଇଥିବା ଅଭିଯୋଗ

ବରଗଡ଼ ଟାଉନ ଥାନା ଅନ୍ତର୍ଗତ ପାଣିଛତ୍ର ଗ୍ରାମରେ ଜଣେ 22 ବର୍ଷୀୟ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ । ଏପଟେ ଯୁବକଙ୍କ ଝୁଲନ୍ତା ମୃତଦେହ ଦେଖିବା ପରେ ଏହାକୁ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି ପରିବାର ଲୋକେ । ଅଧିକ ପଢନ୍ତୁ...

ବରଗଡ଼: ଟାଉନ ଥାନା ଅନ୍ତର୍ଗତ ପାଣିଛତ୍ର ଗ୍ରାମରେ ଜଣେ 22 ବର୍ଷୀୟ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ । ଏପଟେ ଯୁବକଙ୍କ ଝୁଲନ୍ତା ମୃତଦେହ ଦେଖିବା ପରେ ଏହାକୁ ହତ୍ୟାକାଣ୍ଡ ବୋଲି ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ତେବେ ମୃତ ଯୁବକଙ୍କ ଗୋଡ଼ ମାଟିରେ ଯେଉଁଭଳି ଭାବରେ ରହିଛି ପୋଲିସ ମଧ୍ୟ ପାରିପାର୍ଶ୍ବିକ ସ୍ଥିତିରୁ ଅନୁଧ୍ୟାନ କରି ହତ୍ୟାକାଣ୍ଡ ବୋଲି ସନ୍ଦେହ କରିଛି ।

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟାକରି ଆତ୍ମହତ୍ୟା ରୂପ ଦେଇଥିବା ଅଭିଯୋଗ

ସୂଚନା ଅନୁଯାୟୀ, ଗତ ରବିବାର ବରଗଡ଼ ଟାଉନ ଥାନା ଅନ୍ତର୍ଗତ ପାଣିଛତ୍ର ଗ୍ରାମର ଦିଲ୍ଲୀପ ହିଆଲ ନାମକ 22 ବର୍ଷର ଯୁବକ, ଘରୁ ଶୌଚ ଯାଉଛି କହି ଆଉ ଘରକୁ ଫେରିନଥିଲେ । ବହୁ ଖୋଜାଖୋଜି ପରେ ମଧ୍ୟ ପରିବାର ଲୋକେ ତାଙ୍କୁ ପାଇନଥିଲେ । ତେବେ ଗତକାଲି(ସୋମବାର) ଦିଲ୍ଲୀପଙ୍କର ଝୁଲନ୍ତା ମୃତଦେହ ପାଣିଛତ୍ରଠାରେ ଥିବା ଏକ ଦୋକାନ ସମ୍ମୁଖରେ ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକେ ଦେଖିବା ପରେ ଏନେଇ ପରିବାର ଲୋକ ଏବଂ ପୋଲିସକୁ ଖବର ଦେଇଥିଲେ ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠେଇଥିଲା । ତଦନ୍ତରୁ ଜଣାପଡ଼ିଛି ଯେ, ଦିଲ୍ଲୀପଙ୍କର ପୂର୍ବ ଦିନ କିଛି ଯୁବକଙ୍କ ସଙ୍ଗେ ଗଣ୍ଡଗୋଳ ହୋଇଥିଲା । ତେବେ ଦିଲ୍ଲୀପଙ୍କ ସନ୍ଦେହଜନକ ମୃତ୍ୟୁ ସହିତ ଏହି ଗଣ୍ଡଗୋଳର ସମ୍ପର୍କ ଥିବାର ପୋଲିସ ସନ୍ଦେହ କରିଛି ଏବଂ ସେହିଦିଗରେ ଅଧିକ ତଦନ୍ତ ଜାରି ରଖିଛି ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.