1155 ଆୟୁଷ ଡାକ୍ତରଙ୍କୁ ନିୟମିତ କରିନାହାନ୍ତି ରାଜ୍ୟ ସରକାର

author img

By

Published : Oct 8, 2021, 8:17 AM IST

1155 ଆୟୁଷ ଡାକ୍ତରଙ୍କୁ ନିୟମିତ କରୁନାହଁନ୍ତି ରାଜ୍ୟ ସରକାର

ଡାକ୍ତରଙ୍କ ପ୍ରତି ସରକାରଙ୍କ ଅବହେଳା । 14 ବର୍ଷ ହେଲା ସ୍ୱାସ୍ଥ୍ୟ ସେବା ଯୋଗେଇ ଆସୁଥିବା 1155 ଆୟୁଷ ଡାକ୍ତରଙ୍କୁ ନିୟମିତ କରୁନାହାଁନ୍ତି ରାଜ୍ୟ ସରକାର । ଅଧିକ ପଢନ୍ତୁ...

ବରଗଡ: ଆୟୁଷ ଡାକ୍ତରଙ୍କ ପ୍ରତି ସରକାରଙ୍କ ଅବହେଳା । ସ୍ୱାସ୍ଥ୍ୟ ବିଭାଗରେ ଏପରି ମଧ୍ୟ ଡାକ୍ତର ଅଛନ୍ତି । ଯେଉଁମାନେ ଦୀର୍ଘ 14 ବର୍ଷ ହେଲା ସ୍ବାସ୍ଥ୍ୟସେବା ଯୋଗେଇ ଆସୁଥିବା ସତ୍ତ୍ବେ ସେହି ଡାକ୍ତର ମାନଙ୍କୁ ନିୟମିତ କରିନାହାନ୍ତି ରାଜ୍ୟ ସରକାର । 14 ବର୍ଷ ହେଲାଣି ରାଜ୍ୟରେ ମୁଖ୍ୟତଃ ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟ ସେବାର ମଙ୍ଗ ଧରିଛନ୍ତି 1153 ଆୟୁଷ ଡାକ୍ତର । 6 ବର୍ଷର ଚାକିରି ପରେ ଆୟୁଷ ଡାକ୍ତର ମାନେ ନିୟମିତ ହେବା ଆଶାରେ ରହିଥିଲେ । ମାତ୍ର ସରକାର ବାରମ୍ବାର ମିଥ୍ୟା ପ୍ରତିଶ୍ରୁତି ବର୍ଷ ପରେ ବର୍ଷ ଗଡେଇ ଚାଲିଛନ୍ତି । ହେଲେ କୌଣସି ଆୟୁଷ ଡାକ୍ତର ମାନଙ୍କୁ ନିୟମିତ କରି ନଥିବା ଅଭିଯୋଗ ହୋଇଛି ।

1155 ଆୟୁଷ ଡାକ୍ତରଙ୍କୁ ନିୟମିତ କରୁନାହଁନ୍ତି ରାଜ୍ୟ ସରକାର

ତେବେ ଏନେଇ ଅକ୍ଟୋବର ୨ ତାରିଖରୁ ଆୟୁଷ ଡାକ୍ତର ମାନେ ଅସହଯୋଗ ଆନ୍ଦୋଳନ ଜାରି ରଖିଛନ୍ତି । ବର୍ତ୍ତମାନ ସୁଦ୍ଧା ତାଙ୍କର ଦାବି ପୂରଣ ହୋଇ ନାହିଁ । ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ରାଜ୍ୟ ଆୟୁଷ ଡାକ୍ତର ସଂଘ । ଦୀର୍ଘ ୧୪ ବର୍ଷ ଧରି ଓପିଡ଼ି ସମ୍ଭାଳିବା ସହିତ ଅନ୍ୟାନ୍ୟ ୧୪ ଗୋଟି କାମ କରି ଆସୁଥିଲେ ସୁଦ୍ଧା ଆୟୁଷ ଡାକ୍ତର ମାନଙ୍କ କୌଣସି ଦାବି ପୂରଣ କରୁନାହାନ୍ତି ସରକାର । ଏ ସମସ୍ୟାର ସମାଧାନ ନ କଲେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର ହେବ ବୋଲି ଚେତାବନୀ ଦେଇଛନ୍ତି ।

ବରଗଡରୁ ରାଜେସ ସରାପ ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.