ETV Bharat / state

ଅତିଷ୍ଠ କଲା ସେବା, ରୋଗୀଣା ମାଆକୁ ତଣ୍ଟି ଚିପି ହତ୍ୟା କଲା ପୁଅ

author img

By

Published : Mar 26, 2023, 2:34 PM IST

son killed his mother
son killed his mother

ବରଗଡ ବ୍ଲକ ସଦର ଥାନା ଅନ୍ତର୍ଗତ ପିପିଲିପାଲି ଗାଁରେ ଶଯ୍ୟାଶାୟୀ ବୃଦ୍ଧା ରୋଗିଣୀ ମାଆକୁ କାଠ ଫାଳିଆରେ ପିଟିପିଟି ହତ୍ୟା କଲା ନୃଶଂସ ପୁଅ । ଅଧିକ ପଢନ୍ତୁ

son killed his mother

ବରଗଡ: ସମ୍ପର୍କରେ ଲାଗିଲା ରକ୍ତ ଛିଟା । ଶଯ୍ୟାଶାୟୀ ବୃଦ୍ଧା ରୋଗିଣୀ ମାଆକୁ କାଠ ଫାଳିଆରେ ପିଟିପିଟି ହତ୍ୟା କଲା ନୃଶଂସ ପୁଅ । କିଡ଼ନୀ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ସହିତ ସଂଗ୍ରାମ କରୁଥିବା 70 ବର୍ଷୀୟା ବୁଢୀ ମାଆକୁ ନିଜ ହାତରେ ମୃତ୍ୟୁ ଦେଇଦେଲା 25 ବର୍ଷର ପୁଅ । ଏପରି ଅଭାବନୀୟ ଏବଂ ଅମାନବୀୟ ଘଟଣା ଦେଖିବାକୁ ମିଳିଛି ବରଗଡ ବ୍ଲକ ସଦର ଥାନା ଅନ୍ତର୍ଗତ ପିପିଲିପାଲି ଗାଁରେ ।

ସୂଚନା ଅନୁଯାୟୀ, ବରଗଡ ବ୍ଲକ ସଦର ଥାନା ଅନ୍ତର୍ଗତ ପିପିଲିପାଳି ଗ୍ରାମରେ ଗତକାଲି ରାତିରେ ପାନ ଭୁଏ ନାମକ ଜଣେ 70 ବର୍ଷର ଶଯ୍ୟାଶାୟୀ ବୃଦ୍ଧାଙ୍କୁ ତାଙ୍କ ନିଜ ପୁଅ କାର୍ତ୍ତିକ ଭୁଏ କାଠ ଫାଳିଆରେ ମାଡ ମାରିବା ପରେ ତଣ୍ଟି ଚିପି ହତ୍ୟା କରିଥିଲା । ବୃଦ୍ଧାଙ୍କ ଚିତ୍କାର ଶୁଣିପାରି ଆଖପାଖ ପଡୋଶୀ ତାଙ୍କ ଘରକୁ ଧାଇଁ ଆସିଥିଲେ ଏବଂ ଦେଖିଥିଲେ ଯେ ପୁଅ କାର୍ତ୍ତିକ ଭୁଏ ବୃଦ୍ଧାଙ୍କୁ ହତ୍ୟା କରିଦେଇଛି । କାର୍ତ୍ତିକ ନିଶା ଶକ୍ତ ଅବସ୍ଥାରେ ଥିବା ବେଳେ ଗ୍ରାମବାସୀ ହତ୍ୟାକାରୀକୁ ଅଟକ ରଖିବା ସହ ଏହି ଘଟଣାକୁ ନେଇ ଗ୍ରାମର ସରପଞ୍ଚଙ୍କ ଉପସ୍ଥିତିରେ ଏକ ବୈଠକ କରାଯାଇଥିଲା । ତେବେ ସେଠାରେ ହତ୍ୟାକାରୀ ପୁଅ କାର୍ତ୍ତିକ ଭୁଏ ନିଜେ ସ୍ଵୀକାର କରିଥିଲା ଯେ ସେ ତା ମାଆକୁ ହତ୍ୟା କରିଛି ବୋଲି ।

ସେ ନିଜ ମାଆର ଯତ୍ନ ନେବାରେ ବହୁ ହଇରାଣ ହେଉଥିଲା । ଏଥିସହ ଅନ୍ୟ ଭାଇ ମାନଙ୍କର କୌଣସି ସହଯୋଗ ରହୁନଥିବା ବେଳେ ଶେଷରେ ନିରାଶ ହୋଇ ସେ ମଦ ନିଶାରେ ଏପରି ହତ୍ୟା କାଣ୍ଡ ଘଟାଇଥିବା ନେଇ ଗ୍ରାମବାସୀଙ୍କ ଠାରେ ଜଣାଇଥିଲେ । ମୃତ ବୃଦ୍ଧାଙ୍କର ଚାରି ପୁଅ ଥିବା ବେଳେ ତିନିଟି ଯାକ ପୁଅ ବିବାହ ପରେ ଶାଶୁ ଘରେ ହିଁ ରହୁଥିଲେ ଏବଂ ଘରେ କେବଳ ଅବିହାରୀ ସାନପୁଅ କାର୍ତ୍ତିକ ଓ ବୃଦ୍ଧା ମାଆ ରହୁଥିଲେ । କାର୍ତ୍ତିକ ଟ୍ରାକ୍ଟର ଚଳାଇ ଯାହା ରୋଜଗାର କରୁଥିଲେ ସେଥିରେ ଗୁଜୁରାଣ ମେଣ୍ଟାଉଥିଲେ । କିଡ଼ନୀ ରୋଗରେ ଆକ୍ରାନ୍ତ ନିଜ ବୃଦ୍ଧା ମାଆର ବହୁ ସେବା କରିବା ସହିତ ତାଙ୍କର ଚିକିତ୍ସା ଖର୍ଚ୍ଚ ମଧ୍ୟ ନିଜେ ବହନ କରୁଥିଲେ । ତାଙ୍କ ମାଆଙ୍କର ଅବସ୍ଥା ଦିନକୁ ଦିନ ଗୁରୁତର ହେବାରେ ଲାଗିଥିଲା ଏବଂ ମାଆଙ୍କର ଚିକିତ୍ସାରେ ଅନ୍ୟ ତିନୋଟି ଯାକ ଭାଇ କୌଣସି ପ୍ରକାରର ସାହାଯ୍ୟ ସହଯୋଗ କରୁନଥିଲେ । ଏକାକୀ କାର୍ତ୍ତିକ ନିଜେ ମାଆଙ୍କର ସମସ୍ତ ସେବା କରି ଆସୁଥିଲେ ।

ହେଲେ ହଠାତ ସୁନାପୁଅରୁ ମାଆ ହତ୍ୟାକାରୀ ପାଲଟିଗଲେ କାର୍ତ୍ତିକ । ମାଆଙ୍କର ସେବାରେ ବିରକ୍ତ ହୋଇ କାର୍ତ୍ତିକ ମତ୍ୟୁ ସହିତ ସଂଗ୍ରାମ କରୁଥିବା ମାଆକୁ ମୃତ୍ୟୁ ପୂର୍ବରୁ ମୃତ୍ୟୁ ଦେଇଦେଲେ । ମାଆ ପାନ ଭୋଇ ବିଛଣାରେ ଶୋଇଥିବା ବେଳେ ପୁଅ କାଠ ଫାଳିଆ ସାହାଯ୍ୟରେ ମୁଣ୍ଡରେ ଆକ୍ରମଣ କରିଥିଲା ଓ ପରେ ତଣ୍ଟି ଚିପି ହତ୍ୟା କରିଥିଲା । ଏନେଇ ଗ୍ରାମବାସୀ ପୋଲିସକୁ ଖବର ଦେବା ପରେ ପୋଲିସ ହତ୍ୟାକାରୀ କାର୍ତ୍ତିକକୁ ଗିରଫ କରିବା ସହିତ ଘଟଣା ସ୍ଥଳକୁ ସାଇଣ୍ଟିଫିକ ଟିମ ପଠାଇଛି ଏଥିସହ ଅଧିକ ତଦନ୍ତ ଜାରି ରଖିଛି ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.