ପଦ୍ମପୁର ଉପନିର୍ବାଚନ: ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ନେଇ ବିଜେପିର ଅଭିଯୋଗ

author img

By

Published : Nov 21, 2022, 12:01 PM IST

padmapur by poll bjp allegation against bjd about violation of election code of conduct

ପଦ୍ମପୁର ଉପନିର୍ବାଚନରେ ଆଚରଣ ବିଧି ଉଲ୍ଲଂଘନ ନେଇ ଜିଲ୍ଲା ରିଟର୍ଣ୍ଣିଂ ଅଫିସରଙ୍କୁ ଭେଟିଲେ ବିଜେପି । ଅଧିକ ପଢ଼ନ୍ତୁ

ବରଗଡ଼: ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ହେଭିୱେଟ ନେତା । ଗଣତନ୍ତ୍ରର ବିଧି ବ୍ୟବସ୍ଥା ଅନୁଯାୟୀ ଦଳୀୟ ପ୍ରଚାର କାର୍ଯ୍ୟ ଚାଲୁଥିବାବେଳେ ଶାସକ ବିଜେଡି ସମସ୍ତ ବିଧିକୁ ଉଲ୍ଲଂଘନ କରି ଶାସନ କ୍ଷମତାକୁ ବ୍ୟବହାର କରି ନିର୍ବାଚନ ପ୍ରଚାର କରିବା ସହିତ ଭୋଟରମାନଙ୍କୁ ପ୍ରଭାବିତ କରିବା ଅଭିଯୋଗ କରିଛି ବିଜେପି । ଆଚରଣ ବିଧି ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ ବିହୀତ ଏବଂ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ବିଜେପି ପକ୍ଷରୁ ଦାବି କରାଯାଇଛି l

padmapur by poll bjp allegation against bjd about violation of election code of conduct
ପଦ୍ମପୁର ଉପନିର୍ବାଚନ: ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ନେଇ ବିଜେପିର ଅଭିଯୋଗ

ପଦ୍ମପୁର ପବ୍ଲିକ ସ୍କୁଲ ପରିସରରେ ବିଜେଡି ପକ୍ଷରୁ ଅନୁଷ୍ଠିତ ଏକ ସଭାରେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ଯୋଗ ଦେଇଥିଲେ । ଉଭୟ ଶିକ୍ଷାନୁଷ୍ଠାନର ମାଲିକାଣୀ କିରଣ ପଣ୍ଡାଙ୍କ ସ୍ବାମୀ ତଥା ଅଞ୍ଚଳ ମହାବିଦ୍ୟାଳୟର ଇତିହାସ ବିଭାଗ ଅଧ୍ୟାପକ କୃଷ୍ଣମୋହନ ପଣ୍ଡାଙ୍କ ଦ୍ବାରା ଅୟୋଜିତ ଏହି ସଭାରେ ବିଭିନ୍ନ ସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଶିକ୍ଷକ ଏବଂ କର୍ମଚାରୀମାନେ ଯୋଗ ଦେଇଥିଲେ । ସେହିପରି ଜିଲ୍ଲାର ମାଣ୍ଡୋସିଲ ଡିଗ୍ରୀ କଲେଜର ପ୍ରିନ୍ସିପାଲ ବିନୟ ରଞ୍ଜନ ପଣ୍ଡା ଏବଂ ଡଭା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ରାଜନୀତି ବିଜ୍ଞାନ ଅଧ୍ୟାପକ ସୁଧୀର ରଥଙ୍କ ସମେତ ଅନ୍ୟ ଉପସ୍ଥିତ ଶିକ୍ଷକ ଓ କର୍ମଚାରୀମାନେ ଶାସକ ବିଜେଡି ସପକ୍ଷରେ ପ୍ରଚାର କାର୍ଯ୍ୟ କରୁଛନ୍ତି ବୋଲି ବିଜେପି ଅଭିଯୋଗ ଆଣିଛି ।

ଏହା ମଧ୍ୟ ପଢ଼ନ୍ତୁ: Padmapur bypoll: ପଦ୍ମପୁରରେ ଜମୁଛି ପ୍ରଚାର, ବର୍ଷା ଖାଇଲେ ପଖାଳ ପ୍ରଦୀପଙ୍କ କୀର୍ତ୍ତନ

ମନ୍ତ୍ରୀ ପଦର ଅପବ୍ୟବହାର, ସରକାରୀ ଶିକ୍ଷକ ଓ କର୍ମଚାରୀଙ୍କ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନକୁ ନେଇ ଜିଲ୍ଲା ରିଟର୍ଣ୍ଣିଂ ଅଫିସରଙ୍କୁ ବିଜେପି ପ୍ରତିନିଧିଦଳ ଭେଟିଛନ୍ତି । ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର ଏବଂ ରାଜକିଶୋର ସାହୁ ପ୍ରମୁଖ ଜିଲ୍ଲା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ଦାବି କରିଛନ୍ତି ।

ପ୍ରକାଶ ଥାଉକି, ପଦ୍ମପୁର ଉପନିର୍ବାଚନ ପାଇଁ ମୈଦାନରେ 11 ଜଣ ପ୍ରାର୍ଥୀ ରହିଛନ୍ତି । ହେଭିୱେଟ ନେତାଙ୍କୁ ସହ ଲୋକଙ୍କ ନିକଟତର ହେବାକୁ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି ପ୍ରାର୍ଥୀ । ଡିସେମ୍ବର ୫ରେ ପଦ୍ମପୁର ଉପନିର୍ବାଚନ(Padmapur bypoll) ହେବ । ଏଥିପାଇଁ ୧୦ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ନଭେମ୍ବର ୧୭ ତାରିଖରେ ନାମାଙ୍କନ ଦାଖଲ ଶେଷ ଦିନ । ୧୮ରେ ପ୍ରାର୍ଥୀପତ୍ର ଯାଞ୍ଚ ଓ ୨୧ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଦିନ ଧାର୍ଯ୍ୟ ହୋଇଛି । ଏହାପରେ ଡିସେମ୍ବର ୫ରେ ମତଦାନ ହୋଇ ୮ ତାରିଖରେ ଭୋଟ ଗଣତି ହେବ ।

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.