ETV Bharat / state

Manoj Mishra Ban Issue: ଅନୁଭବଙ୍କ କୁଶପୁତ୍ତଳିକା ଜାଳିଲା କୋଶଳ ସେନା

author img

By ETV Bharat Odisha Team

Published : Oct 28, 2023, 10:50 PM IST

Updated : Oct 28, 2023, 10:58 PM IST

koshal sena stages protest
ଅନୁଭବଙ୍କ କୁଶପୁତ୍ତଳିକା ଦାହ କଲା କୋଶଳ ସେନା

ଅନୁଭବ ମହାନ୍ତିଙ୍କ କୁଶପୁତ୍ତଳିକା ଦାହ କଲା କୋଶଳ ସେନା । ପଶ୍ଚିମ ଓଡିଶାର ଅଭିନେତା ମନୋଜ ମିଶ୍ରଙ୍କୁ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଲମ୍ବିତ କରିବା ଘଟଣାକୁ ନେଇ ତାତିଛି କୋଶଳ ସେନା । ଅଧିକ ପଢନ୍ତୁ

ଅନୁଭବଙ୍କ କୁଶପୁତ୍ତଳିକା ଦାହ କଲା କୋଶଳ ସେନା

ବରଗଡ଼: ଉଗ୍ର ରୂପ ନେଲା ଓଲିଉଡ ବିବାଦ । ଫିଲ୍ମ ଷ୍ଟାର ଅନୁଭବ ମହାନ୍ତିଙ୍କ କୁଶପୁତ୍ତଳିକା ଦାହ କଲା କୋଶଳ ସେନା । ଆଜି ଅପରାହ୍ନ 4ଟା ସମୟରେ ବରଗଡ଼ ସହରର ଗାନ୍ଧୀ ଛକରେ ଅନୁଭବ ମହାନ୍ତିଙ୍କ କୁଶପୁତ୍ତଳିକା ଦାହ ବିରୋଧ ପ୍ରଦର୍ଶନ କରିଛି କୋଶଳ ସେନା । ପଶ୍ଚିମ ଓଡିଶାର ବିଶିଷ୍ଟ ସିନେ ଅଭିନେତା ମନୋଜ ମିଶ୍ରଙ୍କୁ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଲମ୍ବିତ କରିବା ସହ ଅନୁଭବ ମହାନ୍ତିଙ୍କ ବୟାନକୁ ବିରୋଧ କରି ପଶ୍ଚିମ ଓଡିଶାରେ ଓଡ଼ିଆ ଚଳଚ୍ଚିତ୍ର ବନ୍ଦ କରାଯିବ ବୋଲି ଚେତାବନୀ ଦେଇଛି କୋଶଳ ସେନା ।


ସମ୍ବଲପୁରର ଅଭିନେତା ମନୋଜ ମିଶ୍ରଙ୍କୁ ଓଡିଆ ଫିଲ୍ମରୁ ୨ ବର୍ଷ ପାଇଁ ବ୍ୟାନ୍ କରାଯିବା ଘଟଣା ପ୍ରଚାରିତ ହେବା ପରେ କୋଶଳ ସେନା ପକ୍ଷରୁ ଏହାକୁ ବିରୋଧ କରାଯାଇଥିଲା । ଗତ 26 ତାରିଖରେ କୋଶଲ ସେନା ପକ୍ଷରୁ ବରଗଡର ରୁକ୍ମଣୀ ଟକିଜରେ ଲାଗିଥିବା ଓଡିଆ ଫିଲ୍ମର ପୋଷ୍ଟର ଗୁଡିକୁ ଫାଡି ଦିଆଯାଇଥିଲା । "ଯଦି ସମ୍ବଲପୁରିଆ ଅଭିନେତାଙ୍କୁ 2 ବର୍ଷ ପାଇଁ ସିନେମାରେ ଅଭିନୟ ପାଇଁ ବ୍ୟାନ କରାଯିବ ତାହେଲେ ପଶ୍ଚିମ ଓଡିଶାରେ ମଧ୍ୟ ପୂର୍ବଓଡିଶାର ସମସ୍ତ ଓଡିଆ ସିନେମାକୁ ବଏକଟ୍ କରାଯିବ" ବୋଲି କୋଶଳ ସେନା ପକ୍ଷରୁ ଚେତାବନୀ ଦିଆଯାଇଥିଲା । ପରବର୍ତ୍ତୀ ମୁହୂର୍ତ୍ତରେ ଅଭିନେତା ଅନୁଭବ ମହାନ୍ତିଙ୍କର ବୟାନକୁ ମଧ୍ୟ ବିରୋଧ କରିଥିଲା କୋଶଳ ସେନା । ଆଜି ବରଗଡ଼ରେ ଏହାର ପ୍ରତିବାଦ ସ୍ୱରୂପ ଅନୁଭବ ମହାନ୍ତିଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି l



ସୂଚନା ଅନୁଯାୟୀ, ସମ୍ବଲପୁରଠାରେ ଅରିନ୍ଦମ ରାୟଙ୍କ ଓଡିଆ ଫିଲ୍ମ "ରାମ " କୁ ଚଲାଇ ନଦେବା ନେଇ ମନୋଜ ମିଶ୍ର ଷଡଯନ୍ତ୍ର କରିଥିବା ଅଭିଯୋଗ ହୋଇଥିଲା । 'ରାମ' ଫିଲ୍ମ ଗତ 20 ତାରିଖରେ ସାରା ଓଡିଶାରେ ରିଲିଜ ହୋଇଥିବାବେଳେ ସମ୍ବଲପୁରର ଆଇଲେକ୍ସ ସିନେମା ହଲଠାରେ 3 ଜଣ ବ୍ୟକ୍ତି ଏହି ଫିଲ୍ମକୁ ବିରୋଧ କରିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହି ବ୍ୟକ୍ତିମାନେ ମନୋଜ ମିଶ୍ରଙ୍କ ସମର୍ଥକ ହୋଇଥିବା ଅଭିଯୋଗ ଆଣିଥିଲେ ଅରିନ୍ଦମ । ଏହାପରେ ଅଭିନେତା ଅରିନ୍ଦମ ଏନେଇ ପ୍ରଡ୍ୟୁସର ସଙ୍ଘକୁ ଅବଗତ କରାଇଥିଲେ |

ଏହା ବି ପଢନ୍ତୁ...Ollywood Controversy: ଓଲିଉଡକୁ ନେଇ ରାଜନୀତି ନ କରିବାକୁ ଶ୍ରୀତମଙ୍କ ଅପିଲ

ତେବେ ତଥ୍ୟ ଓ ପ୍ରମାଣ ମିଳିବାରୁ ମନୋଜ ମିଶ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ସଂଘ । ୨ ବର୍ଷ ପାଇଁ କୌଣସି ଫିଲ୍ମରେ ମଧ୍ୟ ଅଭିନୟ ପାଇଁ ମନୋଜ ମିଶ୍ରଙ୍କୁ ନିଆଯିବ ନାହିଁ ବୋଲି ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । ତେବେ ପଶ୍ଚିମ ଓଡିଶାର ଅଭିନେତାଙ୍କ ପ୍ରତି ଏପରି ବୈମାତୃକ ଭାବକୁ ନେଇ କୋଶଳ ସେନା ପକ୍ଷରୁ ବିରୋଧ ଲଗାତାର ଭାବେ ଜାରି ରହିଛି l ବର୍ତ୍ତମାନ ଏହି ଘଟଣାରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଥିବାବେଳେ ଏହାର ରାଜନୀତିକରଣ ନକରିବାକୁ ପ୍ରଡୁସର ସଂଘ ପକ୍ଷରୁ ଅପିଲ କରାଯାଇଛି । ଅନ୍ୟପଟେ ପଶ୍ଚିମ ଓଡିଶାବାସୀଙ୍କୁ ଓଡ଼ିଆ ସିନେମା ଦେଖିବାକୁ ବାରଣ କରୁଛି କୋଶଳ ସେନା ।

ଇଟିଭି ଭାରତ, ବରଗଡ଼

Last Updated :Oct 28, 2023, 10:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.