ETV Bharat / state

ଧନୁଯାତ୍ରା ପୂର୍ବରୁ ସମଲେଶ୍ୱରୀଙ୍କ ଶରଣରେ କଂସ ମହାରାଜ, ମିଳିଲା ଆଜ୍ଞାମାଳ

author img

By ETV Bharat Odisha Team

Published : Jan 15, 2024, 5:49 PM IST

ଧନୁଯାତ୍ରା ପୂର୍ବରୁ ମା ସମଲେଶ୍ୱରୀଙ୍କ ଶରଣରେ କଂସ ମହାରାଜ, ମିଳିଲା ଆଜ୍ଞାମାଳ
ଧନୁଯାତ୍ରା ପୂର୍ବରୁ ମା ସମଲେଶ୍ୱରୀଙ୍କ ଶରଣରେ କଂସ ମହାରାଜ, ମିଳିଲା ଆଜ୍ଞାମାଳ

76th 'Dhanu Yatra' festival : ଆଜି ସନ୍ଧ୍ୟାରୁ ଆରମ୍ଭ ହେଉଛି 76ତମ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । ଏହା ପୂର୍ବରୁ କଂସ ଭୂମିକାରେ ଅଭିନୟ କରୁଥିବା ହୃଷୀକେଶ ଭୋଇ ମାଆ ସମଲେଶ୍ବରୀଙ୍କଠାରେ ପ୍ରାର୍ଥନା କରିଛନ୍ତି । ଅଧିକ ପଢନ୍ତୁ

ଧନୁଯାତ୍ରା ପୂର୍ବରୁ ମା ସମଲେଶ୍ୱରୀଙ୍କ ଶରଣରେ କଂସ ମହାରାଜ, ମିଳିଲା ଆଜ୍ଞାମାଳ

ବରଗଡ଼ : ଆଜିଠାରୁ ଆରମ୍ବ ହେଉଛି 76ତମ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । ଆଜିଠାରୁ 11 ଦିନ ପର୍ଯ୍ୟନ୍ତ ଚାଲିବ କଂସ ମହାରାଜଙ୍କ ରାଜୁତି । କଂସ ଭୂମିକାରେ ଅଭିନୟ କରିବା ସହିତ ଭଗବାନ କୃଷ୍ଣଙ୍କୁ ଅପଶବ୍ଦ କହିବା ପୂର୍ବରୁ ବରଗଡର ଇଷ୍ଟଦେବୀ ମାା ସମଲେଶ୍ବରୀଙ୍କଠାରେ ପ୍ରାର୍ଥନା ପୂର୍ବକୁ କ୍ଷମା ମାଗିବା ସହିତ ଆଜ୍ଞା ମାଳ ନେବାକୁ ପହଞ୍ଚିଥିଲେ କଂସ ଭୂମିକାରେ ଅଭିନୟ କରୁଥିବା କଳାକାର ହୃଷୀକେଶ ଭୋଇ | ଆଜି ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ଆରମ୍ଭ ହେବା ପୂର୍ବରୁ କଂସ ମହାରାଜକୁ ନିକଟରେ ଦେଖି ବେଶ ଆନନ୍ଦିତ ହୋଇଛନ୍ତି ତଳିପଡାବାସୀ । ପ୍ରକାଶଯୋଗ୍ୟ ଯେ ଆଜିଠାରୁ ବରଗଡ଼ ସହର ପାଲଟିବ ମଥୁରା ନଗରୀ ଏବଂ ଅମ୍ବାପାଲି ପାଲଟିବ ଗୋପପୁର । ସେହିପରି ବରଗଡ ସହର ଓ ଅମ୍ବାପାଲି ମଝିରେ ରହିଥିବା ଜିରା ନଦୀ ହେବ ଯମୁନା ନଦୀ ।

ଏହି ସମୟରେ କଳିଯୁଗରେ ଥାଇ ମଧ୍ୟ ବରଗଡ଼ବାସୀ ନିଜକୁ ଦ୍ଵାପର ଯୁଗର ମଣିଷ ମନେ କରି ସମସ୍ତେ ପାଲଟିଯାନ୍ତି ଜଣେ ଜଣେ କଳାକାର । ଗୋଟେ ପଟେ ଭଗବାନ ଶ୍ରୀକୃଷ୍ଣଙ୍କ ବିଭିନ୍ନ ଲୀଳା ସହିତ ଆଧ୍ୟାତ୍ମିକ ବାତାବରଣରେ ୧୧ ଦିନ ଧରି ଅମ୍ବାପାଲି ବାସିନ୍ଦା ଧନୁଯାତ୍ରାର ମଜା ନେଉଥିବା ବେଳେ ଅନ୍ୟପଟେ ବରଗଡ ସହରବାସୀ ଅତ୍ୟାଚାରୀ କଂସାସୁରର ଅଧୀନରେ ଶାସିତ ହୋଇଥାନ୍ତି । ସେହିପରି ଗୋପପୁରର ମୁଖ୍ୟ ଆକର୍ଷଣ କୃଷ୍ଣ, ବଳରାମ ଓ ରାଧା ମଧ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ।

ଏହା ମଧ୍ୟ ପଢନ୍ତୁ... ଧନୁଯାତ୍ରା ପାଇଁ ପ୍ରସ୍ତୁତି ଶେଷ, ଆସନ୍ତାକାଲିଠୁ କମ୍ପିବ ମଥୁରା

ଆଜି ସନ୍ଧ୍ୟାରେ ଏହି ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ଆରମ୍ଭ ହେବାକୁ ଥିବା ବେଳେ ଏବେ ଧନୁଯାତ୍ରାର ସମସ୍ତ କଳାକାର ତଲିପଡା ସ୍ଥିତ ମାଆ ସମଲେଶ୍ଵରୀ ଦେବୀଙ୍କ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଦେବୀ ମାଆଙ୍କଠାରୁ ଆଜ୍ଞାମାଳ ଆଣିଥିଲେ । ଦୀର୍ଘ ଦୁଇ ବର୍ଷ ଧରି କରୋନା ମହାମାରୀ ପାଇଁ ବରଗଡ଼ର ବିଶ୍ଵପ୍ରସିଦ୍ଧ ଧନୁଯାତ୍ରା ବନ୍ଦ ପଡିଥିବା ବେଳେ ଚଳିତ ବର୍ଷ କିନ୍ତୁ ଏହି ଧନୁଯାତ୍ରାକୁ ଲୋକେ ଉତ୍ସାହର ସହିତ ଅପେକ୍ଷା କରି ରହିଥିଲେ । ବରଗଡ଼ର ଧନୁଯାତ୍ରା ବିଶ୍ବର ସର୍ବବୃହତ ମୁକ୍ତ ରଙ୍ଗମଞ୍ଚ ଅଟେ । ଅନ୍ୟପକ୍ଷେ ସ୍ଥାନୀୟ ଜର୍ଜ ହାଇସ୍କୁଲ ପଡ଼ିଆରେ ଭିନ୍ନ ଭିନ୍ନ ଧରଣର ଦୋଳି ସହିତ ମୀନା ବଜାର ଖୋଲିଛି । ବରଗଡ଼ ପୋଲିସ ପ୍ରଶାସନ ଧନୁଯାତ୍ରାକୁ ନେଇ ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି । କିପରି ଯାତ୍ରା ସମୟରେ ଟ୍ରାଫିକ ସମସ୍ୟା ନହେବ ସେ ନେଇ ବରଗଡର ବିଭିନ୍ନ ଛକରେ ଟ୍ରାଫିକ ପୋଲିସ ମୁତୟନ କରାଯାଇଛି ।

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.