ବଢ଼ିଲା ଜିରାନଦୀର ପାଣି, ବୁଡ଼ିଲା ଅସ୍ଥାୟୀ ରାସ୍ତା

author img

By

Published : Sep 14, 2021, 10:37 PM IST

flood water in jira river of bargarh

ବରଗଡ଼ରେ ବଢ଼ିଲା ଜିରାନଦୀର ପାଣି, ବୁଡ଼ିଲା ଅସ୍ଥାୟୀ ରାସ୍ତା ବିଛିନ୍ନ ହେଲା ବରଗଡ଼ ଓ ଅମ୍ବାପାଲି । ଅଧିକ ପଢନ୍ତୁ...

ବରଗଡ଼: ଜିଲ୍ଲାରେ ଲାଗି ରହିଛି ଲଗାଣ ବର୍ଷା । ସୋମବାର ବରଗଡ଼ ଟାଉନ ଦେଇ ପ୍ରବାହିତ ହେଉଥିବା ଜିରାନଦୀରେ ପ୍ରବଳ ବନ୍ୟାପାଣି ପ୍ରବାହିତ ହେଉଛି । ଯାହାର ପ୍ରଭାବରେ ଅସ୍ଥାୟୀ ରାସ୍ତା ପାଣିରେ ବୁଡିଯାଇଛି ।

ବଢ଼ିଲା ଜିରାନଦୀର ପାଣି, ବୁଡ଼ିଲା ଅସ୍ଥାୟୀ ରାସ୍ତା

ବରଗଡ ସହରର ନିକଟବର୍ତ୍ତି ଅମ୍ବାପାଲିକୁ ନିର୍ମିତ ହୋଇଥିବା ଅସ୍ଥାୟୀ ରାସ୍ତା ଜିରାନଦୀର ବଢ଼ି ପାଣିରେ ସମ୍ପୂର୍ଣ୍ଣ ବୁଡିଯାଇ ରାସ୍ତା ଧୋଇ ହୋଇଯାଇଛି । ଯାହା ଫଳରେ ଅମ୍ବାପାଲିରୁ ବରଗଡ଼କୁ ଯାତାୟତ ବିଛିନ୍ନ ହୋଇଛି । ତେବେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ବରଗଡ଼ରେ ଆହୁରି ପ୍ରବଳ ବର୍ଷା ହେବ ବୋଲି ଜନସାଧାରଣଙ୍କୁ ଚେତାବନୀ ଦିଆଯାଇଥିବାବେଳେ ଜିରାନଦୀ କୂଳ ଅଞ୍ଚଳରେ ରହୁଥିବା ଲୋକେ ଭୟଭୀତ ହୋଇପଡିଛନ୍ତି ।

ଜିଲ୍ଲାରେ କିଛିଦିନ ତଳେ ମରୁଡ଼ି ପରିସ୍ଥିତି ଯୋଗୁଁ ଚାଷୀ ମୁଣ୍ଡରେ ହାତଦେଇ ବସିଥିବାବେଳେ ଏବେ ଯେଉଁ ଅଳ୍ପ ଫସଲ ବଞ୍ଚିଥିଲା ତାହା ବ୍ୟାପକ ବର୍ଷାରେ ନଷ୍ଟ ହେବାର ଭୟ ଘାରିଲାଣି ଚାଷୀକୁ । ଅନ୍ୟପଟେ ବରଗଡ଼ରେ ଲଗାତାର ପ୍ରବଳ ବର୍ଷା ଲାଗିରହିଥିବାବେଳେ ଆଗାମୀ 24 ଘଣ୍ଟା ମଧ୍ୟରେ ବରଗଡ଼ ଜିଲ୍ଲାରେ ହେବାକୁ ଥିବା ବ୍ୟାପକ ବର୍ଷାକୁ ଆଖି ଆଗରେ ରଖି ସମସ୍ତ ବିଡ଼ିଓଙ୍କୁ ତତ୍ପର ଓ ସଜାଗ ରହିବାକୁ ବରଗଡ଼ ଜିଲ୍ଲାପାଳ ମନିଷା ବାନାର୍ଜୀ ନିର୍ଦ୍ଦେଶ ଦେଇଛନ୍ତି ।

ବରଗଡରୁ ରାଜେଶ ସରାପ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.