ETV Bharat / state

ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶହଶହ ଚାଷୀ

author img

By

Published : Nov 9, 2019, 3:27 AM IST

ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶହଶହ ଚାଷୀ

ଚଳିତ ଖରିଫ ଋତୁର ଧାନ ସଂଗ୍ରହ ପ୍ରକ୍ରିୟାର ସଠିକ ପରିଚାଳନା ସହିତ ବିଭିନ୍ନ ଦାବି ନେଇ ଓଡିଶା ରାଜ୍ୟ କୃଷକ ସଂଗଠନ ପକ୍ଷରୁ ଧାରଣାରେ ବସିଥିଲେ ଜିଲ୍ଲାର ଶହ ଶହ ଚାଷୀ ।

ବରଗଡ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ଶହ ଶହ ଚାଷୀ | ଚଳିତ ଖରିଫ ଋତୁର ଧାନ ସଂଗ୍ରହ ପ୍ରକ୍ରିୟାର ସଠିକ ପରିଚାଳନା ସହିତ ବିଭିନ୍ନ ଦାବି ନେଇ ଓଡିଶା ରାଜ୍ୟ କୃଷକ ସଂଗଠନ ପକ୍ଷରୁ ଧାରଣାରେ ବସିଥିବା ଜଣାପଡିଛି ।

ବରଗଡ ଜିଲ୍ଲାର ହୀରାକୁଦ ଜଳସେଚିତ ଅଞ୍ଚଳରୁ ଅକ୍ଟୋବର ମାସ ୧୫ ତାରିଖରୁ ଧାନ ଅମଳ ଆରମ୍ଭ ହୋଇ ଡିସେମ୍ବର ୧୫ ତାରିଖରେ ଶେଷ ହେବା ମାତ୍ରେ ଚାଷୀ ପୁଣି ରବି ଋତୁ ଚାଷ ପାଇଁ ଲାଗିପଡିଥାଏ । କିନ୍ତୁ ଧାନ ସଂଗ୍ରହ ପ୍ରକ୍ରିୟାର ଅବ୍ୟବସ୍ଥା କାରଣରୁ ଚାଷୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇ ନିଜ ଚାଷ କାମ ଠିକ ଢଙ୍ଗରେ କରିପାରି ନାହାନ୍ତି | ଫଳରେ ଏନେଇ ଚଳିତ ଖରିଫ ଋତୁର ଧାନ ସଂଗ୍ରହ କରାଯାଉ ବୋଲି ଜିଲ୍ଲାପାଳଙ୍କଠାରେ ପାଞ୍ଚଗୋଟି ଦାବି ଉପସ୍ଥାପନ କରିଛି ଓଡିଶା ରାଜ୍ୟ କୃଷକ ସଂଗଠନ ।

ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶହଶହ ଚାଷୀ

ପଞ୍ଜୀକୃତ ହୋଇଥିବା ସମସ୍ତ ଧାନ ଡିସେମ୍ବର ୩୧ ସୁଦ୍ଧା ସଂଗ୍ରହ କରାଯାଉ, ଧାନ ସଂଗ୍ରହରେ ଟୋକନ ବ୍ୟବସ୍ଥାକୁ ପ୍ରତ୍ୟାହାର କରି ପୂର୍ବପରି ଜାରି ରଖାଯାଉ, ନଭେମ୍ବର ୧୦ ରେ ବଜାର ଖୋଲିବା ସୁନିଶ୍ଚିତ କରାଯାଉ, ଯୋଗାଣ ବିଭାଗ ଚାଷୀଙ୍କୁ ବସ୍ତା ଯୋଗାଇ ଦେଉ, ପଞ୍ଜୀକରଣ ଏବଂ ତ୍ରୁଟି ସଂଶୋଧନ ପାଇଁ ଆହୁରି ୧୫ ଦିନର ସମୟ, ଇତ୍ୟାଦି ଦାବି ନେଇ ଜିଲ୍ଲାପାଳଙ୍କ ଠାରେ ଦାବି ଉପସ୍ଥାପନ କରିଥିଲେ ଚାଷୀ । ତେବେ ଦେଖିବାକୁ ବାକି ରହିଲା କେବେ ଏଥିପ୍ରତି ଉଚିତ ପଦକ୍ଷେପ ନିଆଯାଉଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣାରେ ବସିଲେ ବରଗଡ ଜିଲ୍ଲାର ଚାଷୀ | ଚଳିତ ଖରିବ ରୂତୁର ଧାନ ସଂଗ୍ରହ ପ୍ରକ୍ରିୟା ର ସଠିକ ପରିଚାଳନା ସହିତ ବିଭିନ୍ନ ଦାବି ନେଇ ଧାରଣାରେ ବସିଲେ ଶହ ଶହ ଚାଷୀ |

ଚଳିତ ଖରିବ ରୂତୁର ଧାନ ସଂଗ୍ରହ ପାଇଁ ଓଡିଶା ରାଜ୍ୟ କୃଷକ ସଂଗଠନ ପକ୍ଷରୁ ବିଭିନ୍ନ ଦାବି ନେଇ ଆଜି ବରଗଡ ଜିଲ୍ଲାପାଳ ଙ୍କ କାର୍ଯ୍ୟଲଯ ସମ୍ମୁଖରେ ଧାରଣାରେ ବସିଥିଲେ | ବରଗଡ ଜିଲ୍ଲାର ହୀରାକୁଦ ଜଳସେଚିତ ଅଞ୍ଚଳରୁ ଅକ୍ଟୋବର ମାସ ୧୫ ତାରିଖରୁ ଧାନ ଅମଳ ଆରମ୍ଭ ହୋଇ ଡିସେମ୍ବର ୧୫ ତାରିଖରେ ଶେଷ ହେବା ମାତ୍ରେ ଚାଷୀ ପୁଣି ରବି ରୂତୁ ଚାଷ ପାଇଁ ଲାଗିପଡିଥାଏ କିନ୍ତୁ ଧାନ ସଂଗ୍ରହ ପ୍ରକ୍ରିୟା ର ଅବ୍ୟବସ୍ଥା କାରଣରୁ ଚାଷୀ ବହୁ ହଇରାଣ ହୋଇ ନିଜ ଚାଷ କାମ ଠିକ ଢଙ୍ଗରେ କରିପାରି ନଥାଏ | ତେଣୁ କରି ସଂଗଠନର ଦାବି ମୁତାବକ ଚଳିତ ଖରିବ ରୂତୁର ଧାନ ସଂଗ୍ରହ କରାଯାଉ ବୋଲି ଜିଲ୍ଲାପାଳଙ୍କ ଠାରେ ପାଞ୍ଚଗୋଟି ଦାବି ଉପସ୍ଥାପନ କରିଛି ଓଡିଶା ରାଜ୍ୟ କୃଷକ ସଂଗଠନ |
Body:ପଞ୍ଜୀକୃତ ହୋଇଥିବା ସମସ୍ତ ଧାନ ଡିସେମ୍ବର ୩୧ ସୁଦ୍ଧା ସଂଗ୍ରହ କରାଯାଉ , ଧାନ ସଂଗ୍ରହରେ ଟୋକାନ ବ୍ୟବସ୍ଥାକୁ ପ୍ରତ୍ୟାହାର କରି ପୂର୍ବପରି ଜାରିରଖାଯାଉ , ନଭେମ୍ବର ୧୦ ରେ ବଜାର ଖୋଲିବା ସୁନିଶ୍ଚିତ କରାଯାଉ , ଯୋଗାଣ ବିଭାଗ ଚାଷୀଙ୍କୁ ବସ୍ତା ଯୋଗାଇ ଦେଉ , ପଞ୍ଜୀକରଣ ଏବଂ ତ୍ରୁଟି ସଂଶୋଧନ ପାଇଁ ଆହୁରି ୧୫ ଦିନର ସମୟ ଦିଆଯାଉ ଇତ୍ୟାଦି ଦାବି ନେଇ ଜିଲ୍ଲାପାଳଙ୍କ ଠାରେ ଦାବି ଉପସ୍ଥାପନ କରିଥିଲେ ଚାଷୀ |Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.