ETV Bharat / state

Durga Puja Special: ବରଗଡ ଦୁର୍ଗା ପୂଜାରେ ଭାଇଚାରା ବାର୍ତ୍ତା, ଏକାଠି ଆରଧନା କରନ୍ତି ହିନ୍ଦୁ-ମୁସଲମାନ

author img

By ETV Bharat Odisha Team

Published : Oct 22, 2023, 3:37 PM IST

Updated : Oct 22, 2023, 4:35 PM IST

ଆକର୍ଷଣୀୟ ମୂର୍ତ୍ତି ସାଙ୍ଗକୁ ମନମୋହୁଛି ରାମଲୀଳା ମହୋତ୍ସବ
ଆକର୍ଷଣୀୟ ମୂର୍ତ୍ତି ସାଙ୍ଗକୁ ମନମୋହୁଛି ରାମଲୀଳା ମହୋତ୍ସବ

ଓଡ଼ିଶା- ଛତିଶଗଡ଼ ସୀମାନ୍ତରେ ଥିବା ବରଗଡ଼ ଜିଲ୍ଲାର ସୋହେଲା ଠାରେ ବେଶ ଉତ୍ସାହର ସହ ଚାଲିଛି ଶାରଦୀୟ ଦୁର୍ଗା ପୂଜା । ସ୍ବାଧିନତା ପୂର୍ବରୁ ଏଠାରେ ପୂଜା କରାଯାଉଥିବା ବେଳେ ଚଳିତ ବର୍ଷ 80ବର୍ଷର ପାଦ ଥାପିଛି । ତେବେ ଚଳିତ ବର୍ଷ ଏଠାରେ ମୁଖ୍ୟ ଆକର୍ଷଣ ସାଜିଛି ରାମଲୀଳା ମହୋତ୍ସବ । ଯାହାକୁ ଦେଖିବା ପାଇଁ ଦୂରଦୁରାନ୍ତରରୁ ଲୋକଙ୍କୁ ସୁଅ ଛୁଟିଛି । ଦେଖନ୍ତୁ ଏହି ରିପୋର୍ଟ

ଭକ୍ତିର ଆସରରେ ଉଭୟ ହିନ୍ଦୁ ମୁସଲମାନ

ବରଗଡ: ଶାରଦୀୟ ଦୁର୍ଗାପୂଜା ପାଇଁ ଉତ୍ସବମୁଖର ପୁରଠୁ ପଲ୍ଲୀ । ଓଡ଼ିଶା- ଛତିଶଗଡ଼ ସୀମାନ୍ତରେ ଥିବା ବରଗଡ଼ ଜିଲ୍ଲାର ସୋହେଲା ଠାରେ ବେଶ ଜାକଜମକରେ ଚାଲିଛି ମାଆଙ୍କ ପୂଜା । ମାଙ୍କ ଆକର୍ଷଣୀୟ ମୂର୍ତ୍ତି ସାଙ୍ଗକୁ ମନମୋହୁଛି ଏଠାକାର ରାମାୟଣ ଉପରେ ଆଧାରିତ ରାମଲୀଳା ମହୋତ୍ସବ । ସୋହେଲାର 5ଟି ସ୍ଥାନରେ ରାମଳୀଳାର ସୀତା ଚୋରି, ସୀତାଠାବ, ଭରତ ମିଳନ, ରାମ ସୀତା ବନବାସ ଓ ନୌକା ବିହାର ଆଦି କାର୍ଯ୍ୟକ୍ରମ ଗୁଡିକ କରାଯାଉଥିବା ବେଳେ ଆଖପାଖ 90 ଖଣ୍ଡ ମଉଜାର ଲୋକେ ଏହାକୁ ଦେଖିବା ପାଇଁ ଭିଡ ଜମାଉଛନ୍ତି ।

ଏହାମଧ୍ୟ ପଢନ୍ତୁ..ଚଳଚଞ୍ଚଳ ମେଟାକନୀଙ୍କ ପୀଠ, ଦଶହରାରେ ଦର୍ଶନ କଲେ ମନୋସ୍କାମନା ପୂରଣ କରନ୍ତି ମା’ !

ଅକ୍ଟୋବର 15 ତାରିଖରୁ ଏଠାରେ ପୂଜା ଆରମ୍ଭ ହୋଇଥିବା ବେଳେ 24 ତାରିଖରେ ଦଶମୀରେ ରାବଣ ପୋଡି ଓ 25 ତାରିଖରେ ଭସାଣି କାର୍ଯ୍ୟକ୍ରମ ରହିଛି । ତେବେ ସୋହେଳାର ଏହି ପ୍ରସିଦ୍ଧ ଦୁର୍ଗାପୂଜାର ପାର୍ବଣ ମଣ୍ଡପରେ ଦଶଦିନ ଧରି 1000ରୁ ଅଧିକ କଳାକାର ନିଜ ନିଜର କଳା ପ୍ରଦର୍ଶନ କରିଥାନ୍ତି । ମାଆଙ୍କ ଚଳିତ ଭସାଣି କାର୍ଯ୍ୟକ୍ରମରେ ପୁରୀର ପରଭା ନାଚ, ଛତିଶଗଡର କର୍ମା ନାଚ ଓ ବନାରସର ଅଘୋରୀ ନାଚ ବିଶେଷ ଆକର୍ଷଣ ରହିଥିବା ଦୁର୍ଗା ପୂଜା କମିଟି ପକ୍ଷରୁ କୁହାଯାଇଛି ।

ଅନ୍ୟପଟେ ବ୍ରିଟିଶ ଶାସନ କାଳରୁ ଏଠାରେ ପୂଜା ପାଇଆସୁଛନ୍ତି ମା’ । 1944 ମସିହାରୁ ଏହି ପୂଜା ପାଳିତ ହୋଇଆସୁଥିବା ବେଳେ ଚଳିତ ବର୍ଷ 80 ବର୍ଷରେ ପଦାର୍ପଣ କରିଛି । ଏଠାକାର ଦୁର୍ଗା ପୂଜାର ଏକ ଭିନ୍ନ ପରିଚୟ ରହିଛି । ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ହିନ୍ଦୁ ଓ ମୁସଲିମ ସବୁ ବର୍ଗର ଲୋକ ଏହି ପୂଜାରେ ସାମିଲ ହୋଇ ସମାଜକୁ ଭାଇଚାରାର ବାର୍ତ୍ତା ଦେଇଥାନ୍ତି । ଓଡ଼ିଶା ସମେତ ପଡ଼ୋଶୀ ରାଜ୍ୟ ଛତିଶଗଡ଼ରୁ ମଧ୍ୟ ଲକ୍ଷାଧିକ ଭକ୍ତ ଏଠାକୁ ଆସି ଉପଭୋଗ କରିଥାନ୍ତି ।

ଏହାମଧ୍ୟ ପଢନ୍ତୁ..ପ୍ରଥମ ଥର କାଫଲା ବଜାର ପୂଜା ମଣ୍ଡପରେ ଚାନ୍ଦିରେ ଝଲସୁଛନ୍ତି ମା' ଦଶଭୂଜା

ତେବେ ସୋହେଲାରେ 2ମାସ ପୂର୍ବରୁ ଆରମ୍ଭ ହୋଇଯାଇଥିଲା ପୂଜା ପ୍ରସ୍ତୁତି । ଦେବୀଙ୍କ ମୂର୍ତ୍ତି ଓ ପାର୍ଶ୍ଵମୂର୍ତ୍ତି ସହିତ 85 ଫୁଟର ପେଣ୍ଡାଲ ତିଆରି ପାଇଁ 30ରୁ ଅଧିକ କଲିକତା କାରିଗର ନିୟୋଜିତ ହୋଇଥିଲେ । 85 ଫୁଟ ବିଶିଷ୍ଟ ଏହି ପେଣ୍ଡାଲଟି ଖୁବ ସୁନ୍ଦର ଦେଖାଯାଉଥିବା ବେଳେ ସୋହେଲା ଦେଇ ଯାତାୟାତ କରୁଥିବା ଲୋକଙ୍କୁ ଖୁବ ଆକର୍ଷିତ କରୁଛି | ରାତିରେ ସୁନ୍ଦର ସୁନ୍ଦର ଲାଇଟର ସାଜସଜ୍ଜା ଓ ଆକର୍ଷଣୀୟ ପୂଡା ପେଣ୍ଡାଲ ଦେଖିବା ପାଇ ଆଖପାଖ ଛତିଶଗଡରୁ ମଧ୍ୟ ଦର୍ଶକଙ୍କ ଅସମ୍ଭାଳ ଭିଡ ଲାଗିରହିଛି ।

ଇଟିଭି ଭାରତ,ବରଗଡ଼

Last Updated :Oct 22, 2023, 4:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.