ETV Bharat / state

କାନ୍ଦୁଛି ଚାଷୀକୁଳ, ନଷ୍ଟ ହେଉଛି ଫସଲ

author img

By ETV Bharat Odisha Team

Published : Dec 10, 2023, 10:51 PM IST

କାନ୍ଦୁଛି ଚାଷୀକୁଳ , ନଷ୍ଟ ହେଉଛି ଫସଲ
କାନ୍ଦୁଛି ଚାଷୀକୁଳ , ନଷ୍ଟ ହେଉଛି ଫସଲ

Crops damaged: ମିଗଜୋମ ବାତ୍ୟା ପ୍ରଭାବରେ ଅଦିନିଆ ବର୍ଷାରେ ନଷ୍ଟ ହୋଇଛି ଏକର ଏକର ଧାନ ଚାଷ । ବରଗଡ଼ ଜିଲା ଚାଷୀଙ୍କ ହୋଇଛି ବ୍ୟାପକ ଫସଲ କ୍ଷୟକ୍ଷତି । ଅଧିକ ପଢନ୍ତୁ

କାନ୍ଦୁଛି ଚାଷୀକୁଳ , ନଷ୍ଟ ହେଉଛି ଫସଲ

ବରଗଡ଼: ମିଗଜୋମ ବାତ୍ୟାକୁ ନେଇ ଯେଉଁ ଭୟ କରୁଥିଲେ ଚାଷୀ ଶେଷରେ ସେୟା ଦେଖିବାକୁ ମିଳିଛି । ମିଗଜୋମ ବାତ୍ୟା ପ୍ରଭାବରେ ସମଗ୍ର ଓଡିଶାରେ ନାନାଦି କ୍ଷୟକ୍ଷତି ଘଟିଥିବା ବେଳେ ସବୁଠୁ ଅଧିକ ପ୍ରଭାବିତ ହୋଇଛନ୍ତି ଚାଷୀକୁଳ । ଉତ୍ତର ଠୁ ଦକ୍ଷିଣ ଓଡିଶା ଯାଏଁ,ଉପକୂଳ ଠାରୁ ପଶ୍ଚିମ ଓଡିଶା ପର୍ଯ୍ୟନ୍ତ ସବୁଠି ଅଦିନିଆ ବର୍ଷା ସାଜିଛି ଚାଷୀ ମୁ୍ଣ୍ଡରେ ଚଡକ । ଓଡିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ ଜିଲ୍ଲା ମଧ୍ୟ ଏଥିରୁ ବାଦ୍ ପଡିନାହିଁ ।

ଗତ ଚାରିଦିନ ଧରି ଅଦିନିଆ ବର୍ଷା ଯୋଗୁଁ ବରଗଡ଼ ଜିଲାରେ ବ୍ୟାପକ ଫସଲ କ୍ଷୟକ୍ଷତି ହୋଇଛି । ବରଗଡ଼ ଜିଲ୍ଲାର ଭଟଲି, ବରଗଡ଼, ଅତାବିରା, ପଦ୍ମପୁର, ବିଜେପୁର ନିର୍ବାଚନ ମଣ୍ଡଳୀର ପ୍ରାୟ ସମସ୍ତ ଗାଁ ଏହି ଲଘୁଚାପ ଜନିତ ବର୍ଷା ରେ ପ୍ରଭାବିତ ହୋଇଛି । ଅଧିକାଂଶ ଚାଷୀଙ୍କ ଧାନ କ୍ଷେତରେ କିମ୍ବା ଖଳାରେ ପଡ଼ି ରହିଥିବା ବେଳେ ଅକସ୍ମାତ ବର୍ଷା ସବୁ ଉତ୍ପାଦିତ ଫସଲକୁ ନଷ୍ଟ କରିଦେଇଛି । ସେହିପରି ବରଗଡ ବ୍ଲକ ରୁହୁଣିଆ ଗ୍ରାମରେ ଧାନ ଚାଷୀ ଓ ପନିପରିବା ଚାଷୀଙ୍କ ମାତ୍ରାଧିକ ଫସଲ ନଷ୍ଟ ହୋଇଥିବା ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ ... ଦୁଃଖ ଦେଇଗଲା ମିଗଜୋମ, ନଷ୍ଟ ହେଉଛି ଏକର ଏକର ଧାନ ଚାଷ

ଚଳିତ ଖରିଫ ଫସଲରେ ନଭେମ୍ବର ପ୍ରଥମରୁ ମଣ୍ଡି ଖୋଲିବାକୁ ଜିଲ୍ଲାର ଚାଷୀ ମାନେ ଦାବି କରିଥିଲେ । ମାତ୍ର ମାତ୍ରାଧିକ ଟାଳଟୁଳ ନୀତି ଅବଲମ୍ବନ କରି ବରଗଡ ଜିଲ୍ଲା ପ୍ରଶାସନ ଚାଷୀଙ୍କ ଦାବିକୁ ଆଦୌ ଗୁରୁତ୍ଵ ନଦେଇ ଜାଣିଶୁଣି ବିଳମ୍ବରେ ମଣ୍ଡି ଖୋଲିଥିଲେ । ଶେଷରେ ଚାଷୀ ମାନେ ତାଙ୍କ ବହୁ କଷ୍ଟ ଅର୍ଜିତ ଧାନ ମଣ୍ଡିରେ ପକାଇନପାରି ଖୋଲା ଆକାଶ ତଳେ ପକାଇରଖିଥିଲେ ଯାହାଫଳରେ ଚାଷୀଙ୍କ ଉତ୍ପାଦିତ ଧାନ ସବୁ ଅଦିନିଆ ବର୍ଷାରେ ଭିଜି ନଷ୍ଟ ହୋଇଛି ।

ଟୋକନ ଓ ଟ୍ୟାଗ ନାମରେ ଚାଷୀଙ୍କୁ ଅନ୍ଧକାରରେ ରଖି ମଧ୍ୟସ୍ଥି ମାନଙ୍କ ମାଧ୍ୟମରେ ପ୍ରଶାସନ ଧାନ କିଣୁ ଥିବାରୁ ଚାଷୀ ଧାନ ବିକ୍ରି କରିବାରେ ଶୋଷଣର ଶିକାର ହେଉଛନ୍ତି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ସେହିପରି ହଜାର ହଜାର ହେକ୍ଟର ଧାନ କ୍ଷେତରେ ଚାଷୀଙ୍କ ସୁନାର ଫସଲ ବର୍ଷା ପାଣିରେ ଭିଜି ନଷ୍ଟ ହୋଇଛି ଯାହା ପାଇଁ ସିଧାସଳଖ ସରକାରଙ୍କୁ ଦାୟୀ କରିବା ସହ ଜିଲ୍ଲା ପ୍ରଶାସନ ଚାଷୀଙ୍କ କ୍ଷୟକ୍ଷତିର ସଠିକ ଆକଳନ କରି ଇନପୁଟ ସହାୟତା ଓ ଫସଲ ବୀମାରେ ସହାୟତା ପ୍ରଦାନ କରିବାକୁ ଦାବି କରିଛି ଆମ ଆଦମୀ ପାର୍ଟି ।

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.