ବ୍ରିଜ ନିର୍ମାଣ ଦାବିରେ ଜଳ ସତ୍ୟାଗ୍ରହ

author img

By

Published : Oct 9, 2021, 8:11 PM IST

ବ୍ରିଜ ନିର୍ମାଣ ଦାବିରେ ବିଜେପିର ଜଳ ସତ୍ୟାଗ୍ରହ

ବରଗଡ଼ ଜିରାନଦୀରେ ନୂତନ ବ୍ରିଜ କାର୍ଯ୍ୟ ଦୀର୍ଘ ଦିନ ପରେ ମଧ୍ୟ ହୋଇନି ସମ୍ପୂର୍ଣ୍ଣ । ଏହା ବିରୋଧରେ ବିଜେପି ପାଣି ଭିତରେ ଜଳ ସତ୍ୟାଗ୍ରହ କରିଛି । ଅଧିକ ପଢନ୍ତୁ...

ବରଗଡ଼: ଜିଲ୍ଲାର ଟାଉନସ୍ଥିତ ଜିରାନଦୀର ପାଣି ଭିତରେ ଆଜି(ଶନିବାର) ବିଜେପି ଜଳ ସତ୍ୟାଗ୍ରହ ଆନ୍ଦୋଳନ କରିଛି । ସହରକୁ ଅମ୍ବାପାଲି ସହିତ ସଂଯୋଗ କରୁଥିବା ବହୁ ପୁରୁଣା ଇଂରେଜମାନଙ୍କ ଅମଳର ଜିରା ନଦୀ ବ୍ରିଜକୁ ଭଙ୍ଗା ଯାଇଥିବା ବେଳେ ନୂତନ ବ୍ରିଜ ନିର୍ମାଣ କାମକୁ ଦୀର୍ଘ ବର୍ଷ ହେଲାଣି ଏଯାଏ ସମ୍ପୂର୍ଣ୍ଣ ହୋଇପାରିନାହିଁ । ଯାହାଫଳରେ ଆଜି ବିଜେପି କର୍ମୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

ବ୍ରିଜ ନିର୍ମାଣ ଦାବିରେ ବିଜେପିର ଜଳ ସତ୍ୟାଗ୍ରହ

ଜୀରା ନଦୀର ପୁରୁଣା ବ୍ରିଜକୁ ଭଙ୍ଗାଯାଇ ନୂତନ ବ୍ରିଜ ନିର୍ମାଣକୁ ଦୀର୍ଘ ବର୍ଷ ହୋଇଯାଇଥିଲେ ସୁଦ୍ଧା ଆଜି ଯାଏଁ ଏହି ବ୍ରିଜର ନିର୍ମାଣ କାମ ଶେଷ ହୋଇନାହିଁ । ଏହା ବିରୋଧରେ ଆଜି ଜିଲ୍ଲା ବିଜେପି ଦଳ ପକ୍ଷରୁ ଆନ୍ଦୋଳନ କରାଯାଇଥିଲା । ବିଜେପି ଦଳର ଜିଲ୍ଲା ସଭାପତି ଅଶ୍ବିନୀ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ କରାଯାଇଥିବା ଏହି ଆନ୍ଦୋଳନକୁ ସ୍ଥାନୀୟ ଜନସାଧାରଣ ମଧ୍ୟ ସମର୍ଥନ କରିଥିଲେ । ବରଗଡ଼ ସହରରେ ରହିଥିବା ଇଂରେଜ ସମୟର ବହୁ ପୁରୁଣା ଲୁହାର ଜୀରା ବ୍ରିଜ ବିପଦ ସଙ୍କୁଳ ଅବସ୍ଥାରେ ରହିଥିଲା । ଯାହାକୁ ସମ୍ପୂର୍ଣ ରୂପେ ଭାଙ୍ଗି ଦିଆଯାଇ ଏକ ନୂତନ ବ୍ରିଜ ନିର୍ମାଣ ପାଇଁ କାର୍ଯ୍ୟ ଆରମ୍ଭ ହୋଇଥିଲା ।

ମାତ୍ର ଏହି ନୂତନ ବ୍ରିଜ ନିର୍ମାଣ କାମକୁ ଦୀର୍ଘ 4 ବର୍ଷ ହୋଇଯାଇଥିଲେ ସୁଦ୍ଧା ବ୍ରିଜ କାମ ସମ୍ପୂର୍ଣ ହୋଇପାରିନାହିଁ । ଯାହାଫଳରେ ଆମ୍ବାପାଳୀରୁ ବରଗଡକୁ ପାଠ ପଢିବାକୁ ଆସୁଥିବା ବହୁ ଛାତ୍ରଛାତ୍ରୀ ତଥା ଦୈନନ୍ଦିନ କାମ ପାଇଁ ଆସୁଥିବା ଲୋକେ ଦୀର୍ଘ 7 କିଲୋମିଟର ବୁଲିକି ଆସିବାକୁ ବାଧ୍ୟ ହେଉଛନ୍ତି । ଅନ୍ୟପଟେ ଏହି ନଦୀରେ ଅସ୍ଥାୟୀ ପୋଲ ନିମ୍ନ ଧରଣର ତିଆରି କରାଯାଉଥିବାରୁ ପ୍ରତି ବର୍ଷ ବର୍ଷା ପାଣିରେ ଏହି ଅସ୍ଥାୟୀ ପୋଲ ଧୋଇ ହୋଇଯାଇ ରାଜସ୍ବ ହାନି ହେବା ସହିତ ଲୋକେ ନାନା ହଇରାଣ ହେଉଛନ୍ତି ।

ତେବେ ସ୍ଥାନୀୟ ବୁଦ୍ଧିଜୀବୀ ତଥା ସମସ୍ତ ଦଳ ପକ୍ଷରୁ ବାରମ୍ବାର ଆନ୍ଦୋଳନ କରାଯାଇ ଏହାର ବିରୋଧରେ ସ୍ଵର ଉତ୍ତୋଳନ କରାଯାଉଥିଲେ ସୁଦ୍ଧା କୌଣସି ସୁଫଳ ମିଳୁନାହିଁ । ଏଥିଲାଗି ଆଜି ବିଜେପି ଦଳ ପକ୍ଷରୁ ଏକ ନିଆରା ଆନ୍ଦୋଳନର ପନ୍ଥା ଅବଲମ୍ବନ କରାଯାଇଥିଲା ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.