ETV Bharat / state

ବିଶ୍ବପ୍ରସିଦ୍ଧ ଧନୁଯାତ୍ରା ଉଦଘାଟିତ, 11ଦିନ ଧରି ଚାଲିବ କଂସ ମହାରାଜାଙ୍କ ରାଜୁତି

author img

By ETV Bharat Odisha Team

Published : Jan 15, 2024, 10:16 PM IST

Updated : Jan 15, 2024, 10:50 PM IST

Dhanu Yatra 2024
Dhanu Yatra 2024 inaugurated

Dhanu Yatra 2024 inaugurated: ବରଗଡ଼ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ଉଦଘାଟିତ । ଆସନ୍ତା 11 ଦିନ ପାଇଁ ବରଗଡ଼ରେ ଚାଲିବ ମହାରାଜା କଂସଙ୍କ ରାଜୁତି। ଅଧିକ ପଢନ୍ତୁ

ବିଶ୍ବପ୍ରସିଦ୍ଧ ଧନୁଯାତ୍ରା ଉଦଘାଟନ କଲେ ସାଂସଦ ସୁରେଶ ପୂଜାରି
ବିଶ୍ବପ୍ରସିଦ୍ଧ ଧନୁଯାତ୍ରା ଉଦଘାଟିତ, 11ଦିନ ଧରି ଚାଲିବ କଂସ ମହାରାଜାଙ୍କ ରାଜୁତି

ବରଗଡ଼: ଜିଲ୍ଲାର ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ଆଜି (ସୋମବାର) ଉଦଘାଟିତ ହୋଇଛି । ବରଗଡ ସାଂସଦ ସୁରେଶ ପୂଜାରି ଓ ବିଧାୟକ ଦେବେଶ ଆଚାର୍ଯ୍ୟ ଧନୁଯାତ୍ରାର ଶୁଭାରମ୍ଭ କରିଛନ୍ତି । ଆଜିଠୁ ଆସନ୍ତା 11 ଦିନ ପର୍ଯ୍ୟନ୍ତ ବରଗଡ଼ରେ ଚାଲିବ ମହାରାଜା କଂସଙ୍କ ରାଜୁତି । ଆଜିଠାରୁ ଆମ୍ବପାଲି ପାଲଟିଯାଇଛି ଗୋପପୁର ଏବଂ ଉଭୟ ବରଗଡ ଓ ଅମ୍ବାପାଳି ମଝିରେ ବହିଯାଇଥିବା ଜୀରା ନଦୀ ୧୧ ଦିନ ପାଇଁ ହୋଇଯାଇଛି ଯମୁନା ନଦୀ । ଉଦଘାଟନୀ ସମାରୋହରେ ଦର୍ଶକଙ୍କ ବ୍ୟାପକ ଭିଡ଼ ଜମିଥିବା ବେଳେ ସାରା ଜିଲ୍ଲାରେ ଖେଳିଯାଇଛି ଉତ୍ସବର ମାହୋଲ ।

ଆଜି ସନ୍ଧ୍ୟା 6ଟା ସମୟରେ ବରଗଡ ତଳିପଡା ସ୍ଥିତ ଦେବୀ ମା' ସମଲେଶ୍ବରୀଙ୍କ ମନ୍ଦିରରେ ପ୍ରଥମେ ଧନୁଯାତ୍ରା ମହୋତ୍ସବ କମିଟି ପକ୍ଷରୁ ପୂଜାର୍ଚ୍ଚନା କରାଯାଇ ଆଜ୍ଞାମାଳ ନିଆଯାଇଥିଲା ଓ ପରେ ଏକ ଶୋଭାଯାତ୍ରା ଜରିଆରେ ହାଟପଦା ଠାରେ ରହିଥିବା ମୁଖ୍ୟ ଦରବାରକୁ ସମସ୍ତେ ପହଞ୍ଚିଥିଲେ । ସନ୍ଧ୍ୟା ୭ ଟା 30 ମିନିଟରେ ଫିତା କାଟି ୭୫ ତମ ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରାର ଶୁଭାରମ୍ଭ କରିଥିଲେ ଅତିଥି ।

ଏହା ବି ପଢନ୍ତୁ- ଆଜି ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଉଦଘାଟନ, କଂସଙ୍କ କୋପରେ କମ୍ପିବ ମଥୁରାନଗରୀ

ବରଗଡବାସୀ ହେଉ ବା ବରଗଡକୁ ଆସୁଥିବା ସମସ୍ତ ଦର୍ଶକ ହେଉ ନା କାହିଁକି ସମସ୍ତେ ଅଜାଣତରେ ମଧ୍ୟ ହୋଇଯାନ୍ତି ୧୧ ଦିନର ଗୋଟେ ଗୋଟେ କଳାକାର । ଏହି ୧୧ ଦିନ ପାଇଁ ବରଗଡରେ ଜିଲ୍ଲା ପ୍ରଶାସନ ବା ଜିଲପାଳଙ୍କ ଶାସନ ନୁହେଁ ଏଠାରେ ଚାଲିବ ମହାରାଜ କଂସଙ୍କର ଶାସନ । ବରଗଡର ଏପରି ନିଆରା ଧନୁଯାତ୍ରା ମହୋତ୍ସବ ଦେଖିବାକୁ ଦୂରଦୁରାନ୍ତରୁ ଲୋକେ ଆସିଥାନ୍ତି ଓ ଉପଭୋଗ କରିଥାନ୍ତି ।

ଏହା ବି ପଢନ୍ତୁ- ୧୫ରୁ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା; ବସିବ କଂସ ମହାରାଜାଙ୍କ ଦରବାର, ନିର୍ଦ୍ଦେଶ ମାନିବେ ପ୍ରଜାଗଣ

ଅନ୍ୟପଟେ ମୀନାବଜାର ଓ ବିଭିନ୍ନ ପ୍ରଦର୍ଶନୀରେ କ୍ରୟ ବିକ୍ରୟ ପାଇଁଦୂର ଦୁରାନ୍ତରୁ ଲୋକେ ଆସିଥାନ୍ତି । ଯାହା ଫଳରେ ଧନୁଯାତ୍ରା ବ୍ୟାପାରର ଏକ ପେଣ୍ଠ ସ୍ଥଳୀ ମଧ୍ୟ ପାଲଟିଯାଏ ବରଗଡ଼ ଜିଲ୍ଲା । ଆଜିର ଉଦଘାଟନୀ ଦିବସରେ ରାଜକୀୟ ଆଡମ୍ବର ସହ ଦେବକୀ ଓ ବାସୁଦେବଙ୍କ ବିବାହ, ଦୈବବାଣୀ, ମହାରାଜ ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି କଂସର ସିଂହାସନ ଆରୋହଣ ସହିତ ଦେବକୀ ବାସୁଦେବଙ୍କୁ ବନ୍ଦୀ କରି କାରାଗାର ପ୍ରେରଣ ଆଦି କାର୍ଯ୍ୟକ୍ରମ ରହିଛି । ତେବେ ଧନୁଯାତ୍ରାର ମୁଖ୍ୟ ଆକର୍ଷଣ ମହାରାଜ କଂସ ହୋଇଥିବା ବେଳେ ଗତ ବର୍ଷ ବିଶ୍ବ ଦରବାରରେ କଂସ ଅଭିନୟ କରିଥିବା ହୃଷୀକେଶ ଭୋଇଙ୍କ ସହ ସମସ୍ତ ମନ୍ତ୍ରୀ, ମହାମନ୍ତ୍ରୀ, ପରିଷଦ ବର୍ଗଙ୍କୁ ନେଇ ଅଭ୍ୟାସ ଆଖଡା ହୋଇଥିଲା । ନାଟ୍ୟ ଗୁରୁ ଶ୍ରୀଅଶୋକ ବେହେରାଙ୍କ ନିର୍ଦ୍ଦେଶନା କ୍ରମେ ସମସ୍ତ କଳାକାର ନିଜ ନିଜର ଅଭିନୟ ଅଭ୍ୟାସ କରିଥିଲେ ।

ଇଟିଭି ଭାରତ, ବରଗଡ଼

Last Updated :Jan 15, 2024, 10:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.