ETV Bharat / state

ବରଗଡ ସାଂସଦ ସୁରେଶ ପୂଜାରୀ ଅସୁସ୍ଥ, ଦିଲ୍ଲୀ ଏମ୍ସରେ ଚାଲିଛି ଚିକିତ୍ସା

author img

By

Published : Aug 14, 2023, 8:46 PM IST

ବରଗଡ ସାଂସଦ ସୁରେଶ ପୂଜାରୀ ଅସୁସ୍ଥ
ବରଗଡ ସାଂସଦ ସୁରେଶ ପୂଜାରୀ ଅସୁସ୍ଥ

ମିଳିଥିବା ଖବର ଅନୁସାରେ ଗୋଟିଏ ମାସ ତଳେ ସାଂସଦ ପୂଜାରୀଙ୍କ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ସମୟରେ ତାଙ୍କ ଧମନୀରେ ବ୍ଲକେଜ ଥିବା ଜଣାପଡିଥିଲା । ସେତେବେଳେ ଡାକ୍ତର ତାଙ୍କୁ କିଛି ଦିନର ଔଷଧ ଦେଇଥିଲେ ସୁସ୍ଥତା ପାଇଁ । ଏବେ ପୁଣି ଥରେ ଗୋଟିଏ ମାସ ପରେ ସାଂସଦ ପୁଜାରୀ ଏମସ ହସ୍ପିଟାଲକୁ ଯାଇ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ । ଅଧିକ ପଢନ୍ତୁ

ବରଗଡ: ଦିଲ୍ଲୀ ଏମ୍ସ ହସ୍ପିଟାଲରେ ଭର୍ତ୍ତି ହେଲେ ବରଗଡ ସାଂସଦ ସୁରେଶ ପୂଜାରୀ । ଦିଲ୍ଲୀ ଏମସ ହସ୍ପିଟାଲର ହୃଦରୋଗ ( Cardiology ) ବିଭାଗରେ ସେ ଆଜି ଭର୍ତ୍ତି ହୋଇଥିବା ଜଣାପଡିଛି । ସାଂସଦ ସୁରେଶ ପୂଜାରୀଙ୍କର ଉଚ୍ଚ ରକ୍ତଚାପ (High BP )ଏବଂ ମଧୁମେହ ରୋଗ (Diabetic ) ରହିଥିବା ବେଳେ ସେ ଦିଲ୍ଲୀ ଏମ୍ସ ହସ୍ପିଟାଲରେ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା କରିଥାନ୍ତି ।

ଏହାବି ପଢନ୍ତୁ- Lok Sabha: ସମ୍ବଲପୁର ବାର ସସପେଣ୍ଡ ପ୍ରସଙ୍ଗ, ଆଇନ ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ ସାଂସଦ ସୁରେଶ ପୂଜାରୀ

ମିଳିଥିବା ଖବର ଅନୁସାରେ ଗୋଟିଏ ମାସ ତଳେ ସାଂସଦ ପୂଜାରୀଙ୍କ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ସମୟରେ ତାଙ୍କ ଧମନୀରେ ବ୍ଲକେଜ ଥିବା ଜଣାପଡିଥିଲା । ସେତେବେଳେ ଡାକ୍ତର ତାଙ୍କୁ କିଛି ଦିନର ଔଷଧ ଦେଇଥିଲେ ସୁସ୍ଥତା ପାଇଁ । ଏବେ ପୁଣି ଥରେ ଗୋଟିଏ ମାସ ପରେ ସାଂସଦ ପୁଜାରୀ ଏମସ ହସ୍ପିଟାଲକୁ ଯାଇ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କର ପରୀକ୍ଷା ନିରୀକ୍ଷା କରିବା ପରେ ଶରୀରରେ 4 ଗୋଟି ବ୍ଲକେଜ ରହିଥିବା ଜଣାପଡିଥିଲା । ସାଂସଦଙ୍କ ରିପୋର୍ଟ ଦେଖିବା ପରେ ଆଜି ତାଙ୍କୁ ହସ୍ପିଟାଳରେ ଭର୍ତ୍ତି ହେବାକୁ ପରାମର୍ଶ ଦେଇଥିଲେ । ଡାକ୍ତରଙ୍କ ପରାମର୍ଶକ୍ରମେ ସାଂସଦ ପୂଜାରୀ ଆଜି ସକାଳେ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ତାଙ୍କର 4 ଗୋଟି ଷ୍ଟେଣ୍ଟ ( stent ) ଲଗାଯାଇଥିବା ସୂଚନା ରହିଛି । ଧମନୀରେ ବ୍ଲକେଜ ଥିବା 4 ଗୋଟି ସ୍ଥାନରେ ଷ୍ଟେଣ୍ଟ ( stent ) ଲଗାଇବା ପରେ ବର୍ତମାନ ସାଂସଦ ପୁଜାରୀ ସୁସ୍ଥ ଥିବାଜଣାପଡିଛି । ତେବେ ଡାକ୍ତର ତାଙ୍କୁ କିଛି ଦିନର ବିଶ୍ରାମ ନେବାକୁ ପରାମର୍ଶ ଦେଇଥିବା ତାଙ୍କ ପ୍ରତିନିଧି ସୂଚନା ଦେଇଛନ୍ତି ।

ସାଂସଦ ପୂଜାରୀ ଆଜି ସକାଳେ ହସ୍ପିଟାଲରେ ଭର୍ତ୍ତି ହେବାପରେ ତାଙ୍କର 4 ଟି ଷ୍ଟେଣ୍ଟ ଲଗାଯାଇଥିବା ସୂଚନା ରହିଛି | ଧମନୀରେ ବ୍ଲକେଜ ଥିବା 4ଟି ସ୍ଥାନରେ ଷ୍ଟେଣ୍ଟ ଲଗାଇବା ପରେ ବର୍ତମାନ ପୂଜାରୀ ସୁସ୍ଥ ଥିବା ଜଣାପଡିଛି | ତେବେ ଗୋଟେ ମାସ ତଳେ ତାଙ୍କର ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ସମୟରେ ତାଙ୍କ ଧମନୀରେ ବ୍ଲକେଜ ରହିଥିବା ଜଣାପଡିଥିଲା ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.