ETV Bharat / state

କୋରୋନା ଯୋଦ୍ଧା ଭାବେ ବରଗଡରେ ନିଯୁକ୍ତ ହେଲେ ୯ ଜଣ ଆୟୁଷ ଡାକ୍ତର

author img

By

Published : May 18, 2020, 7:37 PM IST

Updated : May 18, 2020, 11:40 PM IST

9 ayush doctors were appointed in Bargarh
କୋରୋନା ଯୋଦ୍ଧା ଭାବେ ବରଗଡରେ ନିଯୁକ୍ତ ହେଲେ ୯ ଜଣ ଆୟୁଷ ଡାକ୍ତର

ବରଗଡ ଜିଲ୍ଲାରେ ସୋମବାର ୯ ଜଣ ଆୟୁଷ ଡାକ୍ତର ଯୋଗଦାନ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣ ମହିଳା ଡାକ୍ତର ଅଛନ୍ତି । ବରଗଡ, ଅତାବିରା, ପଦ୍ମପୁର, ପାଇକମାଳ ଓ ଝାରବନ୍ଦ ବ୍ଲକର ନୂତନ ଯୁବ ଡାକ୍ତରଙ୍କୁ କୋରୋନାର ଆଗଧାଡ଼ିର ଯୋଦ୍ଧା ଭାବରେ ନିଯୁକ୍ତି ଦିଆଯାଇଛି ।

ବରଗଡ: ଗୋଟିଏ ପଟେ ରାଜ୍ୟବାସୀ କୋରୋନାକୁ ନେଇ ଆତଙ୍କିତ ଥିବା ବେଳେ ଅନ୍ୟପଟେ ରାଜ୍ୟରେ ସଂକ୍ରମିତଙ୍କ ଚିକିତ୍ସା ପାଇଁ ଡାକ୍ତରଙ୍କ ଅଭାବ ରହିଛି । ଏପରି ସମୟରେ ରାଜ୍ୟ ସରକାର ଆୟୁଷ ଡାକ୍ତରଙ୍କୁ ନିଯୁକ୍ତି ଦେଇ କୋରୋନା ମହାମାରୀ ସହିତ ଯୋଦ୍ଧା ଭାବରେ ଲଢେଇ କରିବାକୁ ସୁଯୋଗ ଦେଇଛନ୍ତି ବହୁ ଯୁବ ଡାକ୍ତରଙ୍କୁ । ଯାହାକୁ ନେଇ ଯୁବ ଡାକ୍ତର ମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।

କୋରୋନା ଯୋଦ୍ଧା ଭାବେ ବରଗଡରେ ନିଯୁକ୍ତ ହେଲେ ୯ ଜଣ ଆୟୁଷ ଡାକ୍ତର

ଏହି କ୍ରମରେ ବରଗଡ ଜିଲ୍ଲାରେ ସୋମବାର ୯ ଜଣ ଆୟୁଷ ଡାକ୍ତର ଯୋଗଦାନ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣ ମହିଳା ଡାକ୍ତର ଅଛନ୍ତି । ବରଗଡ, ଅତାବିରା, ପଦ୍ମପୁର, ପାଇକମାଳ ଓ ଝାରବନ୍ଦ ବ୍ଲକର ନୂତନ ଯୁବ ଡାକ୍ତରଙ୍କୁ କୋରୋନାର ଆଗଧାଡ଼ିର ଯୋଦ୍ଧା ଭାବରେ ନିଯୁକ୍ତି ଦିଆଯାଇଛି । କୋରୋନା ଯୋଦ୍ଧା ଭାବରେ ଲୋକଙ୍କ ସେବାରେ ସାମିଲ ହୋଇଥିବାରୁ ନିଜକୁ ଗର୍ବିତ ମନେ କରୁଥିବା କୁହନ୍ତି ଯୁବ ଡାକ୍ତର ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Last Updated :May 18, 2020, 11:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.