ETV Bharat / state

ଟ୍ରାଫିକ ନିୟମକୁ ଫୁ କରି ରିଲ୍ସ କରୁଥିଲେ ଯୁବକ, ଭିଡିଓ ଭାଇରାଲ ପରେ ଗଣିଲେ ତଣ୍ଡ

author img

By ETV Bharat Odisha Team

Published : Sep 15, 2023, 7:45 AM IST

ରିଲ କରିବା ନିଶାରେ ଭୁଲିଗଲେ ଟ୍ରାଫିକ ନିୟମ । ଜନଗହଳିପୂର୍ଣ୍ଣ ରାସ୍ତାରେ ବିପଜ୍ଜନକ ଭାବେ ବାଇକ ଚଲାଇବାର ଭିଡିଓ ଭାଇରାଲ ପରେ ତଣ୍ଡ ଗଣିଲେ ବାଇକ ଚାଳକ । ଅଧିକ ପଢନ୍ତୁ

ରିଲ କରିବା ନିଶାରେ ଭୁଲିଗଲେ ଟ୍ରାଫିକ ନିୟମ
ରିଲ କରିବା ନିଶାରେ ଭୁଲିଗଲେ ଟ୍ରାଫିକ ନିୟମ

ରିଲ କରିବା ନିଶାରେ ଭୁଲିଗଲେ ଟ୍ରାଫିକ ନିୟମ

ବାଲେଶ୍ବର: ଯୁବପିଢିଙ୍କ ମଧ୍ୟରେ ବଢିବାରେ ଲାଗିଛି ରିଲ କରିବାର ନିଶା । ସୋସିଆଲ ମିଡ଼ିଆରେ ନୂଆ କିଛି ଦେଖାଇ ଅଧିକ ଭିୟୁର୍ସ ତଥା ଲାଇକ ପାଇଁ ଏବେ ଯୁବଗୋଷ୍ଠୀ ଅନେକ ବିପଦକୁ ନିମନ୍ତ୍ରଣ ଦେଉଥିବା ଦେଖିବାକୁ ମିଳୁଛି । ସେମିତି ଏକ ଘଟଣା ବାଲେଶ୍ଵର ସହରର ସହଦେଵଖୁଣ୍ଟା ଅଞ୍ଚଳରେ ଦେଖିବାକୁ ମିଳିଛି । ସହରର ବସଷ୍ଟାଣ୍ଡ ନିକଟରୁ ରେମୁଣା ଗୋଲେଇ ଆଡକୁ ଯାଇଥିବା ରାସ୍ତାରେ ଦୁଇଜଣ ଯୁବକ ବିନା ହେଲମେଟରେ ବାଇକ ଚଲାଉଥିବା ବେଳେ ପଛପଟେ ଜଣେ ଯୁବକ ବାଇକକୁ ଧରି ସ୍କେଟିଂ କରୁଥିବାର ଭିଡିଓ ଭାଇରାଲ ହୋଇଛି । ଏହା ପରେ ଫାଇନ ଗଣିଛନ୍ତି ଯୁବକ ।



ସୋସିଆଲ ମିଡିଆ ସାଇଟରେ ପପୁଲାର ହେବା ପାଇଁ ଯୁବପିଢିଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ହେଲେ ଏହି ଉତ୍ସାହ ବେଳେ ବେଳେ ତାଙ୍କ ପାଇଁ ଘାତକ ସାଜୁଛି । ରିଲ୍ସ କରିବା ନିଶାରେ ଯୁବପିଢିଙ୍କ ଜୀବନ ଯାଉଛି ତ ଆଉ କେତେ ବେଳେ ଯୁବପିଢି ଅନ୍ୟର ଜୀବନକୁ ବାଜିରେ ଲଗାଇ ଦେଉଛନ୍ତି । ସୋସିଆଲ ମିଡ଼ିଆରେ ନୂଆ କିଛି ଦେଖାଇ ଅଧିକ ଭିୟୁର୍ସ ତଥା ଲାଇକ ପାଇଁ ଯୁବଗୋଷ୍ଠୀ ବିପଦକୁ ନିମନ୍ତ୍ରଣ ଦେଉଥିବା ଦେଖିବାକୁ ମିଳୁଛି । ଏହି ଯୁବକ ବିନା ହେଲମେଟରେ ବାଇକ ଚଲାଉଥିବା ବେଳେ ପଛପଟେ ଜଣେ ଯୁବକ ବାଇକକୁ ଧରି ସ୍କେଟିଂ କରୁଥିବାର ଭିଡିଓ ଭାଇରାଲ ହୋଇଥିଲା । ଭିଡିଓ ଭାଇରାଲ ହେବା ପରେ ଟ୍ରାଫିକ ଥାନା ପକ୍ଷରୁ ମାଟିଆଳି ଅଞ୍ଚଳର ବାଇକକୁ ବିଭିନ୍ନ ମୋଟର ଭେଇକିଲ ଧାରା 177,179(1)ଏବଂ 194(ଡ଼ି )ନିୟମ ଅନୁଯାୟୀ ଯଥାକ୍ରମେ 500ଟଙ୍କା, 2000ଟଙ୍କା ଓ 1,000 ଟଙ୍କା କରି ସମୁଦାୟ 3500 ଟଙ୍କାର ଚାଲାଣ କାଟିଥିବା ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ..Watch: ବିଦ୍ୟାଳୟରେ ଠୁମକା ମାରିଲେ ଶିକ୍ଷୟିତ୍ରୀ, ଭିଡିଓ ବନାଇଲେ ଛାତ୍ର

ଭିଡିଓରେ ଯାହା ଦେଖିବାକୁ ମିଳେ, ଗୋଟିଏ ବାଇକକୁ ଯୁବକ ଜଣେ ଚଳାଉଥିବା ବେଳେ ଅନ୍ୟ ଜଣେ ନାବାଳକ ପଛରେ ବସି ମୋବାଇଲ ଫୋନରେ ଭିଡିଓ କରୁଥିଲେ । ଅନ୍ୟ ଜଣେ ଯୁବକ ଏକ ସ୍କେଟିଙ୍ଗ ରୋଲରରେ ରାସ୍ତା ଉପରେ ଅତି ଦ୍ରୁତ ଗତିରେ ଯାଉଛନ୍ତି । କେତେବେଳେ ସେ ବାଇକର ପଛକୁ ଧରୁଛନ୍ତି ତ କେତେବେଳେ ରୋଲରର ଗତି ବୃଦ୍ଧି ପାଉଥିବାରୁ ବାଇକରୁ ହାତ ବାହାର କରି ନିଜେ ରାସ୍ତାରେ ଅଗ୍ରସର ହେଉଛନ୍ତି । ଉକ୍ତ ରାସ୍ତାରେ ପ୍ରତି ମିନିଟରେ ଶତାଧିକ ଭାରି ଯାନ ଯାତାୟାତ କରିଥାଏ । ରୋଲର ବା ସ୍କେଟିଂ ଯଦି ଆବୁଡ଼ା ଖାବୁଡ଼ା ରାସ୍ତାରେ ଓଲଟି ପଡିବ ତେବେ ଏକ ବଡ଼ ଦୁର୍ଘଟଣା ଆଶଙ୍କା ରହିଥିଲା । ଏହାକୁ ଆଖିରେ ରଖି ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.