ETV Bharat / state

ଭୂମିହୀନଙ୍କୁ ମିଳୁନି ପଟ୍ଟା, ଜିଲ୍ଲାପାଳ ଅଫିସ ଆଗରେ ବିକ୍ଷୋଭ

author img

By

Published : Jul 27, 2022, 10:53 PM IST

ବସ୍ତିବାସିନ୍ଦା ଓ ଭୂମିହୀନମାନଙ୍କୁ ବାସ ଉପଯୋଗୀ ସରକାରୀ ଜମି ଯୋଗାଇବା ପାଇଁ ଦାବି । ଏନେଇ ଅନେକ ଥର ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନି । ଅଧିକ ପଢ଼ନ୍ତୁ

ଭୂମିହୀନଙ୍କୁ ମିଳୁନି ପଟ୍ଟା, ଜିଲ୍ଲାପାଳ ଅଫିସ ଆଗରେ ବିକ୍ଷୋଭ
ଭୂମିହୀନଙ୍କୁ ମିଳୁନି ପଟ୍ଟା, ଜିଲ୍ଲାପାଳ ଅଫିସ ଆଗରେ ବିକ୍ଷୋଭ

ବାଲେଶ୍ଵର : ବାଲେଶ୍ଵରରେ ବସ୍ତିବାସିନ୍ଦା ଓ ଭୂମିହୀନମାନଙ୍କୁ ବାସ ଉପଯୋଗୀ ସରକାରୀ ଜମି ଯୋଗାଇବା ଦାବି ନେଇ ପ୍ରତିବାଦ । ଏନେଇ ଜାଗ୍ରତ ନାରୀ ସଙ୍ଗଠନ ପକ୍ଷରୁ ଏକ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ପ୍ରତିବାଦ କରାଯାଇଥିଲା । ମାଫିଆ ମାନେ ସରକାରୀ ଅଧିକାରୀଙ୍କୁ ହାତ କରି ସରକାରଙ୍କ ଜମି ହଡ଼ପ କରୁଥିବା ବେଳେ ନିରୀହ ଭୂମିହୀନ ଲୋକଙ୍କୁ ଅବହେଳା କରାଯାଉଥିବା ନେଇ ଅଭିଯୋଗ ହୋଇଛି ।

ଭୂମିହୀନଙ୍କୁ ମିଳୁନି ପଟ୍ଟା, ଜିଲ୍ଲାପାଳ ଅଫିସ ଆଗରେ ବିକ୍ଷୋଭ

ଏହି ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ପ୍ରଥମ ଦଫାରେ କିଛି ଭୂମିହୀନଙ୍କୁ ସରକାରୀ ଜମି ଯୋଗାଇଥିବା ବେଳେ ପରେ ଭୂମିହୀନଙ୍କୁ ଅଣଦେଖା କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ଜିଲ୍ଲାପାଳ ଓ ବିଭାଗୀୟ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରେରଣ କରାଯାଇଛି । ତେଣୁ ଆଗାମୀ ଦିନରେ ଭୂମିହୀନଙ୍କୁ ବାସ ଉପଯୋଗୀ ସରକାରୀ ଜମି ଯୋଗାଇ ଦିଆନଗଲେ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି କୁହାଯାଇଛି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.