ETV Bharat / state

ତେଜୁଛି ନାବାଳକ ମୃତ୍ୟୁ ଘଟଣା, ବାଲିଆପାଳରେ ପୁଣି ରାସ୍ତାରୋକ

author img

By

Published : Jul 27, 2019, 11:03 AM IST

ପୁଣି ବାଲିଆପାଳରେ ରାସ୍ତାରୋକ । ନାବାଳକର ସନ୍ଦେହଜନକ ମୃତ୍ୟୁକୁ ନେଇ ପରିବାର ତଥା ଗ୍ରାମବାସୀଙ୍କ ପକ୍ଷରୁ ତୀବ୍ର ବିରୋଧ କରାଯିବା ସହ କମର୍ଦ୍ଦା ବାଲିଆପାଳ ରାସ୍ତା ଅବରୋଧ କରିଛନ୍ତି ଶତାଧିକ ଲୋକ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ବାଲିଆପାଳରେ ଥମିବାରେ ନାଁ ନେଉନି ଉତ୍ତେଜନା । ଗତକାଲିଠାରୁ ଲୋକଙ୍କ ମଧ୍ୟରେ ଥିବା ଅସନ୍ତୋଷ ତିଳେ ମାତ୍ର ବି କମିନାହିଁ । ଯାହାକୁ ନେଇ ପୁଣିଥିରେ ସ୍ଥାନୀୟ ଲୋକେ ବାଲିଆପାଳରେ ରାସ୍ତାରୋକ କରିଛନ୍ତି । ନାବାଳକର ସନ୍ଦେହଜନକ ମୃତ୍ୟୁକୁ ନେଇ ପରିବାର ତଥା ଗ୍ରାମବାସୀଙ୍କ ପକ୍ଷରୁ ତୀବ୍ର ବିରୋଧ କରାଯିବା ସହ କମର୍ଦ୍ଦା ବାଲିଆପାଳ ରାସ୍ତା ଅବରୋଧ କରିଛନ୍ତି ଶତାଧିକ ଲୋକ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ସୂଚନା ମୁତାବକ ଭୋଗରାଇ ବ୍ଲକ କମର୍ଦ୍ଦା ଥାନା ଅଧିନସ୍ଥ ଉଳୁଡା ଗ୍ରାମର ଦେବେନ୍ଦ୍ର ଦଳାଇଙ୍କ ପୁଅ ବିଜୟ(୧୭) ବାଲିଆପାଳସ୍ଥିତ ଏକ ହୋଟେଲ ଢାବାରେ ଦେଢ ବର୍ଷ ହେଲା କାମ କରୁଥିଲେ । ଗତକାଲି ତାଙ୍କର ସନ୍ଦେହଜନକ ମୃତ୍ୟୁ ଘଟଣାରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା । ସନ୍ଧ୍ୟା ହେବାରୁ ଆଜି ସକାଳେ ଶବ ବ୍ୟବଚ୍ଛେଦ ହେବ ବୋଲି ପରିବାର ଲୋକଙ୍କୁ କୁହାଯାଇଥିଲା । ମାତ୍ର ଆଜି ସକାଳେ ହଠାତ୍ ପରିବାର ଲୋକଙ୍କ ଅନୁପସ୍ଥିତିରେ ଶବକୁ ବ୍ୟବଚ୍ଛେଦ କରି ମୃତକଙ୍କ ଘରକୁ ପଠାଇ ଦିଆଯାଇଥିଲା ।

ଏହାକୁ ନେଇ ଗାଁରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲାବେଳେ ଉତ୍ୟକ୍ତ ଲୋକେ ଟାୟାର ଜାଳି କମର୍ଦ୍ଦା ବାଲିଆପାଳ ରାସ୍ତାର ଉଳୁଡା ଠାରେ ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି । ଏପରିକି ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡିବା ସହିତ ଶବ ବ୍ୟବଚ୍ଛେଦ ସମୟର ଭିଡିଓ ଦାବି କରିଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲିଆପାଳରେ ଉତ୍ତେଜନା ଥମିବାରେ ନାଁ ନେଉନି। ଗତକାଲିଠାରୁ ଲୋକଙ୍କ ମଧ୍ୟରେ ଥିବା ଅସନ୍ତୋଷ କମିବାର ଜଣାପଡୁନି। ବାଲିଆପାଳରେ ସନ୍ଦେହ ଜନକ ମୃତ୍ୟୁ ଘଟଣାରେ ପରିବାର ଲୋକଙ୍କ ଅନୁପସ୍ଥିତିରେ ଶବକୁ ବ୍ଯବେଚ୍ଛଦ କରି ମୃତକଙ୍କ ଘରକୁ ପଠାଇବାକୁ ନେଇ ଗାଁରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି । ପରିବାର ତଥା ଗ୍ରାମବାସୀଙ୍କ ପକ୍ଷରୁ ଏହାକୁ ତୀବ୍ର ବିରୋଧ କରାଯିବା ସହ କମର୍ଦ୍ଦା ବାଲିଆପାଳ ରାସ୍ତା ଅବରୋଧ କଲେ ଶତାଧିକ ଲୋକ।

ସୂଚନା ମୁତାବକ ଭୋଗରାଇ ବ୍ଲକ କମର୍ଦ୍ଦା ଥାନା ଅଧିନସ୍ଥ ଉଳୁଡା ଗ୍ରାମର ଦେବେନ୍ଦ୍ର ଦଳାଇଙ୍କ ପୁଅ ବିଜୟ(୧୭) ବାଲିଆପାଳସ୍ଥିତ ଏକ ହୋଟେଲ ଢାବାରେ ଦେଢ ବର୍ଷ ହେଲା କାମ କରୁଥିଲେ । ଗତକାଲି ତାଙ୍କର ସନ୍ଦେହ ଜନକ ମୃତ୍ୟୁ ଘଟଣାରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା । ସନ୍ଧ୍ୟା ହେବାରୁ ଆଜି ସକାଳେ ଶବ ବ୍ଯବେଚ୍ଛଦ ହେବ ବୋଲି ପରିବାର ଲୋକଙ୍କୁ କୁହାଯାଇଥିଲା । ମାତ୍ର ଆଜି ସକାଳେ ହଠାତ୍ ପରିବାର ଲୋକଙ୍କ ଅନୁପସ୍ଥିତିରେ ଶବକୁ ବ୍ଯବେଚ୍ଛଦ କରି ମୃତକଙ୍କ ଘରକୁ ପଠାଇ ଦିଆଯାଇଥିଲା । ଏହାକୁ ନେଇ ଗାଁରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା ବେଳେ ଉତ୍ଯକ୍ତ ଲୋକେ ଟାୟାର ଜାଳି କମର୍ଦ୍ଦା ବାଲିଆପାଳ ରାସ୍ତାର ଉଳୁଡା ଠାରେ ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି । ଏପରିକି ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡିବା ସହିତ ଶବ ବ୍ଯବେଚ୍ଛଦ ସମୟର ଭିଡିଓ ଦାବି କରିଛନ୍ତି । Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.