ETV Bharat / state

ନାବାଳିକା ଉପରେ ଚଢିଗଲା ଟ୍ରକ, ଘଟଣାସ୍ଥଳରେ ଉତ୍ତେଜନା

author img

By

Published : Oct 30, 2019, 3:58 PM IST

ବାଲେଶ୍ଵର ବସ୍ତା ଥାନା ଅଧିନ ଇନ୍ଦିରା ଛକରେ ଦୁର୍ଘଟଣା । ଟ୍ରକ ମାଡି ଯିବାରୁ ନାବାଳିକା ମୃତ । ଯାହାକୁ ନେଇ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଥିଲା ।

ଖୁସି ଉପରେ ମାଡିଗଲା ଡମ୍ଫର

ବାଲେଶ୍ଵର: ସଡକ ଦୁର୍ଘଟଣାରେ ନାବାଳିକାର ମୃତ୍ୟୁ ଅଭିଯୋଗ । ବାଲେଶ୍ଵର ବସ୍ତା ଥାନା ଅଧିନ ଇନ୍ଦିରା ଛକ ଠାରେ ଏହି ଦୁର୍ଘଟଣା ଘଟିଛି । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚାପା ଉତ୍ତେଜନା ଦେଖାଦେଇଛି ।

ଖୁସି ଉପରେ ମାଡିଗଲା ଡମ୍ଫର,ଘଟଣାସ୍ଥଲରେ ଉତ୍ତେଜନା

ସୂଚନା ଅନୁସାରେ, ବୁଧବାର ସକାଳେ ବସ୍ତା ବ୍ଲକ ବାଗଲଡିହା ଗ୍ରାମର ବିପ୍ଳବ ଗାଆଣଙ୍କ ୫ବର୍ଷର ଝିଅ ଖୁସି ଜଳେଶ୍ଵର ବ୍ଲକ ସୁଗ ଗ୍ରାମର ମାମୁଁଘରୁ ନିଜ ମାଙ୍କ ସହ ଫେରୁଥିବା ସମୟରେ ଇନ୍ଦିରା ଛକରେ ଗାଡିରୁ ଓହ୍ଲାଇଥିଲେ । ରାଜପଥରୁ ୩୦ଫୁଟ ତଳକୁ ଓହ୍ଲାଇ ଘରକୁ ଯିବା ସମୟରେ ଖୁସିର ଗୋଡ଼ ଖସି ଯିବାରୁ ସେ ରାସ୍ତା ଉପରେ ପଡିଯାଇଥିଲେ ।

ଏହି ସମୟରେ ସେହି ରାସ୍ତା ଦେଇ ଯାଉଥିବା ଏକ ଟ୍ରକ ଖୁସି ଉପରେ ଚଢ଼ି ଯାଇଥିଲା । ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ବସ୍ତା ଡ଼ାକ୍ତରଖାନାକୁ ନେଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଦୁର୍ଘଟଣାକୁ କେନ୍ଦ୍ର କରି ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି ।

ମୃତ ନାବାଳିକା ପରିବାରକୁ କ୍ଷତିପୂରଣ ଦାବିରେ 60ନମ୍ବର ଜାତୀୟ ରାଜପଥ ଇନ୍ଦିରା ଛକ ନିକଟରେ ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି ।

ବାଲେଶ୍ବରରୁ ଜୀବନଜ୍ୟୋସି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଅଧିନ ଇନ୍ଦିରା ଛକ ଠାରେ ଏକ ମର୍ମନ୍ତୁଦ ଦୃଘଟଣା ଘଟିଯାଇଛି। ଯେଉଁଥିରେ ଚାଲିଯାଇଛି ଜଣେ ନିରୀହ ନାବାଳିକାର ଜୀବନ। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା।

ଆଜି ସକାଳେ ବସ୍ତା ବ୍ଲକ ବାଗଲଡିହା ଗ୍ରାମର ବିପ୍ଳବ ଗାଆଣ ଙ୍କ ୫ବର୍ଷର ଝିଅ ଖୁସି ଜଳେଶ୍ଵର ବ୍ଲକ ସୁଗ ଗ୍ରାମର ମାମୁଁ ଘରୁ ମାଆ ସହିତ ବସ ଯୋଗେ ଆସି ଇନ୍ଦିରା ଛକରେ ଓହ୍ଲାଇଥିଲେ। ରାଜପଥରୁ ୩୦ଫୁଟ ତଳକୁ ଓହ୍ଲେଇ ଘରକୁ ଯିବାକୁ ପଡ଼ୁଥିବାରୁ ଓହ୍ଲେଇବା ବେଳେ ନାବାଳିକା ଟିର ଗୋଡ଼ ଖସିଯାଇଥିଲା। ଫଳରେ ସେ ସିଧା ଆସି ତଳ ରାସ୍ତାରେ ପଡିଥିଲା। ସେହିବାଟ ଦେଇ ଯାଉଥିବା ଏକ ଡ଼ମ୍ପର ଖୁସି ଉପରେ ଚଢ଼ି ଯାଇଥିଲା। ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ବସ୍ତା ଡ଼ାକ୍ତରଖାନାକୁ ନେଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଏହି ଦୁର୍ଘଟଣା କୁ କେନ୍ଦ୍ର କରି ଘଟଣା ସ୍ଥଳରେ କିଛି ସମୟ ଉତ୍ତେଜନା ପ୍ରକାଶ ପାଇଥିଲା। ମୃତ ନାବାଳିକା ର ପରିବାରକୁ କ୍ଷତିପୂରଣ ଦାବି ରେ 60 ନମ୍ବର ଜାତୀୟ ରାଜପଥ ଇନ୍ଦିରା ଛକ ନିକଟରେ ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି। Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.