ETV Bharat / state

ସୋର ପୋଲିସକୁ ସଫଳତା, 9 ଜଣିଆ ଲୁଟେରା ଗ୍ୟାଙ୍ଗ ଗିରଫ

author img

By

Published : Jul 9, 2023, 8:12 AM IST

police arrested lootera gang
ଲୁଟେରା ଗ୍ୟାଙ୍ଗ ଗିରଫ

ଜାତୀୟ ରାଜପଥରେ ଲୋକଙ୍କୁ ମାରଣାସ୍ତ୍ର ଦେଖାଇ ଧମକାଇ ଲୁଟପାଟ ଚଳାଇଥିବା 9 ଜଣିଆ ଲୁଟେରା ଗ୍ୟାଙ୍ଗ ବାଲେଶ୍ବର ଜିଲ୍ଲା ସୋର ପୋଲିସ ପଞ୍ଝାରେ ପଡିଛନ୍ତି । ଅଧିକ ପଢନ୍ତୁ

ଲୁଟେରା ଗ୍ୟାଙ୍ଗ ଗିରଫ

ବାଲେଶ୍ଵର: ଜିଲ୍ଲା ସୋର ପୋଲିସ 9 ଜଣିଆ ଆନ୍ତଃଜିଲ୍ଲା ରାଜପଥ ଲୁଟେରା ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି । ସେମାନଙ୍କ ନିକଟରୁ ଗୋଟିଏ ପିସ୍ତଲ, 4ଟି ବାଇକ ସମେତ ମୋବାଇଲ ଏବଂ ବିଭିନ୍ନ ମାରଣାସ୍ତ୍ର ଜବତ କରାଯାଇଛି । ବାଲେଶ୍ୱର ଜିଲ୍ଲା ସୋର, ସିମୁଳିଆ ଏବଂ ଖଇରା ଆଦି ଅଞ୍ଚଳରେ କିଛି ଦିନ ଧରି ଜାତୀୟ ରାଜପଥରେ ଆତଙ୍କ ଚଳାଇଥିଲେ ଲୁଟେରା । ଲୋକଙ୍କୁ ଅଟକାଇ ଧମକାଇବା ସହ ଛିନତାଇ ଭଳି କାଣ୍ଡ ଘଟାଉଥିଲେ । ଯାହାକି ପୋଲିସ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଥିଲା । ଲୁଟେରା ଦଳକୁ କାବୁ କରିବାରେ ସଫଳ ହୋଇଛି ସୋର ଜିଲ୍ଲା ପୋଲିସ ।

ଲୁଟପାଟ ଛିନତାଇ ନେଇ ସାଇବର ପୋଲିସ, ସଦର ଏସଡିପିଓ ଶଶାଙ୍କ ଶେଖର ବେଉରା ଓ ସୋର ଆଇଆଇସି ସୁଜାତା ଖମାରୀ ମିଳିତ ଭାବେ ଏକ ଟିମ ଗଠନ କରିଥିଲେ । ବିଭିନ୍ନ ସ୍ଥାନରେ ଛାନଭିନ କରିବା ପରେ 9 ଜଣ ଲୁଟେରାକୁ ଧରିବାରେ ସଫଳ ହୋଇଛନ୍ତି । ଗିରଫ ହୋଇଥିବା ଲୁଟେରାମାନଙ୍କ ନାଁରେ ବାସୁଦେବପୁର, ଭଦ୍ରକ, ସିମୁଳିଆ, ଖଇରା ଏବଂ ଆଗରପଡା ଆଦି ଥାନାରେ 13ରୁ ଅଧିକ ମାମଲା ଥିବା ଜଣାପଡିଛି ।

ଲୁଟେରାମାନଙ୍କ ପାଖରୁ ଗୋଟିଏ ପିସ୍ତଲ, ଛୁରୀ, ଭୁଜାଲି, ନଗଦ 670 ଟଙ୍କା, 18ଟି ମୋବାଇଲ, ଦୁଇଟି ପଲସର ବାଇକ ଏବଂ ଦୁଇଟି ହିରୋ ବାଇକ ଜବତ କରାଯାଇଛି । ବିଶେଷ କରି ଲୁଟେରାମାନେ ଜାତୀୟ ରାଜପଥ ଯାଉଥିବା ପଥଚାରୀଙ୍କୁ ଟାର୍ଗେଟ କରୁଥିଲେ । ସେମାନଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟ କରୁଥିଲେ । ବିନା ଗୁଳି ବନ୍ଧୁକ ବ୍ୟବହାର କରି କେବଳ ଲୋକଙ୍କୁ ଭୟଭୀତ କରାଇ ଲୁଟ କରୁଥିବା SDPO ସୂଚନା ଦେଇଛନ୍ତି ।

ଏହା ବି ପଢନ୍ତୁ...ପୁରୀ ପୋଲିସ କବ୍‌ଜାରେ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ, ୧୨ ଗିରଫ

କିଛି ଦିନ ତଳେ ବାଲେଶ୍ଵର ଜିଲ୍ଲା ଚନ୍ଦନେଶ୍ଵରରେ ଥିବା ୟୁନିଅନ ବ୍ୟାଙ୍କରୁ ବନ୍ଧୁକ ଦେଖାଇ ଲୁଟ କରିଥିବା ଡକାୟତ ଗ୍ୟାଙ୍ଗର 6ଜଣଙ୍କୁ ଗିରଫ କରିଥିଲା ପୋଲିସ । ଗିରଫ ଡକାୟତମାନେ ଆନ୍ତଃରାଜ୍ୟ ଡକାୟତ ହୋଇଥିବା ବେଳେ ସେମାନଙ୍କ ଗ୍ୟାଙ୍ଗରେ ଅନେକ ଲୁଟେରା ସାମିଲ ଥିବା ପୋଲିସ ଜାଣିବାକୁ ପାଇଥିଲା । 6 ଜଣ ସଶସ୍ତ୍ର ଡକାୟତ ଗତ ଅପ୍ରେଲ ମାସ 26 ତାରିଖରେ ତାଳସାରି ଥାନା ଅନ୍ତର୍ଗତ ୟୁନିୟନ୍ ବ୍ୟାଙ୍କରୁ 600 ପ୍ୟାକେଟ ସୁନା ଅଳଙ୍କାର ସହ 45 ଲକ୍ଷ 52 ହଜାର 910 ଟଙ୍କା ଦିନ ଦ୍ବିପ୍ରହରରେ ଲୁଟି ନେଇଥିଲେ । ଏହି ଯୋଜନାବଦ୍ଧ ଲୁଟ ଘଟଣାର ପର୍ଦ୍ଦାଫାଶ କରିବା ପାଇଁ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯିବା ସହ ପୋଲିସ ପଶ୍ଚିମବଙ୍ଗର ବିଭିନ୍ନ ଉପାନ୍ତ ଅଞ୍ଚଳକୁ ଯାଇ ତଦନ୍ତ କରିଥିଲା ।

ଇଟିିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.