ଚାନ୍ଦିପୁର ITRରୁ ଗୁପ୍ତତଥ୍ୟ ପ୍ରଦାନ ପ୍ରସଙ୍ଗ; ତଦନ୍ତ ପାଇଁ ବାଲେଶ୍ବରରେ SIT ଟିମ

author img

By

Published : Sep 16, 2021, 12:07 PM IST

ITR

ଦେଶର ସୁରକ୍ଷା ସହ ଜଡିତ ଏହି ସମ୍ବେଦନଶୀଳ ପ୍ରସଙ୍ଗର ଅଧିକ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ତଦନ୍ତ ଭାର ଦିଆଯାଇଛି । ତଦନ୍ତ ଭାର ପାଇବା ପରେ ଏକ ୪ ଜଣିଆ ତଦନ୍ତକାରୀ ଦଳ ବାଲେଶ୍ବରରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି। ଅଧିକ ପଢନ୍ତୁ...

ବାଲେଶ୍ବର: ବାଲେଶ୍ବର ଚାନ୍ଦିପୁର ସ୍ଥିତ ପ୍ରତିରକ୍ଷା ମନ୍ତ୍ରଣାଳ ଅଧିନ ଆଇଟିଆର ତଥ୍ୟ ବିଦେଶୀ ତଥା ଶତ୍ରୁ ପାକିସ୍ତାନକୁ ଲିକ ଅଭିଯୋଗ ପ୍ରସଙ୍ଗରେ ତଦନ୍ତ ଯୋରଦାର ଜାରି ଜାରି ରହିଛି । ଗିରଫ ହୋଇଥିବା ୪ ଅଭିଯୁକ୍ତଙ୍କୁ ଗତକାଲି କୋର୍ଟରେ ହାଜର କରାଯିବା ପରେ ଜାମିନ ନାମଞ୍ଜୁର ହୋଇ ବିଚାର ବିଭାଗୀୟ ଅଦାଲତକୁ ପଠାଇ ଦିଆଯାଇଛି ।

ଚାନ୍ଦିପୁର ITR ରୁ ଗୁପ୍ତତଥ୍ୟ ଲିକ ପ୍ରସଙ୍ଗ; ତଦନ୍ତ ପାଇଁ ବାଲେଶ୍ବରରେ ଏସଆଇଟି ଟିମ

ସେପଟେ ଦେଶର ସୁରକ୍ଷା ସହ ଜଡିତ ଏହି ସମ୍ବେଦନଶୀଳ ପ୍ରସଙ୍ଗର ଅଧିକ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ତଦନ୍ତ ଭାର ଦିଆଯାଇଛି । ତଦନ୍ତ ଭାର ପାଇବା ପରେ ଏକ ୪ ଜଣିଆ ତଦନ୍ତକାରୀ ଦଳ ବାଲେଶ୍ବରରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି। କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗଠିତ ଏସଆଇଟି(ସ୍ବତନ୍ତ୍ର ତଦନ୍ତକାରୀ ଦଳ) ଗଠନ ହୋଇଛି। ଟିମର ନେତୃତ୍ବ ନେଉଛନ୍ତି ଅତିରିକ୍ତ ଏସପି ପ୍ରଶାନ୍ତ କୁମାର ବିଶୋଇ। ତାଙ୍କୁ ତଦନ୍ତରେ ସହଯୋଗ କରିବା ପାଇଁ କ୍ରାଇମବ୍ରାଞ୍ଚ ସାଇବର ସେଲର ଜଣେ ଇନ୍ସିପେକ୍ଟର ଓ ଜଣେ ସବ-ଇନ୍ସିପେକ୍ଟର ଥିବାବେଳେ ଅନ୍ୟଜଣେ ଅଫିସର ମଧ୍ୟ ସାମିଲ ଅଛନ୍ତି।

ଅନ୍ୟପଟେ ଚାନ୍ଦିପୁର ଥାନାରେ ରୁଜୁ ହୋଇଥିବା ମାମଲା(କେସ ନମ୍ବର) ୭୬/୨୦୨୧କୁ ବାଲେଶ୍ବର ଏସପି ସୁଧାଂଶୁ ଶେଖର ମିଶ୍ର ଆଜି କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିବେ । ଏହାବାଦ ବର୍ତ୍ତମାନ ସୁଦ୍ଧା ତଦନ୍ତରରେ ହୋଇଥିବା ଅଗ୍ରଗତି ନେଇ କ୍ରାଇମବ୍ରାଞ୍ଚ ଟିମକୁ ଅବଗତ କରାଇବେ । ତେବେ ବିଦ୍ଧିବଧ ଭାବେ ତଦନ୍ତ ଭାର ନେବା ପରେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଅଣାଯିବ କି ନାହିଁ ତାହା ପରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ତଦନ୍ତକାରୀ ଅଧିକାରୀ ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.