ETV Bharat / state

ପୁଣି ବାଲେଶ୍ଵରରେ ଗୁଳି ଫୁଟାଇ ଲୁଟ

author img

By

Published : Jan 4, 2021, 8:00 PM IST

Updated : Jan 4, 2021, 9:34 PM IST

ପୁଣି ବାଲେଶ୍ଵରରେ ଗୁଳି ଫୁଟାଇ ଲୁଟ
ପୁଣି ବାଲେଶ୍ଵରରେ ଗୁଳି ଫୁଟାଇ ଲୁଟ

19:53 January 04

ପୁଣି ବାଲେଶ୍ଵରରେ ଗୁଳି ଫୁଟାଇ ଲୁଟ

ପୁଣି ବାଲେଶ୍ଵରରେ ଗୁଳି ଫୁଟାଇ ଲୁଟ

ବାଲେଶ୍ବର: ଜିଲ୍ଲାର ଖାନନଗର ନିକଟରେ ଗୁଳିମାଡ । ଗୁଳିକାଣ୍ଡରେ ଜଣେ ଯୁବକ ଗୁରୁତର । ଗୁରୁତରଙ୍କୁ ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗୁରୁତର ଆହତ ରାଜକିଶୋର ଧଳଙ୍କର ଅଣ୍ଟାର ଡାହାଣ ପଟରେ ବାଜିଛି ଗୁଳି। ତେବେ ଏହି ଗୁଳିକାଣ୍ଡର କାରଣ ଅସ୍ପଷ୍ଟ । ତେବେ ଯୁବକଙ୍କୁ ଗୁଳିମାଡ କରି ଲୁଟ ହୋଇଥିବା ଅଭିଯୋଗ ହୋଇଛି। 

ମିଳିଥିବା ସୂଚନା ଅନୁସାରେ, ରାଜକନିକା ଅଞ୍ଚଳରୁ ରାଜକିଶୋର ଧଳ ଓ ତାଙ୍କର ଜଣେ ବନ୍ଧୁ ପୁରୁଣା ଗାଡି କିଣିବା ପାଇଁ ବାଲେଶ୍ଵର ଆସିଥିଲେ । ଖାନନଗର ନିକଟରେ ଦୁଇଜଣ ଦୁର୍ବୃତ୍ତ ବାଇକରେ ଆସି ଗୁଳିମାଡ଼ କରିଥିଲେ। ରାଜକିଶୋରଙ୍କ ଅଣ୍ଟାରେ ଗୁଳି ବାଜିଥିଲା । ଗୁରୁତର ଅବସ୍ଥାରେ ସେରଗଡ଼ ଟୋଲ କର୍ମଚାରୀ ଓ ପୋଲିସ ରାଜକିଶୋରଙ୍କୁ ବାଲେଶ୍ଵର ମେଡିକାଲରେ ଭର୍ତ୍ତି କରାଇଥିଲେ । ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ ରାଜକିଶୋରଙ୍କ ବନ୍ଧୁଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ । ଘଟଣାସ୍ଥଳରେ ସଦର ଏସଡିପିଓ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । 

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated :Jan 4, 2021, 9:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.