କୋର୍ଟରେ ହାଜର ହେଲେ ଦାରାସେନା ରାଷ୍ଟ୍ରୀୟ ଅଧ୍ୟକ୍ଷ ମୁକେଶ ଜୈନ

author img

By

Published : Sep 20, 2021, 11:01 PM IST

ଦାରାସେନା ରାଷ୍ଟ୍ରୀୟ ଅଧ୍ୟକ୍ଷ ମୁକେଶ ଜୈନ କୋର୍ଟରେ ଦେଲେ ହାଜିରା

ପ୍ରଧାନ ବିଚାରପତି ଓ ଓକିଲ ମାନଙ୍କ ବିରୋଧରେ ସୋସିଆଲ ମିଡିଆରେ କଟୁ ମନ୍ତବ୍ୟ ଦେଇ ଗିରଫ ହୋଇ ବାଲେଶ୍ଵର ଜେଲରେ ଥିବା ମୁକେଶ ଜୈନ 14 ମାସ ଜେଲରେ ରହିବା ପରେ ସେ ବେଲରେ ବାହାରକୁ ଆସିଛନ୍ତି । ଅଧିକ ପଢନ୍ତୁ...

ବାଲେଶ୍ବର: ଗତବର୍ଷ ଅର୍ଥାତ 2020ରେ ରଥଯାତ୍ରା ବନ୍ଦକୁ ନେଇ ସୁପ୍ରିମକୋର୍ଟଙ୍କ ରହିତାଦେଶ ପରେ ଦିଲ୍ଲୀ ଦାରା ସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ମୁକେଶ ଜୈନ ନାମକ ବ୍ୟକ୍ତି ପ୍ରଧାନ ବିଚାରପତି ଓ ଓକିଲ ମାନଙ୍କ ବିରୋଧରେ ସୋସିଆଲ ମିଡିଆରେ କଟୁ ମନ୍ତବ୍ୟ ଦେଇ ଗିରଫ ହୋଇ ବାଲେଶ୍ଵର ଜେଲରେ ଥିଲେ ।

ଦାରାସେନା ରାଷ୍ଟ୍ରୀୟ ଅଧ୍ୟକ୍ଷ ମୁକେଶ ଜୈନ କୋର୍ଟରେ ଦେଲେ ହାଜିରା

14 ମାସ ଜେଲରେ ରହିବା ପରେ ସେ ବେଲରେ ବାହାରକୁ ଆସିଛନ୍ତି । ଆଜି (ସୋମବାର) ସେ ବାଲେଶ୍ଵର ଜିଲ୍ଲା ଦୌରାଜଜରେ ହାଜର ହୋଇଥିଲେ । ତାଙ୍କୁ ବିନା କାରଣରେ ଜେଲରେ ଭର୍ତ୍ତି କରାଯିବା ସହ ଆଇନର ସମସ୍ତ ନିୟମ ଉଲ୍ଲଙ୍ଘନ କରାଯାଇଥିବା ସେ ଅଭିଯୋଗ କରିଛନ୍ତି ।



ସୂଚନା ଥାଉକି, ମୁକେଶ ଜୈନ ସୋସିଆଲ ମିଡିଆରେ ଏମିତି ଆପତ୍ତିଜନକ ପୋଷ୍ଟ ପରେ ବାଲେଶ୍ବରର ବରିଷ୍ଠ ଓକିଲ ଅମରବଲ୍ଲଭ ନନ୍ଦ ଗତ ସହଦେବଖୁଣ୍ଟା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ବାଲେଶ୍ଵର ପୋଲିସ, ଭଦ୍ରକ ପୋଲିସ, କଟକ କ୍ରାଇମବ୍ରାଞ୍ଚ ଦିଲ୍ଲୀ ଯାଇ ତାଙ୍କୁ ଗିରଫ କରିଥିଲେ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.