ETV Bharat / state

ପ୍ରତାପ ଷଡଙ୍ଗୀଙ୍କ ନିଖୋଜ ପୋଷ୍ଟର ବିରୋଧରେ ବିଜେପି ଦେଲା ଏତଲା

author img

By

Published : May 31, 2020, 7:30 PM IST

ପ୍ରତାପ ଷଡଙ୍ଗୀଙ୍କ ନିଖୋଜ ପୋଷ୍ଟର ବିରୋଧରେ ବିଜେପି ଦେଲା ଏତଲା
ପ୍ରତାପ ଷଡଙ୍ଗୀଙ୍କ ନିଖୋଜ ପୋଷ୍ଟର ବିରୋଧରେ ବିଜେପି ଦେଲା ଏତଲା

କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ନିଖୋଜ। ଏମିତି କିଛି ପୋଷ୍ଟର ବାଲେଶ୍ଵର ସହରର ବିଭିନ୍ନ ସ୍ଥାନରେ ମରାଯାଇଛି । ଏହାକୁ ନେଇ ବାଲେଶ୍ବର ବିଜେପି ପକ୍ଷରୁ ଥାନାରେ ଦିଆଯାଇଛି ଏତଲା । ଅଧିକ ପଢନ୍ତୁ...

ବାଲେଶ୍ବର: କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ନିଖୋଜ ପୋଷ୍ଟରକୁ ନେଇ ବିରୋଧିଙ୍କ ଉପରେ ବର୍ଷିଛି ବିଜେପି । ଏହାସହ ବିଜେପି ପକ୍ଷରୁ ସୋସିଆଲ ପ୍ରତାପଙ୍କୁ ଆକ୍ଷେପ କରାଯାଇଥିବାର ଅଭିଯୋଗ କରି ବିଜେପି ପକ୍ଷରୁ ସହଦେବଖୁଣ୍ଟା ଥାନାରେ ଏତଲା ଦିଆଯାଇଛି ।

ପ୍ରତାପ ଷଡଙ୍ଗୀଙ୍କ ନିଖୋଜ ପୋଷ୍ଟର ବିରୋଧରେ ବିଜେପି ଦେଲା ଏତଲା

କୋରୋନା ମହାମାରୀ ସମୟରେ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ଵର ସାଂସଦ ନିଜ ଜିଲ୍ଲାର ଲୋକଙ୍କ ସହ ନରହି ଦିଲ୍ଲୀରେ ଥିବାକୁ ନେଇ ସୋସିଆଲ ମିଡିଆରେ ତାଙ୍କୁ ଆକ୍ଷେପ କରାଯାଇଥିଲା । ଏହାସହ ସହରର କାନ୍ଥ ବାଡ଼ରେ ସାଂସଦ ନିଖୋଜ ବୋଲି ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଥିଲା । ଏହାକୁ ନେଇ ବାଲେଶ୍ଵର ବିଜେପି ବିରୋଧୀ କଂଗ୍ରେସ ଓ ବିଜେଡିକୁ ଦାୟୀ କରିଛି ।

ସାମାଜିକ ଗଣମାଧ୍ୟମରେ ଯେଉଁମାନେ କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ କଟୁ ମନ୍ତବ୍ୟ ଦେଇଛନ୍ତି ସେମାନଙ୍କ ବିରୋଧରେ ବିଜେପି ପକ୍ଷରୁ ସହଦେବଖୁଣ୍ଟା ଥାନାରେ ଏତଲା ଦିଆଯାଇଛି। କେନ୍ଦ୍ରମନ୍ତ୍ରୀଙ୍କ ଭାବମୂର୍ତ୍ତି ଉପରେ ଏମିତି ପୋଷ୍ଟର ଲଗାଯିବା ଅପମାନ ସୂଚକ ବୋଲି ବିଜେପି କହିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.