ETV Bharat / state

ପୋଲିସ କବ୍ଜାରେ ଏଟିଏମ ଲୁଟେରା ଗ୍ୟାଙ୍ଗ, 8 ଗିରଫ

author img

By ETV Bharat Odisha Team

Published : Jan 18, 2024, 4:18 PM IST

ATM Lootera Gang In Balasore
ATM Lootera Gang In Balasore

ATM Lootera Gang Arrested: ଏଟିଏମ ଲୁଟେରା ଗ୍ୟାଙ୍ଗର ୮ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଲୁଟରେ ବ୍ୟବହୃତ ସାମଗ୍ରୀ ଜବତ କରିଲା ବାଲେଶ୍ବର ପୋଲିସ । ଅଧିକ ପଢନ୍ତୁ

ATM Lootera Gang In Balasore

ବାଲେଶ୍ବର: ପୁଣି ଏଟିଏମ ଲୁଟେରା ଗ୍ୟାଙ୍ଗକୁ କାବୁ କରିଲା ବାଲେଶ୍ୱର ପୋଲିସ । ଗ୍ୟାଙ୍ଗର ୮ ଜଣଙ୍କୁ ଗିରଫ କରାଯିବା ସହ ସେମାନଙ୍କ ନିକଟରୁ ଲୁଟରେ ବ୍ୟବହୃତ ସାମଗ୍ରୀ ଜବତ ହୋଇଛି । ସେପଟେ ଜଣେ ଅଭିଯୁକ୍ତ ଫେରାର ରହିଛି । ଏନେଇ ବାଲେଶ୍ଵର ଏସପି ସାଗରିକା ନାଥ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଗ୍ୟାଙ୍ଗର କାରନାମା ସମ୍ପର୍କରେ ସୂଚନା ଦେଇଛନ୍ତି ।

ଏସପି ସାଗରିକା ନାଥଙ୍କ ସୂଚନା ଅନୁସାରେ, ବାଲେଶ୍ବର ପୋଲିସର ସ୍ବତନ୍ତ୍ର ଟିମ୍ ବାଲେଶ୍ବର, ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଡାଉ କରିଥିବା ବେଳେ ଏହି ଗ୍ୟାଙ୍ଗକୁ ଗିରଫ କରିଥିଲା । ଏନେଇ ଲୁଟେରାଙ୍କ ଠାରୁ ମାରଣାସ୍ତ୍ର, ଲୁଟରେ ବ୍ୟବହୃତ ଗ୍ୟାସ୍ କଟ୍ଟର, ଗ୍ୟାସ ଟାଙ୍କି, ତେଲେଙ୍ଗା କଟୁରୀ, 8ଟି ମୋବାଇଲ, ଯନ୍ତ୍ରପାତି ମଧ୍ୟ ଜବତ କରାଯାଇଛି । ଏଥିସହ ଘଟଣାରେ ଜଣେ ଅଭିଯୁକ୍ତ ଫେରାର ଥିବା ଏସପି ସୂଚନା ଦେଇଛନ୍ତି । ତେବେ ଗତ ଡିସେମ୍ବର 28 ତାରିଖରେ ରସାଳପୁର, ଚଳିତ ମାସ 4 ତାରିଖରେ ଦୁର୍ଗାଦେବୀ, 6 ତାରିଖରେ ମୟୂରଭଞ୍ଜ ଜିଲ୍ଲାର କୁଆମରାରେ 3ଟି ଏଟିଏମରୁ ଲୁଟ ଉଦ୍ୟମ କରିଥିଲେ ଲୁଟେରା । ସିସିଟିଭି ଫୁଟେଜ ଓ ଗୋଇନ୍ଦା ତଥ୍ୟ ଆଧାରରେ ପୋଲିସକୁ ଏହି ସଫଳତା ମିଳିଥିବା ସୂଚନା ଦିଆଯାଇଛି ।

ଏହି ଗ୍ୟାଙ୍ଗରେ ଜଣେ ଭିନ୍ନକ୍ଷମ ବ୍ୟକ୍ତି ଗ୍ୟାସ ଟାଙ୍କି ସରକାରୀ ଦରରେ କିଣି ଲୁଟେରାମାନଙ୍କୁ ଯୋଗାଇ ଦେଉଥିଲେ । ଭିନ୍ନକ୍ଷମ ହୋଇଥିବାରୁ ତାଙ୍କୁ କେହି ସନ୍ଦେହ କରିବା ସହଜ ନ ଥିଲା । ଭିନ୍ନକ୍ଷମ ହେବାର ଫାଇଦା ଉଠାଇ ବ୍ୟକ୍ତି ଜଣଙ୍କ ଲୁଟ କରିବାରେ ସହଯୋଗ କରୁଥିଲେ । ତେବେ ଗିରଫ ଅଭିଯୁକ୍ତ ମାନଙ୍କ ମଧ୍ୟରେ ସମସ୍ତେ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି ।

ଏହା ମଧ୍ୟ ପଢନ୍ତୁ- ପୋଲିସ ଜାଲରେ ATM ଲୁଟେରା ଗ୍ୟାଙ୍ଗ, 5 ଗିରଫ

ସେହିପରି କିଛିଦିନ ପୂର୍ବେ ବାଲେଶ୍ବର ଜିଲ୍ଲା ସୋର ଏବଂ ଖଇରା ଥାନା ଅଧୀନରେ ଏଟିଏମ ତାଡ଼ି ଟଙ୍କା ଲୁଟ ହୋଇଥିବା ଘଟଣାର ପର୍ଦ୍ଦାଫାସ ହୋଇଥିଲା । 5 ଜଣ ଲୁଟେରାଙ୍କୁ ଗିରଫ କରିଥିଲା ବାଲେଶ୍ବର ପୋଲିସ । ଲୁଟେରାମାନେ ସମୁଦାୟ 10 ଲକ୍ଷ 71 ହଜାର 900 ଟଙ୍କା ଲୁଟ କରିଥିବା ବେଳେ ଏହି ଲୁଟେରା ଗ୍ୟାଙ୍ଗ ପାଖରୁ 6 ଲକ୍ଷ 13 ହଜାର 700 ଟଙ୍କା ଜବତ କରିଥିଲା ପୋଲିସ । ଏହାସହ ଲୁଟେରା ଗ୍ୟାଙ୍ଗ ଠାରୁ ଗୋଟିଏ ପିସ୍ତଲ, 4 ରାଉଣ୍ଡ ଗୁଳି, ବ୍ରିଜା କାର, ସ୍ପ୍ରେ ପେଣ୍ଟ, 3 ଟି ସ୍ମାର୍ଟ ଫୋନ୍ ଏବଂ ୱୋୟାର କଟର ଆଦି ଜବତ କରିଥିଲା । ଏହି ଗ୍ୟାଙ୍ଗ ଯୋଜନାବଦ୍ଧ ଭାବରେ ଏଟିଏମକୁ ଲୁଟ କରୁଥିବା ବେଳେ ବହୁ ଲୁଟ କେସରେ ଏମାନଙ୍କର ସଂପୃକ୍ତି ରହିଥିଲା ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.