ETV Bharat / state

ପୋଲିସ ଜାଲରେ ATM ଲୁଟେରା ଗ୍ୟାଙ୍ଗ, 5 ଗିରଫ

author img

By ETV Bharat Odisha Team

Published : Jan 15, 2024, 9:30 PM IST

ପୋଲିସ ଜାଲରେ ATM ଲୁଟେରା ଗ୍ୟାଙ୍ଗ
ପୋଲିସ ଜାଲରେ ATM ଲୁଟେରା ଗ୍ୟାଙ୍ଗ

ATM Lootera Gang In Balasore: ବାଲେଶ୍ବର ଜିଲ୍ଲା ସୋର ଏବଂ ଖଇରା ଥାନା ଅଧୀନରେ ଏଟିଏମ ତାଡ଼ି ଟଙ୍କା ଲୁଟ ହୋଇଥିବା ଘଟଣାରେ ପର୍ଦ୍ଦାଫାସ । 5 ଜଣ ଲୁଟେରା ଗିରଫ । ଅଧିକ ପଢ଼ନ୍ତୁ

ପୋଲିସ ଜାଲରେ ATM ଲୁଟେରା ଗ୍ୟାଙ୍ଗ

ବାଲେଶ୍ବର: ପୋଲିସ କବ୍ଜାରେ କୁଖ୍ୟାତ ଲୁଟେରା । ବାଲେଶ୍ବର ଜିଲ୍ଲା ସୋର ଏବଂ ଖଇରା ଥାନା ଅଧୀନରେ ଏଟିଏମ ତାଡ଼ି ଟଙ୍କା ଲୁଟ ହୋଇଥିବା ଘଟଣାର ପର୍ଦ୍ଦାଫାସ । 5 ଜଣ ଲୁଟେରାଙ୍କୁ ଗିରଫ କଲା ବାଲେଶ୍ବର ପୋଲିସ । ସେପଟେ ଅନ୍ୟ ଜଣେ ଲୁଟେରେ ଫେରାର ରହିଛି । ଉକ୍ତ ଫେରାର ଅଭିଯୁକ୍ତକୁ ପୋଲିସ ମାର୍କରେ ରଖିଛି ଏବଂ ଖୁବଶୀଘ୍ର ସେ ମଧ୍ୟ ଗିରଫ ହେବ ବୋଲି ଏକ ସାମ୍ବାଦିକ ସମ୍ମୀଳନୀ ଜରିଆରେ ସୂଚନା ଦେଇଛନ୍ତି ବାଲେଶ୍ବର ଏସପି ସାଗରିକା ନାଥ ।

ଏସପି ସାଗରିକା ନାଥଙ୍କ ସୂଚନା ଅନୁସାରେ, ଗତ 10 ଓ 11 ତାରିଖରେ ସୋର ଏବଂ ତୁଦିଗଡ଼ିଆ ବଜାରରେ ଥିବା ଦୁଇଟି ଏଟିଏମକୁ ତାଡ଼ି ଲୁଟେରାମାନେ ପ୍ରାୟ 10 ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଲୁଟି ନେଇଥିଲେ । ଏହି ଘଟଣାରେ ସାମିଲ ଥିବା ଲୁଟେରାଙ୍କୁ ଧରିବା ପାଇଁ ଏସପିଙ୍କ ନିର୍ଦ୍ଦେଶ କ୍ରମେ ସଦର ଏସଡିପିଓ ଏବଂ ନୀଳଗିରି ଏସଡିପିଓଙ୍କୁ ନେଇ ତିନୋଟି ଟିମ ଗଠନ କରାଯାଇଥିଲା । ଏହି ଟିମରେ ବରିଷ୍ଠ ପୋଲିସ ଅଧିକାରୀମାନେ ରହି ଘଟଣାର ତନାଘନା ଆରମ୍ଭ କରିଥିଲେ । ଲୁଟ ପରେ ଅଭିଯୁକ୍ତମାନେ ଏକ ମାରୁତି କାରରେ ଫେରାର ହୋଇଯାଇଥିଲେ । ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ନାକା ପଏଣ୍ଟ ଗୁଡିକରେ ପୋଲିସକୁ ବନ୍ଧୁକ ଦେଖାଇବା ସହ ପୋଲିସ ଏବଂ ଲୁଟେରାଙ୍କ ମଧ୍ୟରେ ବେଶ ସଂଘର୍ଷ ଭିତରେ ସେମାନେ ଖସି ପଳାଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ.......ସୁନା ବ୍ୟବସାୟୀଙ୍କ ଠାରୁ ଲୁଟ ଘଟଣାର ପର୍ଦ୍ଦାଫାସ, ସାଙ୍ଗ ସାଜିଥିଲା ଲୁଟେରା

ସେପଟେ ଏହାରି ଭିତରେ ଗଠନ ହୋଇଥିବା ଟିମ ମଧ୍ୟରୁ ଗୋଟିଏ ଟିମ ଜିଲ୍ଲା ବାହାରକୁ ଯାଇ ଅଭିଯୁକ୍ତଙ୍କ ଧରିବା ପାଇଁ ପତ୍ତା ଲଗାଇଥିଲା । ପରେ ଭୁବନେଶ୍ବରରୁ 5 ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୋଲିସ ସକ୍ଷମ ହୋଇଥିଲା । ଲୁଟେରାମାନେ ସମୁଦାୟ 10 ଲକ୍ଷ 71 ହଜାର 900 ଟଙ୍କା ଲୁଟ କରିଥିବା ବେଳେ ଏହି ଲୁଟେରା ଗ୍ୟାଙ୍ଗ ପାଖରୁ 6 ଲକ୍ଷ 13 ହଜାର 700 ଟଙ୍କା ଜବତ କରିଥିଲା ପୋଲିସ । ଏହାସହ ଲୁଟେରା ଗ୍ୟାଙ୍ଗ ଠାରୁ ଗୋଟିଏ ପିସ୍ତଲ, 4 ରାଉଣ୍ଡ ଗୁଳି, ବ୍ରିଜା କାର, ସ୍ପ୍ରେ ପେଣ୍ଟ, 3 ଟି ସ୍ମାର୍ଟ ଫୋନ୍ ଏବଂ ୱୋୟାର କଟର ଆଦି ଜବତ କରିଛି । ଏହି ଗ୍ୟାଙ୍ଗ ଯୋଜନାବଦ୍ଧ ଭାବରେ ଏଟିଏମକୁ ଲୁଟ କରୁଥିବା ବେଳେ ବହୁ ଲୁଟ କେସରେ ଏମାନଙ୍କର ସଂପୃକ୍ତି ରହିଥିବା ପୋଲିସ ସୂଚନା ଦେଇଛି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.