ETV Bharat / state

ସୁନା ବ୍ୟବସାୟୀଙ୍କ ଠାରୁ ଲୁଟ ଘଟଣାର ପର୍ଦ୍ଦାଫାସ, ସାଙ୍ଗ ସାଜିଥିଲା ଲୁଟେରା

author img

By ETV Bharat Odisha Team

Published : Dec 20, 2023, 8:03 PM IST

Gold jewellery looted: ସୁନା ବ୍ୟବସାୟୀଙ୍କ ଠାରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ ଘଟଣାର ପର୍ଦ୍ଦାଫାସ । ୩୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଗହଣା ଜବତ କରିଛି ପୋଲିସ । ଦୁଇ ଅଭିଯୁକ୍ତ ଗିରଫ । ଅଧିକ ପଢନ୍ତୁ

ସାଙ୍ଗ ସାଜିଲା ଲୁଟେରା ,ସୁନା ବ୍ୟବସାୟୀଙ୍କ ଠାରୁ ଲୁଟ ଘଟଣାର ପର୍ଦ୍ଦାଫାସ
ସାଙ୍ଗ ସାଜିଲା ଲୁଟେରା ,ସୁନା ବ୍ୟବସାୟୀଙ୍କ ଠାରୁ ଲୁଟ ଘଟଣାର ପର୍ଦ୍ଦାଫାସ

ସାଙ୍ଗ ସାଜିଲା ଲୁଟେରା ,ସୁନା ବ୍ୟବସାୟୀଙ୍କ ଠାରୁ ଲୁଟ ଘଟଣାର ପର୍ଦ୍ଦାଫାସ

ରାଉରକେଲା: ବ୍ୟବସାୟୀଙ୍କ ଠାରୁ ୫୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସୁନା ଲୁଟ ଘଟଣାର ପର୍ଦ୍ଦାଫାସ କଲା ରାଉରକେଲା ପ୍ଲାଣ୍ଟସାଇଡ଼ ପୋଲିସ । କିଛି ଦିନ ତଳେ ରାଜ ରାସ୍ତାରେ ବ୍ୟବସାୟୀଙ୍କ ସହ ଲୁଟପାଟ ହୋଇଥିବା ଖବର ସାମ୍ନାକୁ ଆସିଥିଲା । ତେବେ ଲୁଟର ଶିକାର ହୋଇଥିଲେ ଜଣେ ସୁନା ବ୍ୟବସାୟୀ । ସୁନା କିଣି ନିଜ ବ୍ୟବସାୟ ପାଇଁ ରାଉରକେଲାରେ ପହଞ୍ଚିବା ପରେ ଲୁଟର ଶିକାର ହୋଇଥିଲେ । ବିଚ ରାସ୍ତାରେ ବ୍ୟବସାୟୀଙ୍କୁ ମାଡ଼ ମାରିବା ସହ ଭୟଭୀତ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ କରିଥିଲେ ଦୁର୍ବୃତ୍ତ । ଅଭିଯୋଗକାରୀଙ୍କ ସାଙ୍ଗ ହିଁ ଏହି ଘଟଣାର ଷଡଯନ୍ତ୍ରକାରୀ ବୋଲି ପୋଲିସ ସୂଚନା ଦେଇଛି । ତେବେ ପୋଲିସ ଏହି ଘଟଣାରେ ଦୁଇ ଜଣକୁ ଗିରଫ କରିଛି । ଗିରଫ ଦୁଇଜଣ ହେଲେ ଅଭିରାଜ ସୋନି ଏବଂ ଆୟୁଷ ରାଜ ପ୍ରସାଦ ।

ସୂଚନାଯୋଗ୍ୟ ଗତ ୧୫ ତାରିଖରେ ରାଉରକେଲା ପିସି ଜୁଏଲରୀର କର୍ମଚାରୀଙ୍କୁ ଛୁରା ମାଡ଼ କରି ୫୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସୁନା ଗହଣା ଲୁଟ୍ ଅଭିଯୋଗ ହୋଇଥିଲା । ଏହି ଘଟଣା ରେଳବାଇ କଲୋନୀ କାଳୀ ମନ୍ଦିର ନିକଟରେ ଘଟିଥିଲା । ସହରର ପୁରୁଣା ଟ୍ୟାକ୍ସି ଷ୍ଟାଣ୍ଡରେ ଥିବା ପିସି ଜୁଏଲରୀର ପ୍ରଦୀପ ସୋନି ୧୫ ତାରିଖ ଦିନ ସକାଳେ ଆଜାଦ ହିନ୍ଦ ଏକ୍ସପ୍ରେସରେ କୋଲକତାରୁ ଆସି ରାଉରକେଲା ଷ୍ଟେସନରେ ପହଞ୍ଚିଥିଲେ । ତାଙ୍କ ସହ ଅଭିରାଜ ସୋନି ମଧ୍ୟ ଯାଇଥିଲେ ।

ତେବେ ଉଭୟେ ସାଙ୍ଗ ହୋଇ ଏକ ସ୍କୁଟିରେ ବାସନ୍ତୀ କଲୋନୀରେ ମାଲିକଙ୍କ ଘରକୁ ଯାଉଥିବା ବେଳେ ଏହି ଲୁଟ ଘଟଣା ଘଟିଥିଲା । ରେଲୱେ କଲୋନୀ କାଳୀ ମନ୍ଦିର ନିକଟରେ ପଛରୁ ୩ ଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇ ପ୍ରଥମେ ଛୁରା ମାଡ଼ କରିଥିଲେ । ପରେ ସୁନା ଥିବା ବ୍ୟାଗକୁ ଲୁଟି ନେଇଥିଲେ ଚମ୍ପଟ ମାରିଥିଲେ । ଏହା ପରେ ଦୋକାନ ମାଲିକ ଶମ୍ଭୁ ସାହୁ ଥାନାରେ ଅଭିଯୋଗ କରିଥିଲେ । ଲୁଟ୍ ଘଟଣାକୁ ପ୍ଲାଣ୍ଟସାଇଟ ପୋଲିସ ତଦନ୍ତ କରୁଥିବା ବେଳେ ଏବେ ଏହା ଭିନ୍ନ ମୋଡ଼ ନେଇଛି ।

ଏହା ମଧ୍ୟ ପଢନ୍ତୁ....ବ୍ୟବସାୟୀଙ୍କୁ ମାଡ ମାରିବା ପରେ ଲୁଟ୍‌, ଅଭିଯୁକ୍ତ କୋର୍ଟ ଚାଲାଣ


ଏହି ଘଟଣାରେ ପ୍ରଦୀପଙ୍କ ସାଙ୍ଗରେ ଥିବା ଅଭିରାଜ ସୋନି ନାମକ ଯୁବକ ସାମିଲ ଥିବା ପୋଲିସ ସୂଚନା ଦେଇଛି । ଲୁଟ୍ ହୋଇଥିବା ସୁନା ଗହଣା ମଧ୍ୟରୁ ୩୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଗହଣା ପୋଲିସ ଜବତ କରିଛି । ଏଥିରେ ସପୃକ୍ତ ଥିବା ଅନ୍ୟ ଦୁଇ ଜଣଙ୍କୁ ଧରିବାକୁ ଚେଷ୍ଟା କରୁଛି ପୋଲିସ । ତେବେ ଗିରଫ ଦୁଇ ଅଭିଯୁକ୍ତ ହେଲେ ଅଭିରାଜ ସୋନି ଏବଂ ଆୟୁଷ ରାଜ ପ୍ରସାଦ । ସେମାନଙ୍କ ନିକଟରୁ ସୁନା ମୁଦି, ସୁନା ଚେନ,ମଙ୍ଗଳସୁତ୍ର ଆଦି ଜବତ କରାଯାଇଛି ।


ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.